ETV Bharat / state

NCC କ୍ୟାଡେଟ୍ରୁ ଭାରତୀୟ ସେନା ଅଧିକାରୀ ସୁଦୀପ, ସହଜ ନଥିଲା ଯାତ୍ରା - Indian Army Officer from NCC Cadet

ଏନସିସି କ୍ୟାଡେଟରୁ ସାମରିକ ବିଭାଗର ଅଧିକାରୀ ନିଯୁକ୍ତି ପାଇଁ କରିଥିଲେ କଠିନ ପରିଶ୍ରମ । ଆଉ ଶେଷରେ ସଫଳତା ମଧ୍ୟ ପାଇଲେ ବ୍ରହ୍ମପୁରର ସୁଦୀପ କୁମାର ସାହୁ । ଭାରତୀୟ ସେନା ଅଧିକାରୀ ଭାବେ ଚୟନ ହୋଇଛନ୍ତି ସୁଦୀପ । ଅଧିକ ପଢନ୍ତୁ

NCC କ୍ୟାଡେଟ୍ରୁ ଭାରତୀୟ ସେନା ଅଧିକାରୀ ସୁଦୀପ

author img

By

Published : Oct 20, 2022, 2:43 PM IST

ବ୍ରହ୍ମପୁର: କଠିନ ପରିଶ୍ରମ ଆଣି ଦେଲା ସଫଳତା । ବାରମ୍ବାର ହାରିଲେ ହେଲେ ମନୋବଳ କମିନଥିଲା ଆଉ ଏହି ସଙ୍କଳ୍ପ ଲକ୍ଷ୍ୟ ପଥରେ ପହଞ୍ଚାଇଲା । ଏନସିସି କ୍ୟାଡେଟରୁ ସେନା ଅଫିସର ହେବା ଯାତ୍ରା ସହଜ ନଥିଲା । ସାମରିକ ବିଭାଗର ଅଧିକାରୀ ନିଯୁକ୍ତି ପାଇଁ କରିଥିଲେ କଠିନ ପରିଶ୍ରମ । ଆଉ ଶେଷରେ ସଫଳତା ମଧ୍ୟ ପାଇଲେ ବ୍ରହ୍ମପୁରର ସୁଦୀପ କୁମାର ସାହୁ । ଭାରତୀୟ ସୈନ୍ୟବାହିନୀର ନିଯୁକ୍ତି ଚୟନ ପରୀକ୍ଷାରେ ୪୩ତମ ସ୍ଥାନ ହାସଲ କରିଛନ୍ତି ବ୍ରହ୍ମପୁରର ସୁଦିପ କୁମାର ସାହୁ । ଜଣେ ଭାରତୀୟ ସେନାବାହିନୀର ଅଧିକାରୀ ଭାବରେ ଚୟନ ହୋଇଛନ୍ତି ।

