ETV Bharat / state

ପୋଲସରା ନିର୍ବାଚନ ମଣ୍ଡଳୀ ହେବ ବିଜେପି ମୁକ୍ତ: ବିଜେଡି

author img

By

Published : Sep 10, 2022, 10:51 PM IST

ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ । ବିଜେପିର ପ୍ରଶ୍ନକୁ ଭିତ୍ତିହୀନ କହିବା ସହ ପାଲଟା 8 ଟି ପ୍ରଶ୍ନ ପଚାରିଲେ । ଆଗାମୀ ଦିନରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଜେପି ମୁକ୍ତ ହେବାକୁ ଯାଉଛି ବୋଲି କହିଲେ ପ୍ରମୋଦ ପଣ୍ଡା । ଅଧିକ ପଢ଼ନ୍ତୁ

ପୋଲସରା ନିର୍ବାଚନ ମଣ୍ଡଳୀ ହେବ ବିଜେପି ମୁକ୍ତ: ବିଜେଡି
ପୋଲସରା ନିର୍ବାଚନ ମଣ୍ଡଳୀ ହେବ ବିଜେପି ମୁକ୍ତ: ବିଜେଡି

ଭଞ୍ଜନଗର: ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରେସମିଟ । ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସରକାରଙ୍କୁ ପଚାରିଥିବା 22 ଗୋଟି ପ୍ରଶ୍ନ ଭିତ୍ତିହୀନ ବୋଲି କହିବା ସହିତ ବିଜେପିକୁ ପାଲଟା 8 ଟି ପ୍ରଶ୍ନ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା । ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି ।

କିଛିଦିନ ତଳେ ପୋଲସରା ଏନଏସିର ପୂର୍ବତନ ଅଧ୍ୟକ୍ଷା ସୌଦାମିନୀ ସାହୁ, ଦୁର୍ଯ୍ୟୋଧନ ସାହୁଙ୍କ ସହିତ ୬ ଜଣ କାଉନସିଲରଙ୍କ ସମେତ 3 ହଜାରରୁ ଊର୍ଦ୍ଧ୍ବ ବିଜେପି କର୍ମୀ ବିଜେପି ଛାଡି ବିଶାଳ ଶୋଭାଯାତ୍ରାରେ ଆସି ବିଜେଡିରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଏବଂ ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପି ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହୋଇଥିବା କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ମିଶ୍ରଣ ପର୍ବ, ମିଶିଲେ ୩ ହଜାରରୁ ଅଧିକ ବିଜେପି କର୍ମୀ

ଏହାପରେ ବିଜେପି ଯୁବମୋର୍ଚ୍ଚା ଏକ ପ୍ରେସମିଟ ଜରିଆରେ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲା । 22 ବର୍ଷ ଶାସନରେ ବିଜେଡି ସରକାର କଣ କରିଛନ୍ତି କହି 22 ଗୋଟି ପ୍ରଶ୍ନ ଗଣମାଧ୍ୟମ ଜରିଆରେ ପଚରାଯାଇଥିଲା । ଯାହାର ଜବାବ ଦେବାକୁ ଯାଇ ଆଜି (ଶନିବାର) ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏଥିରେ ବିଜେପିର ପଚରାଯାଇଥିବା ସମସ୍ତ ପ୍ରଶ୍ନ ଭିତ୍ତିହୀନ ବୋଲି କହିବା ସହିତ ବିଜେପିକୁ ପାଲଟା 8ଟି ପ୍ରଶ୍ନ କରିଛନ୍ତି । ପୂର୍ବରୁ ବିଜେଡି ବିଜେପି ମେଣ୍ଟ ସରକାର ଥିବାବେଳେ ବିଜେପି ବହୁତ ଦୁର୍ନୀତି କରିଛି ତାହାର ତଦନ୍ତ ହେବା ଦରକାର ବୋଲି ସିଧା ସଳଖ କହିଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ।

ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା କହିଛନ୍ତି, "ପୋଲସରା ଗୋପବନ୍ଧୁ ହାଇସ୍କୁଲ ଜମିକୁ ଜନୈକ ପୂର୍ବତନ ବିଧାୟକ ଜବରଦଖଲ କରି ରଖିଛନ୍ତି । ଏହାର ତଦନ୍ତ ଭିଜିଲାନ୍ସକୁ ନିଜେ ଦିଅନ୍ତୁ ନଚେତ ଆଗାମୀ ଦିନରେ ବିଜେଡି ଯୁବ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବ । ଅଳ୍ପ କିଛିଦିନ ପରେ ଅନେକ ବିଜେପି କର୍ମୀ ବିଜେଡିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶକୁ ଅପେକ୍ଷା । ବିଜେଡି ସରକାରର ସୁଶାସନ ଓ ବିଜେପି ଛାଡି ବିଜେଡ଼ିରେ ବହୁ ସଂଖ୍ୟାରେ କର୍ମୀଙ୍କ ଯୋଗଦାନକୁ ଦେଖି ବିଜେପି ଛାନିଆ ହୋଇ ବିଚଳିତ ହେଉଛି ।" ତେବେ ଆଗାମୀ ଦିନରେ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେପି ମୁକ୍ତ ହେବାକୁ ଯାଉଛି ବୋଲି ପ୍ରମୋଦ ପଣ୍ଡା କହିଛନ୍ତି ।

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.