ETV Bharat / state

ଗଞ୍ଜାମରେ ବିଜେପି ପ୍ରଭାରୀ, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର - D Purandeswari

ଗଞ୍ଜାମରେ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ । କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର । ଅଧିକ ପଢନ୍ତୁ...

ବିଜେପି ପ୍ରଭାରୀ
ବିଜେପି ପ୍ରଭାରୀ
author img

By

Published : Jan 9, 2021, 9:49 AM IST

ଭଞ୍ଜନଗର: ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ ପ୍ରଥମ ଥର ପାଇଁ ଗଞ୍ଜାମ ଗସ୍ତରେ ଆସିଛନ୍ତି । ପ୍ରଭାରୀ ଦାୟିତ୍ବ ନେବା ପରେ ଏହା ତାଙ୍କର ଦ୍ବିତୀୟ ଥର ଓଡିଶା ଗସ୍ତ ଥିବାବେଳେ ସେ ଗଞ୍ଜାମ ଜିଲ୍ଲା ଗାଙ୍ଗାପୁର ଗସ୍ତ କରିଛନ୍ତି । ଏଠାରେ ଆୟୋଜିତ ବିଜେପି କାର୍ଯ୍ୟକର୍ତ୍ତା ବୈଠକରେ ସେ ଉଦବୋଧନ ଦେଇଛନ୍ତି ।

ବିଜେପି ପ୍ରଭାରୀ

ଜିଲ୍ଲାରେ ବିଜେପି ସଙ୍ଗଠନକୁ କିପରି ମଜବୁତ କରିହେବ ସେନେଇ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଡି ପୁରନ୍ଦେଶ୍ବରୀ । ଏହାସହ ରାଜ୍ୟସରକାରଙ୍କ ଉପରେ ସେ ବର୍ଷିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜର ଯୋଜନା କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଉଥିବା ହିତାଧିକାରୀଙ୍କ କାନ୍ଥରେ ରାଜ୍ୟ ସରକାର ନିଜର ଷ୍ଟ୍ରିକର ମାରି ବାହାବା ନେଉଥିବାର ଅଭିଯୋଗ କରି ସରକାରଙ୍କୁ ଘେରିଛନ୍ତି ରାଜ୍ୟ ପ୍ରଭାରୀ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର, ଘୁମୁସର ଜିଲ୍ଲା ପ୍ରଭାରୀ ସୁରତ ବିଶ୍ବାଳ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ରାଜ୍ୟ ବିଜେପି ଉପସଭାପତି ଅନିତା ଶୁଭଦର୍ଶିନୀ ପ୍ରମୁଖ ଯୋଗ ଦେଇଥିଲେ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.