ETV Bharat / state

ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ମାମଲା, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

author img

By

Published : Jan 31, 2021, 4:30 PM IST

Updated : Jan 31, 2021, 9:42 PM IST

ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ 7ବର୍ଷର ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ.....

ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ମାମଲା , ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଗତ ୨୮ ତାରିଖ ଦିନ ଦ୍ବୀପ୍ରହରରେ ଘଟିଯାଇଥିବା ସାତବର୍ଷର ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ମାମଲା, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ଘଟଣା ଦିନ ପିଡିତା ଜଣଙ୍କ ଏହାକୁ ବିରୋଧ କରିବା ପରେ ଗିରଫ ଦୁଇ ଅଭିଯୁକ୍ତ ମାନେ ଅତ୍ୟନ୍ତ ନିର୍ମମ ଭାବରେ ତାର ମୁଣ୍ଡ, ମୁହଁ, କାନକୁ ଆକ୍ରମଣ କରିଥିଲେ । ଶିଶୁଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରୁ ଭଙ୍ଗା ଇଟା ,ରକ୍ତର ଦାଗ , ତିନୋଟି ଭଙ୍ଗା ଦାନ୍ତ ସମେତ ବିଭିନ୍ନ ସାମଗ୍ରୀ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ନାବାଳିକାକୁ ପ୍ରଥମେ ବ୍ରହ୍ମପୁର ଏମ୍.କେ.ସି.ଜି ଏବଂ ପରେ କଟକ ଏସସିବି ମେଡିକାଲ କଲେଜକୁ ପଠାଯାଇଥିଲା । ନାବାଳିକାର ଅବସ୍ଥା ଗୁରୁତ୍ତର ରହିଥିବା ବେଳେ ଡାକ୍ତରୀ ମାଇନା କରାଯିବା ପରେ ଘଟଣା ପର ଠାରୁ ଅଟକ ରହିଥିବା ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଗୋଳନ୍ଥରା ଥାନା କେସ୍ ନଂ 27/21 u / s365 / 366 / 376 DB / 307/34 IPC / 6 ପକ୍ସୋ ଆକ୍ଟ ଲଗାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଅତିରିକ୍ତ ଏସ୍.ପି ପ୍ରଭାବ ରାଉତରାୟ ସୂଚନା ଦେଇଛନ୍ତି ।

ନାବାଳିକା ଜଣଙ୍କ ଘଟଣାସ୍ଥଳରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହେବାପରେ ସ୍ଥାନୀୟ ଗ୍ରାମବାସୀ ଦୁଇ ଅଭିଯୁକ୍ତଙ୍କୁ କାବୁକରି ମାଡ ମାରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

Last Updated : Jan 31, 2021, 9:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.