ETV Bharat / state

କୋଭିଡ ପରିଚାଳନା ନେଇ ବସ ଓ ଅଟୋ ସଂଘ ସହ ଆଲୋଚନା କଲେ ଭଞ୍ଜନଗର ଉପଜିଲ୍ଲାପାଳ

author img

By

Published : Sep 15, 2020, 8:37 AM IST

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡର ସମସ୍ତ ବସ, ଅଟୋ ରିକ୍ସା ସଙ୍ଘ ସହିତ କୋଭିଡ ପରିଚାଳନା ନେଇ ବିସ୍ତୃତ ଆଲୋଚନା କରାଯାଇଛି | ଯାତ୍ରା ସମୟରେ ଯାତ୍ରୀ ମାନେ କିଭଳି ସତର୍କତା ଅବଲମ୍ବନ କରିବେ ସେଥିପ୍ରତି ମୁଖ୍ୟ ଆଲୋକପାତ କରାଯାଇଛି | ଅଧିକ ପଢନ୍ତୁ...

Bhanjanagar sub-district magistrate's meeting with bus and auto association
କୋଭିଡ ପରିଚାଳନା ନେଇ ବସ ଓ ଅଟୋ ସଂଘ ସହ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଆଲୋଚନା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡର ସମସ୍ତ ବସ, ଅଟୋ ରିକ୍ସା ସଙ୍ଘ ସହିତ କୋଭିଡ ପରିଚାଳନା ନେଇ ବିସ୍ତୃତ ଆଲୋଚନା କରାଯାଇଛି | ଯାତ୍ରା ସମୟରେ ଯାତ୍ରୀ ମାନେ କିଭଳି ସତର୍କତା ଅବଲମ୍ବନ କରିବେ ଏଵଂ ଉଭୟ ବସ କର୍ମଚାରୀ ଓ ଯାତ୍ରୀ କିପରି କୋଭିଡ ନିୟମ କଡାକଡି ପାଳନ କରିବେ ସେଥିପ୍ରତି ମୁଖ୍ୟ ଆଲୋକପାତ କରାଯାଇଛି |

ଯେଉଁ ଯାତ୍ରୀ ମାନେ ବିନା ମାସ୍କରେ ଆସିବେ ସେମାନଙ୍କୁ ବସରେ ଯାତ୍ରା କରିବାରୁ ବଞ୍ଚିତ କରାଯିବ | ଯାତ୍ରୀ ମାନେ ଯାତ୍ରା ସମୟରେ ମାସ୍କ ଏଵଂ ସାନିଟାଇଜର ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଛି | ବସର ପ୍ରବେଶ ପଥରେ ବସ ମାଲିକ ମାନେ "ନୋ ମାସ୍କ ନୋ ଏଣ୍ଟ୍ରି" ପୋଷ୍ଟର ଲଗେଇବେ | ପ୍ରତ୍ୟେକ ବସ ମାଲିକ ମାନେ ବସରେ ସାନିଟାଇଜରର ସୁନିଶ୍ଚିତ କରିବେ | ଯଦି କୌଣସି ଯାତ୍ରୀ ବିନା ମାସ୍କରେ ଯାତ୍ରା ସମୟରେ ଧରା ପଡ଼ନ୍ତି ତେବେ ଜୋରିମାନା ଆକାରରେ ଏକ ଶହ ଟଙ୍କା ଆଦାୟ କରାଯିବ |

ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ କୋରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଯାଉଥିବା ବସ ଗୁଡ଼ିକକୁ ଅଧିକ ସତର୍କତା ଅଵଲମ୍ବନ ସହ ସମସ୍ତ କୋଭିଡ ନିୟମ ସୁଚାରୁରୂପେ ପାଳନ ପାଇଁ ବୈଠକରେ ଗୁରୁତ୍ବାରୋପ କରାଯାଇଛି | ବସ ଯାତ୍ରୀ ସହ ବସ କର୍ମଚାରୀ ଯଦି ସତର୍କତା ଅବଲମ୍ବନ କରିବେ ତେବେ ଯାଇ କୋରୋନାକୁ ଗଞ୍ଜାମ ଜିଲ୍ଲାରୁ ଦୂରେଇ ପାରିବା ବୋଲି ଉପଜିଲ୍ଲାପାଳ ଶ୍ରୀ ମଞ୍ଜ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.