ETV Bharat / state

ସ୍କ୍ରାପରେ ନିର୍ମିତ କୋଣାର୍କ ଚକ୍ର, ସର୍ବଭାରତୀୟ ମେଳାରେ ଉଚ୍ଚ ପ୍ରଶଂସିତ

author img

By ETV Bharat Odisha Team

Published : Jan 4, 2024, 9:32 PM IST

Konark Chakra using Scrap: ଆବର୍ଜନା ବା ସ୍କ୍ରାପରୁ କୋଣାର୍କ ଚକ୍ର ନିର୍ମିତ କଲେ ବ୍ରହ୍ମପୁର ଆଇଟିଆଇ ବିଦ୍ୟାର୍ଥ । ସର୍ବଭାରତୀୟ ସ୍ତରୀୟ ମେଳାରେ ପ୍ରଦର୍ଶିତ ହେବା ସହ ହାତେଇଲା ପୁରସ୍କାର । ଅଧିକ ପଢନ୍ତୁ

Konark Chakra using Scrap
Konark Chakra using Scrap
ସ୍କ୍ରାପରେ ନିର୍ମିତ କୋଣାର୍କ ଚକ୍ର

ବ୍ରହ୍ମପୁର: 'ନଷ୍ଟରୁ ଶ୍ରେଷ୍ଠ' ବାର୍ତ୍ତାକୁ ନେଇ ସାରା ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବ୍ରହ୍ମପୁର ଆଇଟିଆଇକୁ ପୁଣି ସଫଳତା । ଆବର୍ଜନାରୁ ଓଡିଆ କଳା, ସ୍ଥାପତ୍ୟର ପରିଚୟ ସାଜିଥିବା କୋଣାର୍କ ଚକ୍ର ନିର୍ମାଣ କରି ସର୍ବଭାରତୀୟ ସ୍ତରୀୟ ମେଳାରେ ଉଚ୍ଚ ପ୍ରଶଂସିତ ହୋଇଛି । ଏହାସହିତ ରନର୍ସଅପ୍ ହେବାରେ ଯୋଗ୍ୟ ବିବେଚିତ ମଧ୍ୟ ହୋଇଛି । ଏହାପରେ 'ଇଟିଭି ଭାରତ' ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିବା ବେଳେ ସେମାନେ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ବ୍ରହ୍ମପୁର ସହରର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନକୁ ସର୍ବଭାରତୀୟ ମେଳାରେ ସ୍ବତନ୍ତ୍ର ପରିଚୟ ମିଳିଛି । ସ୍କ୍ରାପ ବା ଆବର୍ଜନାରୁ ଏହି ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ଓ ପ୍ରଶିକ୍ଷକଙ୍କ ପକ୍ଷରୁ ନିର୍ମିତ ହୋଇଛି ଏକ କୋଣାର୍କ ଚକ୍ର । ଯାହାକି ସର୍ବଭାରତୀୟ ସ୍ତରର ମେଳାରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହେବା ସହିତ ରନର୍ସଅପ୍ ହୋଇପାରିଛି । ଏପରି ସଫଳତା ମିଳିବା ପରେ ଅନୁଷ୍ଠାନର ବିଦ୍ୟାର୍ଥୀ ଓ ପ୍ରଶିକ୍ଷକଙ୍କ ମଧ୍ୟରେ ଖୁସିର ମାହୋଲ । ରାଜ୍ୟର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ସ୍କ୍ରାପରେ ନିର୍ମିତ କୋଣାର୍କ ଚକ୍ର ପ୍ରତିକୃତିର ୧୦୦ କିଲୋଗ୍ରାମ ଓଜନ ହୋଇଥିବା ବେଳେ ଏହାର ବ୍ୟାସ ରହିଛି ୬ ଫୁଟ ।

ଏହା ବି ପଢନ୍ତୁ- ଆତ୍ମନିର୍ଭର ହେବାର ପଥ ଦେଖାଉଛି ବ୍ରହ୍ମପୁର ଆଇଟିଆଇ, ୱେଷ୍ଟ ଟୁ ୱେଲଥରେ କଳାକୃତି ଦେଖାଇଲେ ଛାତ୍ରଛାତ୍ରୀ

