ETV Bharat / state

ଚିକିଟି ନିର୍ବାଚନମଣ୍ଡଳୀର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ବିଜେପିର କ୍ଷୋଭ - ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରା

ମଙ୍ଗଳବାର ଦିନ ବିଜେପିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଚିକିଟି ନିର୍ବାଚନମଣ୍ଡଳୀର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ କ୍ଷୋଭ ପ୍ରକାଶ କରିଥିଲେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରା । ଅଧିକ ପଢନ୍ତୁ

ଚିକିଟି ନିର୍ବାଚନମଣ୍ଡଳୀର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

author img

By

Published : Jan 4, 2023, 1:48 PM IST

ଚିକିଟି ନିର୍ବାଚନମଣ୍ଡଳୀର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ବ୍ରହ୍ମପୁର: ଚିକିଟି ନିର୍ବାଚନମଣ୍ଡଳୀର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ କ୍ଷୋଭ ପ୍ରକାଶ କରିଲା ଭାରତୀୟ ଜନତା ପାର୍ଟି । ଦିବାଲୋକରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରୁଥିବା ଅଭିଯୋଗ କରିଛନ୍ତି ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ । ମଙ୍ଗଳବାର ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ସମେତ ଦଳର ଅନ୍ୟ କର୍ମକର୍ତ୍ତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଚିକିଟି ନିର୍ବାଚନମଣ୍ଡଳୀର ଆଇନଶୃଙ୍ଖଳା ପରିସ୍ଥିତି ନେଇ କ୍ଷୋଭ ପ୍ରକାଶ କରିବା ସହ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ନେଇ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁସାରେ, "ଗତ କିଛି ମାସ ମଧ୍ୟରେ ଚିକିଟି ନିର୍ବାଚନମଣ୍ଡଳୀରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଦିବାଲୋକରେ ହତ୍ୟା, ହତ୍ୟା ଉଦ୍ୟମ, ମରଣାନ୍ତକ ଆକ୍ରମଣ ଭଳି ଘଟଣା ବୃଦ୍ଧି ପାଉଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ସେଭଳି ଆଖି ଦୃଶିଆ ପଦକ୍ଷେପ ନିଆଯାଉନାହିଁ । ଏପରିକି ଗତ ୧୩ ଦିନ ତଳେ ଚିକିଟି ନିର୍ବାଚନମଣ୍ଡଳୀର ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ଆମ୍ୱ ଗ୍ରାମର ଦୁଇ ଜଣଙ୍କୁ ଗୁରୁତର ଆକ୍ରମଣ ସହ ଜଣଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ସେହିପରି ପିତାତଳିରେ ଅଶାନ୍ତ ସୃଷ୍ଟି କରାଇ ପୁଣି ମରଣାନ୍ତକ ଆକ୍ରମଣ କରିବା, ପୀଡିତ ପରିବାର ଉପରେ ଅତ୍ୟାଚର କରାଯିବା ଘଟଣାକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ଏହି ଘଟଣାକୁ ଜିଲ୍ଲା ପ୍ରଶାସନ କିମ୍ୱା ପୋଲିସ ପ୍ରଶାସନ ତୁରନ୍ତ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରାଯାଇ ରାଜରାସ୍ତାକୁ ଓଲ୍ଲାଇବେ ବୋଲି କହିଛନ୍ତି ଦଳର କର୍ମକର୍ତ୍ତା ।"

ଏହା ମଧ୍ୟ ପଢନ୍ତୁ: ୮୦ ବର୍ଷ ବୟସରେ ପୂର୍ବତନ ସୁପ୍ରିମ ସୋଭିଏତର ଅଧ୍ୟକ୍ଷଙ୍କ ପରଲୋକ

ଏହି ସମ୍ମିଳନୀରେ ଭାଜପାର ସଭାନେତ୍ରୀ ମୀନା ଦ୍ୟାନସାମନ୍ତରାୟ, ଜରଡା ମଣ୍ଡଳ ସଭାପତି ଅଜିତ୍ ପ୍ରଧାନ, ଜିଲ୍ଲା ଉପସଭାପତି ୱାଇ ମୋହନ ରାଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଏବଂ ଚିକିଟି ନିର୍ବାଚନମଣ୍ଡଳୀରେ ବିଜେପି ଦଳର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.