ETV Bharat / state

ସତର୍କତା ସହ ସଚେତନ ନ ରହିଲେ ଜିଲ୍ଲାର ପରିସ୍ଥିତି ଭୟାବହ ହେବ: ଜିଲ୍ଲାପାଳ - to prevent covid infection

ଗଞ୍ଜାମ ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ କୋଭିଡ ସଂକ୍ରମଣ ବଢୁଥିବାକୁ ଦୃଷ୍ଟିରେ ରଖି ଏହାକୁ କିପରି ରୋକାଯାଇପାରିବ, ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ବପୁର୍ଣ୍ଣ ବୈଠକ ରବିବାର ପୁର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ସଚେତନତା, ସତର୍କତା ନ ରହିଲେ ଜିଲ୍ଲାର ପରିସ୍ଥିତି ଭୟାବହ ହେବ: ଜିଲ୍ଲାପାଳ

author img

By

Published : Mar 29, 2021, 8:10 AM IST

ବ୍ରହ୍ମପୁର: ‘ସଚେତନତା, ସତର୍କତା ନ ରହିଲେ ଜିଲ୍ଲାର ପରିସ୍ଥିତି ଭୟାବହ ହେବ’ । ଏଭଳି ମତ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାରେ କିଛି ଦିନ ତଳେ କୋଭିଡ୍ ସଂକ୍ରମଣ ସଂଖ୍ୟା ୧ କିମ୍ବା ୨ ମଧ୍ୟରେ ସୀମିତ ରହୁଥିଲା । କିନ୍ତୁ ଗତକାଲି ୭ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସ୍ଥିତିରୁ ଜଣାପଡୁଛି ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଅଭାବ ଏବଂ କୋଭିଡ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ଜାରି କରାଯାଇଥିବା ନିତି ନିୟମର କେହି ଠିକ ଭାବରେ ଅନୁପାଳନ କରୁନାହାନ୍ତି । ଫଳରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବାର ଲକ୍ଷ କରାଯାଉଛି । ଏହି ସଂକ୍ରମଣରୁ ରୋକିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ବପୁର୍ଣ୍ଣ ବୈଠକ ରବିବାର ପୁର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ଭିଡିଓ କନଫେରନ୍ସିରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଓ ଅଧିକାରୀମାନଙ୍କୁ ଜଣାଇଥିଲେ ଯେ, ଜିଲ୍ଲା ବାହାରେ ଏବଂ ଅନ୍ୟ ରାଜ୍ୟରେ ରହୁଥିବା ଜିଲ୍ଲାର ପ୍ରବାସୀମାନଙ୍କୁ ଅନୁରୋଧ କରି ଜଣାନ୍ତୁ ସେମାନେ ଯେଉଁଠାରେ ଅଛନ୍ତି ସେହି ଠାରେ ହିଁ ରୁହନ୍ତୁ । ଦଣ୍ଡନାଚ, ଯାନିଯାତ୍ରା କି ମା ତାରା ତାରିଣୀ ଯାତ୍ରାରେ ସାମିଲ ହେବାକୁ ଜିଲ୍ଲାକୁ ଆସନ୍ତୁ ନାହିଁ । ସେମାନେ ଜିଲ୍ଲାକୁ ଆସିବା ଫଳରେ ନିଜ ପରିବାର ସମେତ ଜିଲ୍ଲାବାସୀଙ୍କୁ ମଧ୍ୟ ବିପଦରେ ପକାଇବାର ଯଥେଷ୍ଟ ସମ୍ଭାବନା ରହୁଛି । ଅତି ଜରୁରୀ କାର୍ଯ୍ୟ କିମ୍ବା ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଯେଉଁମାନେ ଆସୁଛନ୍ତି ସେମାନେ ନିଜ ସାଥିରେ କୋଭିଡ୍ ଟେଷ୍ଟର ରିପୋର୍ଟ ଆଣିବାକୁ ବାଧ୍ୟ କରାଯାଇଛି । ଏମାନେ ଆସିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପୁର୍ନବାର ଯାଞ୍ଚ କରାଯିବ ଏବଂ ସଂକ୍ରମିତ ହୋଇଥିବା ଲକ୍ଷଣ ଦେଖାଗଲେ ସେମାନଙ୍କୁ ଆଇସୋଲେସନରେ ରଖାଯିବ । ଜିଲ୍ଲା ବାହାରେ ଏବଂ ରାଜ୍ୟ ବାହାରେ ସଂକ୍ରମିତ ବୃଦ୍ଧି ପାଉଥିବା ହେତୁ ସତର୍କତା ପାଳନ ନ କଲେ ଜିଲ୍ଲାର ପରିସ୍ଥିତି ପୁର୍ବ ପରି ଭୟାଭୟ ହେବ । ଏନେଇ ସମସ୍ତ ସତର୍କତା ପାଳନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ମାଆ ତାରା ତାରିଣୀ ଯାତ୍ରା ସମୟରେ ମନ୍ଦିର ନିକଟକୁ ଯିବା ପାଇଁ ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନକୁ ବାରଣ କରାଯାଇଛି । ମନ୍ଦିର ନିକଟକୁ ଯିବା ପାଇଁ ଦୁଇଟି ବସ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଭକ୍ତମାନକୁ ନେବା ଆଣିବା କରାଯିବ । କେଶପୁର ଛକ, ରାୟପୁର ଛକ, ତାରାତାରିଣୀ ଛକ ଏବଂ ସିଂହଦ୍ବାରଠାରେ ଅସ୍ଥାୟୀ ଚେକ ଗେଟ ନିର୍ମାଣ କରାଯାଇ ଚେକିଂ କଡ଼ାକଡ଼ି କରାଯିବ । ତେବେ ମାଙ୍କ ଯାତ୍ରା ସମୟରେ ଜନସାଧାରଣଙ୍କ ଯାତାୟତ ନିମନ୍ତେ ପ୍ରଶାସନ ପକ୍ଷରୁ ରୁଟଚାର୍ଟ ପ୍ରସ୍ତୁତ କରାଯାଇଛି । ଏହା ସହ ମା’ ତାରା ତାରିଣୀ ଏବଂ ମା’ ବୁଢୀ ଠାକୁରାଣୀ ଯାତ୍ରାକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରସାରଣ କରାଯିବ । ଯଦ୍ବାରା ଭକ୍ତଗଣ ନିଜ ଘରେ ରହି ମାଙ୍କ ଦର୍ଶନ ଲାଭ କରିପାରିବେ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ଉକ୍ତ ବୈଠକରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦାର, ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.