ETV Bharat / state

ATM ଟଙ୍କା ଭର୍ତ୍ତି ଗାଡିରୁ ବନ୍ଧୁକ ମନରେ ୨୪ ଲକ୍ଷ ଲୁଟ - loot in berhampur

ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ । ATM ଟଙ୍କା ଭରିବାକୁ ଆସିଥିବା ଗାଡିରୁ ବନ୍ଧୁକ ମୁନରେ ୨୪ ଲକ୍ଷ ଲୁଟ । ମୁର୍ମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲା ଡ୍ରାଇଭର । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...

ATMଟଙ୍କା ଭର୍ତ୍ତି ଗାଡିରୁ ବନ୍ଧୁକ ମନରେ ୨୪ ଲକ୍ଷ ଲୁଟ, ମୂର୍ମୁଷୁ ଅବସ୍ଥାରେ ଡ୍ରାଇଭର ଉଦ୍ଧାର

author img

By

Published : Aug 18, 2021, 9:53 PM IST

ବ୍ରହ୍ମପୁର: ବନ୍ଧୁକ ମୁନରେ ATM ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ଏକ ଘରୋଇ କମ୍ପାନୀର ଗାଡିକୁ ଅପହରଣ କରି ୨୪ ଲକ୍ଷ ଟଙ୍କା ଲୁଟ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାର କିଛି ଘଣ୍ଟା ପରେ ଅନ୍ୟଏକ ସ୍ଥାନରୁ ମୁର୍ମୂଷୁ ଅବସ୍ଥାରେ ଗାଡିର ଡ୍ରାଇଭରକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗାଡିଟି ଉଦ୍ଧାର କରାଯାଇଥିବା ବେଳେ ସେଥିରୁ ୨୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଣାପଡିଛି । ଏପରି ଅଭବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ ।

ମିଳିଥିବା ସୂଚନା ଅନୁସାରେ, ବୁଧବାର ବ୍ରହ୍ମପୁର ସହରର ବିଭିନ୍ନ ATMରେ ଟଙ୍କା ଭର୍ତ୍ତି କରିବା ପାଇଁ ICICI ବ୍ୟାଙ୍କର ଏହି ସୁରକ୍ଷା ଗାଡିରେ ମୋଟ ୨୬ ଲକ୍ଷ ଟଙ୍କା ନେଇ ୪ ଜଣ କର୍ମଚାରୀ ବାହାରିଥିଲେ । ସହରର ଆସିକା ରୋଡସ୍ଥିତ ATMରେ ଟଙ୍କା ଭର୍ତ୍ତି କରିବା ପାଇଁ ସୁରକ୍ଷା ଗାଡି ପହଞ୍ଚିବା ପରେ ଗାଡିରେ ଥିବା ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ସହ ଅନ୍ୟ ୨ଜଣ କର୍ମଚାରୀ ଗାଡିରୁ ୨ଲକ୍ଷ ଟଙ୍କା ନେଇ ATMରେ ଜମା କରିଥିଲେ । ମେସିନରେ ଟଙ୍କା ଜମା କରି ଫେରିବା ପରେ ଟଙ୍କା ରହିଥିବା ସୁରକ୍ଷା ଗାଡି ନଥିବା ଦେଖିବାକୁ ମିଳିଥିଲା ।

ATM ଟଙ୍କା ଭର୍ତ୍ତି ଗାଡିରୁ ବନ୍ଧୁକ ମନରେ ୨୪ ଲକ୍ଷ ଲୁଟ, ମୂର୍ମୁଷୁ ଅବସ୍ଥାରେ ଡ୍ରାଇଭର ଉଦ୍ଧାର

ଗାଡିର ଚାଳକ ଜଣଙ୍କ ଟଙ୍କା ଭର୍ତ୍ତି ଗାଡିକୁ ନେଇ କେଉଁଆଡେ ଚାଲିଯାଇଥିବା ନେଇ ପ୍ରଚାରିତ ହେବା ପରେ କର୍ମଚାରୀମାନେ ସମ୍ପୃକ୍ତ ସଂସ୍ଥା ସହିତ ପୋଲିସକୁ ଘଟଣା ନେଇ ଅବଗତ କରାଇଥିଲେ । ଏହାର କିଛି ଘଣ୍ଟା ପରେ ଗୋଳନ୍ଥରା ପୋଲିସ ଗିରିସୋଲା ନିକଟରେ ସୁରକ୍ଷା ଗାଡି ସହିତ ଅଚେତ ଅବସ୍ଥାରେ ଡ୍ରାଇଭର୍ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥଲା ।

ଚିକିତ୍ସା ପରେ ଗାଡି ଚାଳକ ଜଣଙ୍କ ମେଡିକାଲରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ATMରେ ଟଙ୍କା ଭର୍ତ୍ତି କରୁଥିବା ସମୟରେ ସହରର ଆସିକା ରୋଡ ଏକ୍ସିସ୍ ବ୍ୟାଙ୍କ ATM ସମୁଖରୁ ୨ଜଣ ବନ୍ଧୁକ ମୁନରେ ତାଙ୍କୁ ଟଙ୍କା ଭର୍ତ୍ତି ଗାଡି ସହ ଅପହରଣ କରି ନେଇଥିବା କହିଛନ୍ତି ଡ୍ରାଇଭର । ହେଲେ ଜନଗହଳିପୂର୍ଣ୍ଣ ରାସ୍ତାରେ କିପରି ଗାଡି ଚାଳକଙ୍କୁ ଅପହରଣ କଲେ ଏବଂ ପରବର୍ତ୍ତୀ ସମୟରେ ନିଶା ଦେଲେ ତାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଏହି ଅପହରଣରେ ଅନ୍ୟ ଏକ ସ୍କ୍ରପିଓ ଗାଡି ବ୍ୟବହାର ହୋଇଥିବା ନେଇ ଗାଡି ଚାଳକଜଣଙ୍କ କହିଥିବାବେଳେ ଏହାକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି । ଅନ୍ୟପଟେ ଗାଡିରେ ରହିଥିବା ୨୪ ଲକ୍ଷ ଟଙ୍କାକୁ ସୁରକ୍ଷା ତାଲା ଭଙ୍ଗାଯାଇ ଲୁଟ ହୋଇଥିବା କମ୍ପାନୀର କର୍ମଚାରୀ କହିଛନ୍ତି । ତଦନ୍ତ ପରେ ପ୍ରକୃତ ଘଟଣା ସମ୍ନାକୁ ଆସିବ ବୋଲି ପୋଲିସ କହିଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.