ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମୃତ, 15 ଆହତ - ଭଞ୍ଜନଗର ମେଡିକାଲ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ମରେଇପାଟ ଗ୍ରାମ ନିକଟରେ ଓଲଟିଲା ଡ଼ାଲା ଅଟୋ । ଜଣେ ମୃତ, 15 ଆହତ । ଅଧିକ ପଢନ୍ତୁ...

ଭାରସାମ୍ୟ ହରାଇ ଓଲଟିଲା ଅଟୋ,  ଜଣେ ମୃତ 15  ଆହତ

author img

By

Published : Jun 3, 2021, 2:01 PM IST

ଭଞ୍ଜନଗର: ଭାରସାମ୍ୟ ହରାଇ ଓଲଟିଲା ଡ଼ାଲା ଅଟୋ । ଜଣେ ମୃତ, 15 ଆହତ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ମରେଇପାଟ ଗ୍ରାମ ନିକଟରେ । ମୃତକ ଜଣଙ୍କ ହେଲେ ଢ଼ିମିରିପଲ୍ଲୀ ଗ୍ରାମର ରେଣୁ ନାୟକ ।

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ 15 ଆହତ

ସୂଚନା ମୁତାବକ ଆଜି ସକାଳୁ ଢ଼ିମିରିପଲ୍ଲୀ ଗ୍ରାମର 16 ଜଣ ଶ୍ରମିକ ଡ଼ାଲା ଅଟୋରେ ବସି ନାଟେଙ୍ଗା ଗ୍ରାମକୁ ପୋଖରୀ ଖୋଳା କାମ କରିବାକୁ ଯିବା ସମୟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଗୁରୁତର ଶ୍ରମିକ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ମାନଙ୍କ ଚିକିତ୍ସା ଚାଲିଛି । ଅନ୍ୟପଟେ ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋକୁ ଜବତ କରି ତଦନ୍ତ ଚଳାଇଛି।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.