ETV Bharat / state

ଛତ୍ରପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଯାଇଛି ଜନସମ୍ପର୍କ ପଦଯାତ୍ରା ସହ ମିଶ୍ରଣ ପର୍ବ । ଅଧିକ ପଢନ୍ତୁ

author img

By

Published : Oct 13, 2022, 1:51 PM IST

ଛତ୍ରପୁରରେ ଆୟୋଜିତ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା

ବ୍ରହ୍ମପୁର: ଛତ୍ରପୁରରେ ଆୟୋଜିତ ହୋଇଯାଇଛି ଜନସମ୍ପର୍କ ପଦଯାତ୍ରା ସହ ମିଶ୍ରଣ ପର୍ବ। ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଏହି ପଦଯଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଏହି ପଦଯାତ୍ରାର ଥିଲା ଲକ୍ଷ୍ୟ ।

ସୂଚନା ଅନୁଯାୟୀ, ଛତ୍ରପୁର ବ୍ଲକର ବିପୁଳିଙ୍ଗି ପଞ୍ଚାୟତରେ ଆରମ୍ଭ ହୋଇଥିଲା ଏହି ପଦଯାତ୍ରା । ଏନେଇ ଏହି ପଦଯାତ୍ରାରେ ଛତ୍ରପୁରର ବିଧାଯକ ସୁବାସ ଚନ୍ଦ୍ର ବେହେରା, ଦଳର ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଉପନଗରପାଳ ଜି.ପାପାରାଓ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ଦଳର ଯୁବ, ଛାତ୍ର, ମହିଳା ସଙ୍ଗଠନର ନେତୃବୃନ୍ଦ ମାନେ ଆଦି ଯୋଗ ଦେଇଥିଲେ । ଏଥିସହ ସରକାରଙ୍କ ଯୋଜନା ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବାକୁ କରାଯାଇଥିବା ଆହ୍ବାନକୁ କାର୍ଯ୍ୟକାରୀ କରିବାକୁ ଏଭଳି ଆୟୋଜନ କରାଯାଇଥିବା କହିଛନ୍ତି ।

ତେବେ ଏହି ଅବସରରେ ପଦଯାତ୍ରା ସହିତ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ଦଳୀୟ ଟିକେଟରେ ନିର୍ବାଚନ ଲଢିଥିବା ବହୁ ବରିଷ୍ଠ ନେତୃବୃନ୍ଦ ବିଭିନ୍ନ ଦଳ ଛାଡି ବିଜେଡିରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଦଳର ଏହି ଜନସମ୍ପର୍କ ପଦଯାତ୍ରା ଆଗାମୀ ଦିନରେ ଆହୁରୀ ବ୍ୟାପକ କରାଯିବ ବୋଲି କହିଛନ୍ତି ଛତ୍ରପୁରର ବିଧାୟକ ସୁବାସ ଚନ୍ଦ୍ର ବେହେରା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.