NCC କ୍ୟାଡେଟ୍ରୁ ଭାରତୀୟ ସେନା ଅଧିକାରୀ ସୁଦୀପ

ବ୍ରହ୍ମପୁର ସହରର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଜଣେ ବିଦ୍ୟାର୍ଥୀ ଭାବରେ ଅଧ୍ୟୟନ କରୁଥିବା ସମୟରେ ଭାରତୀୟ ସୈନ୍ୟବାହିନୀର ଜଣେ ଅଧିକାରୀ ହେବେ ବୋଲି ସ୍ବପ୍ନ ଦେଖିଥିଲେ ସୁଦୀପ । ଦେଶ ମାତୃକାର ସେବା କରିବା ନେଇ ସଂକଳ୍ପ ନେଇଥିଲେ। ଆଉ ଏହାକୁ ନେଇ ବିଶ୍ବବିଦ୍ୟାଳୟରେ ରହିଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ନାମ ଲେଖାଇଥିଲେ । ସେଠାରୁ ସି ସାର୍ଟିଫିକେଟ୍ ପ୍ରମାଣ ପତ୍ର ପାଇଥିଲେ । ଅଧ୍ୟୟନ ଶେଷରେ ସେହି ପ୍ରମାଣପତ୍ର ବଳରେ ସିଧାସଳଖ ଭାରତୀୟ ସୈନ୍ୟବାହିନୀରେ ରହିଥିବା ଅଫିସର ଟ୍ରେନିଙ୍ଗ ଏକାଡମୀରେ ନିଯୁକ୍ତି ପାଇବା ପାଇଁ ରହିଥିବା ସୁଯୋଗକୁ ନେଇ ଆବେଦନ କରିଥିଲେ । ଆଉ ଶେଷରେ ସର୍ବଭାରତୀୟ ସ୍ତରରେ ହୋଇଥିବା ନିଯୁକ୍ତି ଚୟନ ପରୀକ୍ଷାରେ ୪୩ତମ ସ୍ଥାନ ହାସଲ କରି ବ୍ରହ୍ମପୁରର ସୁଦୀପ କୁମାର ସାହୁ । ଜଣେ ଭାରତୀୟ ସେନାବାହିନୀର ଅଧିକାରୀ ଭାବରେ ଚୟନ ହୋଇଛନ୍ତି । ପୁଅର ଏ ସଫଳତାରେ ଆଜି ଗର୍ବ କରୁଛି ପରିବାର।

ଏହା ବି ପଢନ୍ତୁ...Cyclone Alert: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ସହରର ଲୋଚାପଡା ରାମକୃଷ୍ଣ ନଗରର ସୁଧୀର ସାହୁ ଏବଂ ଅନୁସୟା ଦେବୀଙ୍କ ସୁପୁତ୍ର ସୁଦୀପଙ୍କ ସଫଳତା ପରେ ଘରେ ଆଉ ସହରରେ ଖୁସିର ମାହୋଲ । ଏନ୍.ସି.ସି କ୍ୟାଡେଟ୍ ରୁ ସାମରିକ ବିଭାଗର ଅଧିକାରୀ ନିଯୁକ୍ତି ପାଇବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି । ଆଉ ଶେଷରେ ନିଜର ପରିଶ୍ରମ ଓ ଏକାଗ୍ରତା ଯୋଗୁଁ ଶେଷରେ ଏହି ସଫଳତା ମିଳିଛି । ବ୍ରହ୍ମପୁର ସହରରେ ସାମନ୍ତରାୟ ଏକୋଡମୀ ପରିସରରେ ସୁଦୀପଙ୍କ ସହିତ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସୁଦୀପଙ୍କ ବାପା ଜଣେ ନୈସେନାରେ କାର୍ଯ୍ୟ କରି ଅବସର ନେଇଛନ୍ତି । ତାଙ୍କୁ ଦେଖି ସୁଦୀପ ଅନୁପ୍ରାଣିତ ହୋଇଥିଲେ ।

ପିଲାଟି ଦିନରୁ ହିଁ ସେନାର ଅଧିକାରୀ ହେବାକୁ ନେଇ ଲକ୍ଷ୍ୟ ରଖିଥିଲେ । ୨୦୧୬ ମସିହାରେ ବ୍ରହ୍ମପୁର ସ୍ଥିତ ସେଣ୍ଟ ଭିନସେଣ୍ଟ ସ୍କୁଲରେ ଦଶମ ଶ୍ରେଣୀ ପାସ କରିବା ପରେ ବ୍ରହ୍ମପର ସହରର ସାମନ୍ତରାୟ ଏକାଡେମୀରେ ନାମ ଲେଖାଇ ନିଜକୁ ପ୍ରସ୍ତୁତ କରିଥିଲେ । ଖଲ୍ଲିକୋଟ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପରେ ସେ ଖଲ୍ଲିକୋଟ ବିଶ୍ବ ବିଦ୍ୟାଳୟରେ କଳାରେ ସ୍ନାତକ କରିଥିଲେ । ସୁଦୀପଙ୍କ ତାଙ୍କ ସଫଳତା ଶ୍ରେୟ ସାମନ୍ତରାୟ ଏକାଡେମୀର ପ୍ରଶିକ୍ଷକ ନିଜ ପରିବାର ବର୍ଗଙ୍କୁ ଦେଇଛନ୍ତି ।

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.