ETV Bharat / state

ବାହାନା ନାଳ ଓ ସାପୁଆ ନାଳର ଉନ୍ନତି ପାଇଁ ଅନୁଦାନ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଜନ ପ୍ରତିନିଧି

author img

By

Published : Feb 16, 2023, 9:29 AM IST

ବାହାନା ନାଳ ଓ ସାପୁଆ ନାଳର ଉନ୍ନତି ପାଇଁ ଅନୁଦାନ ରାଶି ଘୋଷଣା କରିଲେ ମୁଖ୍ୟମନ୍ତ୍ରୀ । କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ଜନପ୍ରତିନିଧି । ଅଧିକ ପଢନ୍ତୁ

ବାହାନା ନାଳ ଓ ସାପୁଆ ନାଳର ଉନ୍ନତି ପାଇଁ ଅନୁଦାନ

ବ୍ରହ୍ମପୁର: ସହରରେ ରହିଥିବା ବାହାନା ନାଳ ଓ ସାପୁଆ ନାଳର ଉନ୍ନତି ପାଇଁ ଅନୁଦାନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜନ ପ୍ରତିନିଧି ।

ବ୍ରହ୍ମପୁର ସହର ଦେଇ ଯାଇଥିବା ସାପୁଆ ଓ ବାହାନା ନାଳର ଉନ୍ନତିକରଣ ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏହାପରେ ବୁଧବାର ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜନ ପ୍ରତିନିଧି । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶାର ଉପକୂଳବର୍ତ୍ତୀ ୯ଟି ଜିଲ୍ଲାର ୧୭ଟି ଅବବାହିକା ଓ ୩ଟି ଅଣ ଅବବାହିକା ଅଞ୍ଚଳରେ ଚାଷ ଜମିକୁ ଜଳବନ୍ଦୀ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାସହ ସହରାଞ୍ଚଳ ଦେଇ ଯାଇଥିବା ନାଳ ଗୁଡିକର ଉନ୍ନତି ପାଇଁ ଗତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ: ଅଭିଯୁକ୍ତକୁ ଜେଲ ପଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୂର୍ବରୁ ୨୦୧୯-୨୦ ରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୫ ଶହ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଥିଲେ । ସେହିପରି ୨୦୨୩-୨୪ରେ ଅନ୍ୟ ଡ୍ରେନେଜ ମାନଙ୍କର କାର୍ଯ୍ୟ ପାଇଁ ୫ ଶହ କୋଟିକୁ ବୃଦ୍ଧି କରି ୮ ଶହ କୋଟି ଟଙ୍କା ସରକାରଙ୍କ ତରଫରୁ ମଞ୍ଜୁର କରାଯାଇଛି । ବର୍ତ୍ତମାନ ୮୩୭୯୬ ହେକ୍ଟର ଚାଷ ଜମିକୁ ଜଳବନ୍ଦୀ ମୁକ୍ତ କରିବା ପାଇଁ ୪୨୮୨ କିଲୋମିଟର ଡ୍ରେନେଜ ନିର୍ମାଣ କରିବା ପାଇଁ ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ସେଥି ମଧ୍ୟରେ ୮୩୦୦ ହେକ୍ଟର ଜମି ଜଳବନ୍ଦୀ ମୁକ୍ତ କରିବା ସହ ଗଞ୍ଜାମ ଜିଲ୍ଲାର ୫୩୮ କିମି ଡ୍ରେନେଜ କାମ କରିବା ପାଇଁ ପ୍ରକଳ୍ପ ମଞ୍ଜୁର କରାଯାଇଛି । ଏହି କାରଣରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜନ ପ୍ରତିନିଧି । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ଛାତ୍ର ସଭାପତି ପ୍ରଶାନ୍ତ ପଣ୍ଡା, ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମହାନଗର ଯୁବ ସଭାପତି ଅଜିତ ପଣ୍ଡା, ମେୟର ସଂଘମିତ୍ରା ଦଳେଇଙ୍କ ସହ ବହୁ କର୍ପୋରେଟଙ୍କ ସମେତ ଦଳୀୟ ନେତୃବୃନ୍ଦମାନେ ଉପସ୍ଥିତ ଥିଲେ ।

ଏହି ନାଳ ଯୋଗୁଁ ଚାଷଜମି ଅଧିକ ପ୍ରଭାବିତ ହେଇଥିଲା । ବର୍ଷା ଦିନରେ ଚାଷଜମି ସବୁ ପାଣିରେ ବୁଡି ଯାଇଥିଲା । ଏହି ନାଳର ପୁନରୁଦ୍ଧାର ହେଲେ ଚାଷୀମାନେ ଅଧିତ ସୁଫଳ ପାଇବେ ବୋଲି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.