ବ୍ରହ୍ମପୁର: ଚଳିତ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରେ ବିଜେଡି ଦଳର ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବି ଭାଜପାର ଭୃଗୁ ବକ୍ସିପାତ୍ରଙ୍କ ଠାରୁ ୯୪, ୮୪୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ଦୀର୍ଘ ବର୍ଷ ଧରି ବ୍ରହ୍ମପୁର ସହର ସମେତ ଲୋକସଭା ନିର୍ବାଚନ ମଣ୍ଡଳୀରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ସହ ଓତପ୍ରତ ଭାବ ଜଡିତ ଥିବା ଚନ୍ଦ୍ରଶେଖର ନିଜ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଦେଇଛନ୍ତି । ତେବେ ନିର୍ବାଚନ ଜିତିବା ପରେ ଆଗକୁ କଣ ରହିଛି ତାଙ୍କର ଯୋଜନା ସେନେଇ ତାଙ୍କସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