ETV Bharat / state

ବ୍ରହ୍ମପୁର ମହାନଗର ନିଗମର ଗୁରୁତ୍ୱପୂର୍ଣ୍ଣ ବୈଠକ, ସରକାରଙ୍କ ପାଖକୁ ଯିବ କଚ୍ଚା ରାସ୍ତା ତାଲିକା

ବ୍ରହ୍ମପୁର ସହରରେ ଥିବା କଚ୍ଚା ରାସ୍ତାର ତାଲିକା ସରକାରଙ୍କୁ ପଠାଯିବା ପାଇଁ ବ୍ରହ୍ମପୁର ମହାନଗର ନିଗମର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

author img

By

Published : Aug 17, 2023, 3:18 PM IST

berhampur municipal corporation meeting
berhampur municipal corporation meeting
ବ୍ରହ୍ମପୁର ମହାନଗର ନିଗମର ଗୁରୁତ୍ୱପୂର୍ଣ୍ଣ ବୈଠକ

ବ୍ରହ୍ମପୁର: ସହରରେ ଥିବା ସମସ୍ତ କଚ୍ଚା ରାସ୍ତାକୁ ପକ୍କା କରିବାକୁ ପଦକ୍ଷେପ ଆରମ୍ଭ କରିଛନ୍ତି ଜିଲ୍ଲା ପ୍ରଶାସନ । ଖୁବଶୀଘ୍ର ଏ ନେଇ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ସହରର କଚ୍ଚା ରାସ୍ତାର ତାଲିକା ସରକାରଙ୍କୁ ପଠାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ବ୍ରହ୍ମପୁର ମହାନଗର ନିଗମର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ବିଷୟରେ ଆଲୋଚନା କରାଯାଇଛି । ମୁଖ୍ୟତଃ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ‌ଜଳ ସଂରକ୍ଷଣ ପାଇଁ ଆରମ୍ଭ ହୋଇଥିବା ନୂତନ ଯୋଜନା ମାଧ୍ୟମରେ ସହରର କଚ୍ଚା ରାସ୍ତାର ତାଲିକା ରାଜ୍ୟ ସରକାରଙ୍କୁ ପଠାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମସ୍ତ କଚ୍ଚା ରାସ୍ତା ଉପରେ ମେଟାଲିଂ କରି ଫେଭର ବ୍ଳକ ରାସ୍ତା ନିର୍ମାଣ କରିବା ପାଇଁ ସ୍ଥିର ହୋଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ସମ୍ପ୍ରତି ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୪ଟି ୱାର୍ଡରେ ପ୍ରାୟ ୬୯ ଗୋଟି ରାସ୍ତା ପାଇଁ ୧୯କୋଟି ୭୫ ଲକ୍ଷ ୬୬ ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି । କମ୍‌ ସମୟ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ତାଲିକା ପ୍ରଦାନ କରିବା ପରେ ଆଉ ବାକି ରହିଯାଇଥିବା ନିଜ ୱାର୍ଡର କର୍ପୋରେଟରମାନେ ତାଲିକା ପ୍ରଦାନ କଲେ ତାହାକୁ ପୁଣି ସରକାରଙ୍କୁ ପ୍ରଦାନ କରାଯିବ ବୋଲି କୁହାଯାଉଛି ।

ଏହା ବି ପଢନ୍ତୁ...ଇଚ୍ଛାପୁର-ଟାଙ୍ଗୀ ଏନଏଚ ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ଦାବି, ଗଡକରୀଙ୍କୁ ଭେଟିଲେ ବ୍ରହ୍ମପୁର ସାଂସଦ

ଫେଭେର୍ ବ୍ଳକ ବିଛାଇବା ଦ୍ଵାରା ଜଳ ସଂରକ୍ଷଣ ନେବା ସହ ସହରରେ ବାଲି ଧୂଳି ଉଡ଼ିବାରୁ ରକ୍ଷା ମିଳୁଥିବା ବେଳେ । ସେପଟେ ବିଏମ୍‌ସିର ପୂର୍ତ୍ତ ବିଭାଗ ପକ୍ଷରୁ ଏକ ସର୍ଭେ କରାଯାଇ ୧୪ଟି ଓ୍ବାର୍ଡର ୬୯ଟି କଚ୍ଚା ରାସ୍ତା ଉପରେ ଫେଇରବ୍ଲକ୍ ବିଛାଇବାନେଇ ପ୍ରାୟ ୨୦କୋଟି ଟଙ୍କାର ଏକ ବଜେଟ୍ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ବୈଠକରେ କାଉନସିଲ ପକ୍ଷରୁ ଅନୁମୋଦନ କରିଥିଲା । ସେହିପରି ସହରରେ ରହିଥିବା ଶଶ୍ମାନ ଗୁଡ଼ିକ ମଧ୍ୟରେ ରହିଥିବା ବଡ ଶଶ୍ମାନ ଚିହ୍ନଟ କରି ମୃତ ପଶୁପକ୍ଷୀ ମାନଙ୍କୁ ଅନ୍ତେଷ୍ଟିକ୍ରିୟା କରିବାକୁ ବ୍ୟବସ୍ଥା କରିବାକୁ କୁହାଯାଇଛି । ବୈଠକରେ ମହାନଗର ନିଗମର କମିଶନର ଜେ.ସୋନାଲ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ସମସ୍ତ କର୍ପୋରେଟର ବୈଠକରେ ଆଲୋଚନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟିମେୟର ଇଞ୍ଜିନିୟର ବିବେକ ରେଡ୍ଡୀ, ଅତିରିକ୍ତ କମିଶନର ସମ୍ବିତ ରାଉତ ଡେପୁଟି କମିଶନର ଅଶୀର୍ବାଦ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.