ETV Bharat / state

CCTVରେ କଏଦ ହେଲା ଖଣ୍ଡାରେ ଆକ୍ରମଣ ଦୃଶ୍ୟ, 4 ଅପରାଧୀ ଅଟକ - ଟ୍ରାଭଲସ୍ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର ସହରରେ ମାତୁଛନ୍ତି ଅପରାଧୀ । ଟ୍ରାଭଲସ୍ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ । ସିସିଟିଭିରେ କଏଦ ହେଲା ଆକ୍ରମଣ ସମୟର ଭିଡ଼ିଓ । ଚାରି ଅପରାଧୀ ଅଟକ । ଅଧିକ ପଢ଼ନ୍ତୁ

ଟ୍ରାଭଲସ୍ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ

author img

By

Published : May 11, 2023, 10:57 PM IST

Updated : May 12, 2023, 7:18 AM IST

ଟ୍ରାଭଲସ୍ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର: ଗତ କିଛି ମାସର ନିରବତା ପରେ ବ୍ରହ୍ମପୁର ସହରରେ ପୁଣି ଅପରାଧିମାନେ ବିସ୍ତାର କରିବାରେ ଲାଗିଛନ୍ତି କାୟା । କାହାର ଜୀବନ ନେବାକୁ ପଛଉ ନାହାନ୍ତି ଅପରାଧୀ । ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ କରୁଛନ୍ତି ଖଣ୍ଡାରେ ଆକ୍ରମଣ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ହିଲପାଟଣା ତୃତୀୟ ଲାଇନ୍ ଛକରେ । ବୁଧବାର ରାତିରେ ଜଣେ ଗାଡି ଟ୍ରାଭଲସ୍ ମାଲିକ ସମେତ ତାଙ୍କ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ଖଣ୍ଡାରେ ଆକ୍ରମଣ କରିଥିଲେ କଛି ଦୁର୍ବୃତ୍ତ । ଏହାସହ ସେଠାରେ ରହିଥିବା ଅନ୍ୟ ମୋଟର ସାଇକେଲକୁ ଭାଙ୍ଗିବା ଘଟଣାର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । ଏପରିକି ଆକ୍ରମଣ ସମୟର ସିସିଟିଭି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ମାମଲାରେ ପୋଲିସ ସିସିଟିଭି ଆଧାରରେ ଚାରି ଜଣଙ୍କୁ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ରହିଛି ।

ସୂଚନାନୁଯାୟୀ, ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣା ତୃତୀୟ ଲାଇନ୍ ଛକ ନିକଟରେ ଘଟିଛି । ବୁଧବାର ରାତି ପ୍ରାୟ ୧୦ଟା ସମୟରେ କିଛି ଦୁର୍ବୃତ୍ତ ଆସି ଟ୍ରାଭେଲସ୍ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଯେଉଁଥିରେ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ ଦାସ ଓ ହରିହରି ପାଣିଗ୍ରାହୀ ଗୁରୁତର ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁରଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ଖବର ପାଇଁ ଗୋଷାଣିନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏଥିରେ ସଂପୃକ୍ତ ରହିଥିବା ଅଭିଯୁକ୍ତମାନେ ଯଥା ହିଲପାଟଣା ମୁକେଶ ସାହୁଙ୍କ ସମେତ ତିନି ଜଣ ଯୁବକ ଙ୍କୁ ଅଟକ ରଖିଥିବା ଜଣାପଡିଛି ।

ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ୍ କହିଛନ୍ତି, ‘‘ମୁଖ୍ୟତଃ ଦୁବୁର୍ତ୍ତମାନେ ଗୋଟିଏ କାରର କାଚ ଭାଙ୍ଗିଥିବା ବେଳେ ଗାଡିର ଡ୍ରାଇଭର ସୁଦର୍ଶନ କାହିଁକି ଭାଙ୍ଗୁଚ ବୋଲି ପଚାରିଥିଲେ । ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହି ଖବର ପାଇ ଟ୍ରାଭେଲସ୍ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଉଦ୍ୟମ କରୁଥିଲେ । ହେଲେ ଅଭିଯୁକ୍ତ ମୁକେଶ ଓ ତାର ଅନ୍ୟ ସହଯୋଗୀମାନେ କୁମୁଦଙ୍କ ମୁହଁକୁ ଖଣ୍ଡାରେ ଆକ୍ରମଣ କରିଥିଲେ । ତେବେ ଏହି ଅକ୍ରମଣ ଏକ ବିଧିବଦ୍ଧ ଯୋଜନା ନା ପୂର୍ବ ଶତ୍ରୁତା ତାହା ସ୍ପଷ୍ଟ ହୋଇନାହିଁ । ଆମେ ସମସ୍ତ ଦିଗ ପ୍ରତି ଧାନ୍ୟ ଦେଇ ତଦନ୍ତ କରୁଛୁ । ଚାରି ଜଣଙ୍କୁ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ସମସ୍ତ ଅଟକ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ।’’

ଇଟିଭି ଭାରତ, ବ୍ରହ୍ମପୁର

Last Updated : May 12, 2023, 7:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.