ବ୍ରହ୍ମପୁର: ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା ସହ କେନ୍ଦ୍ରପଡା କ୍ରେଡିଟ୍ କୋପରେଟିଭ ବ୍ୟାଙ୍କର ସଭାପତି ଯୌନ କେଳେଙ୍କାରୀ ଘଟଣାକୁ ନେଇ ରାଜ୍ୟବ୍ୟାପି ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଦଳର ନିଷ୍ପତ୍ତିକୁ ନେଇ ମହିଳା ମୋର୍ଚ୍ଚା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଛତ୍ରପୁର ଠାରେ ବିଜେପି ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବୀ କରିଛି ଦଳ । ତାଙ୍କ ଚରିତ୍ର ପ୍ରତି ଯେପରି ଆକ୍ଷେପ କରାଯାଇଛି ଏହି ଘଟଣାରେ ଏସ୍ପିଙ୍କ ବହିଷ୍କାର ସହ କ୍ଷମତା ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି କରିଛି ଦଳ । ସେହିପରି କେନ୍ଦ୍ରପଡା କ୍ରେଡିଟ୍ କୋପରେଟିଭ ବ୍ୟାଙ୍କର ସଭାପତି ତଥା ବିଜେଡି ନେତା ପ୍ରମୋଦ ସାହୁଙ୍କ ଯୌନ କେଳେଙ୍କାରୀ ଘଟଣାକୁ ଦଳ ଦୃଢ ନିନ୍ଦା କରିବା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