ମୁଖ୍ୟତଃ ସହରରେ ଏଣେତେଣେ ପଡିରହୁଥିବା ମୋଟର ସାଇକେଲ ଗାଡିର ଚେନ, ଗିଅର , କ୍ରାଙ୍କ ସମେତ ବିଭିନ୍ନ ଅଦରକାରୀ ବର୍ଜ୍ୟବସ୍ତୁକୁ ନେଇ ଏହି କୋଣାର୍କ ଚକ୍ର ପ୍ରତିକୃତି ପ୍ରସ୍ତୁତ କରାଯାଇଛି । ଇଣ୍ଟରନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ୱେଲିଂ ମାର୍ବଲ୍ ଆର୍ଟ ପକ୍ଷରୁ ଆୟୋଜିତ ଟ୍ରାସ୍ ଟୁ ଟ୍ରେଜର୍‌ ୱେଲ୍ଟେଡ୍ ମାର୍ବଲ- ୨୦୨୩ ନାମକ ଏହି ସର୍ବଭାରତୀୟ ମେଳାରେ ବ୍ରହ୍ମପୁର ITIରୁ ୧୦ଟି ଏଭଳି ଭଳିକି ଭଳି ପ୍ରତିକୃତି ସ୍ଥାନିତ ହୋଇଥିଲା । ସାରା ଦେଶରୁ ଏକ ହଜାର ପ୍ରତିକୃତି ମଧ୍ୟରୁ ଏଗୁଡ଼ିକୁ ସ୍ଥାନିତ କରାଯାଇଥିଲା । ଏହି ସମସ୍ତ ପ୍ରକଳ୍ପ ମଧ୍ୟରେ ସ୍କ୍ରାପରେ ନିର୍ମିତ କୋଣାର୍କ ଚକ୍ର ବିଚାରକଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହେବା ସହ ରନର୍ସଅପ୍ ଭାବରେ ବିବେଚିତ ହୋଇଛି ।

ଏହା ବି ପଢନ୍ତୁ- Creative Work From Unused Tires: ଅଦରକାରୀ ଟାୟାରରେ ଆଖି ଖୋସି ହେଲା ଭଳି ଡିଜାଇନ

ଆସନ୍ତା ୨୨ ତାରିଖରେ ବେଙ୍ଗାଲୁରୁରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବା ସହିତ ଏହି ସ୍କ୍ରାପରେ ନିର୍ମିତ କୋଣାର୍କ ଚକ୍ର ଆଗାମୀ ଜୁଲାଇ ୧୨ ଠାରୁ ୧୭ ପର୍ଯ୍ୟନ୍ତ ଗ୍ରୀସଠାରେ ଅନୁଷ୍ଠିତ ହେବାକୁ ରହିଥିବା ଅନ୍ତର୍ଜାତୀୟ ମେଳାରେ ପ୍ରଦର୍ଶିତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ବର ୫୧ଟି ଦେଶ ଅଂଶଗ୍ରହଣ କରିବାକୁ ଯାଉଛି । ସେହିପରି ଗତବର୍ଷ ମଧ୍ୟ ଏହି ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କ ପ୍ରସ୍ତୁତ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସ୍କ୍ରାପ ପ୍ରତିକୃତି ଜାତୀୟ ପୁରସ୍କାର ପାଇଥିଲା । ଏହାକୁ ସିଙ୍ଗାପୁରରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଦର୍ଶିତ କରାଯାଇଥିଲା । ହେଲେ ଚଳିତ ବର୍ଷର ଏଭଳି ସଫଳତା ପୁଣି ଥରେ ମିଳିବା ପରେ ଏହାକୁ ପ୍ରସ୍ତୁତ କରିଥିବା ବିଦ୍ୟାର୍ଥୀ ଓ ପ୍ରଶିକ୍ଷକ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.