ETV Bharat / state

ଆବାସ ଯୋଜନାରୁ ବଞ୍ଚିତ ଅସହାୟ ବୃଦ୍ଧ - awas yojna not rich to the helpless in hadia naika

କଚାଘରେ କେହି ରହିବେ ନାହିଁ, ତେଣୁ ସମସ୍ତ ଅସହାୟ ଗରିବ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଯୋଜନାରେ ଘର ଯୋଗାଇଆସୁଛନ୍ତି । ହେଲେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡା ପଞ୍ଚାୟତର ଗେରେଡା ଗ୍ରାମରେ । ଏହି ଗ୍ରାମରେ ବସବାସ କରନ୍ତି ହାଡ଼ିଆ ନାଇକ ପରିବାର । ପରିବାର କହିଲେ ବାପ ଝିଅକୁ ନେଇ ତାଙ୍କର ଛୋଟିଏ ସଂସାର । ଅଧିକ ପଢନ୍ତୁ...

awas yojna not rich to the helpless in hadia naika in Ganjam
ଆବାସ ଯୋଜନାରୁ ବଞ୍ଚିତ ଅସହାୟ ବୃଦ୍ଧ
author img

By

Published : Jun 20, 2021, 8:53 PM IST

ଭଞ୍ଜନଗର: କଚାଘରେ କେହି ରହିବେ ନାହିଁ, ତେଣୁ ସମସ୍ତ ଅସହାୟ ଗରିବ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଯୋଜନାରେ ଘର ଯୋଗାଇଆସୁଛନ୍ତି । ହେଲେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡା ପଞ୍ଚାୟତର ଗେରେଡା ଗ୍ରାମରେ । ଏହି ଗ୍ରାମରେ ବସବାସ କରନ୍ତି ହାଡ଼ିଆ ନାଇକ ପରିବାର । ପରିବାର କହିଲେ ବାପ ଝିଅକୁ ନେଇ ତାଙ୍କର ଛୋଟିଏ ସଂସାର ।

ଦୀର୍ଘ ଦିନ ହେଲା ସ୍ତ୍ରୀ ଚାଲିଗଲାଣି ଆରପାରିକୁ । ହାଡ଼ିଆକୁ ବୟସ 75 ଛୁଇଁଲାଣି, ଆଖିକୁ ଭଲଭାବେ ଦେଖାଯାଉନି । ପାଖରେ ଅବିବାହିତ ଝିଅ ରହିଛି ତାକୁ ବି ଭଲଭାବରେ ଦେଖାଯାଉନି, ତଥାପି ବାପ ଝିଅ ମିଶି କାଠ କାମ କରି ଦିନ କାଟୁଛନ୍ତି । ବାପ ଝିଅଙ୍କୁ ସରକାରଙ୍କ ପକ୍ଷରୁ ଭତ୍ତା ଓ ଚାଉଳ ମିଳୁଛି । ହେଲେ, ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଖଣ୍ଡେ ନାହିଁ । ଝାଟି ମାଟିର ଘରେ ଦିନ କଟୁଛି ହାଡ଼ିଆ । ଯେଉଁ ଘରେ ରହୁଛନ୍ତି ସେଠାରେ ଦିନ କିମ୍ବା ରାତି କିଛି ଫରକ ପଡ଼େ ନାହିଁ । ଯେହେତୁ ଦିନରେ ସୂର୍ଯ୍ୟ ଆଲୋକ ପଡେ ରାତିରେ ଚନ୍ଦ୍ର ଆଲୁଅ ପଡେ ।

ଆବାସ ଯୋଜନାରୁ ବଞ୍ଚିତ ଅସହାୟ ବୃଦ୍ଧ

ହାଡ଼ିଆ ଘର ଖଣ୍ଡିଏ ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୌଡିଲେଣି ହେଲେ ସବୁଠି ନିରାଶ ହେବାକୁ ପଡୁଛି । ଖାଲି ପ୍ରତିଶୃତି ମିଳୁଛି, ତୁମର ଲିଷ୍ଟରେ ନାମ ଆସିନି ଆସିଲେ ମିଳିବ । ହେଲେ ହାଡ଼ିଆ ନାଇକଙ୍କ ପରିବାରକୁ ଜୀବିତ ଅବସ୍ଥାରେ ଘର ଖଣ୍ଡେ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.