ETV Bharat / state

ଅଙ୍ଗନବାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ - ଝୁଲନ୍ତା ମୃତଦେହ ଉଦ୍ଧାର ଗଞ୍ଜାମ

ଗଞ୍ଜାମ ଜିଲ୍ଲା ଚାରିଛକର ଏକ ଘରୁ ଦିବ୍ୟାଙ୍ଗ ଅଙ୍ଗନବାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ । ଅଧିକ ପଢନ୍ତୁ...

ଅଙ୍ଗନବାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

author img

By

Published : Jul 2, 2021, 8:57 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ ଚାରିଛକ ଗ୍ରାମର ଏକ ଘରୁ ଅଙ୍ଗନବାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଶୈଳେନ୍ଦ୍ରୀ ପାଣିଗ୍ରାହୀ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ କେହି ତାଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।

ଅଙ୍ଗନବାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ସୂଚନା ଅନୁଯାୟୀ ଶୈଳେନ୍ଦ୍ରୀ ଏକଲପୁର ପଞ୍ଚାୟତ ନୂଆଗାଁ ଗ୍ରାମରେ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟରତ ଥିଲେ । ସେ କିଛିଦିନ ହେଲା ଚାରିଛକରେ ରହୁଥିଲେ । ଗତକାଲି(ଗୁରୁବାର) ସନ୍ଧ୍ୟାରେ ଶୈଳେନ୍ଦ୍ରୀଙ୍କ ପରିବାର ଲୋକେ ମୃତ୍ୟୁ ଖବର ପାଇ ବଡଗଡ଼ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି ।

ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ଅନ୍ୟପଟେ ମୃତ ମହିଳାଙ୍କ ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ମହିଳାଙ୍କ ସ୍ଵାମୀ, ଶାଶୁ, ନଣନ୍ଦ ସମ୍ପୃକ୍ତ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । କାରଣ ମହିଳା ଜଣକ ପୋଲିଓ ଆକ୍ରାନ୍ତ ହୋଇଥିବାରୁ ତାଙ୍କର ଗୋଟିଏ ହାତ କାମ କରୁନାହିଁ । ତେବେ ସେ କିପରି ରଶି ଲଗାଇ ଆତ୍ମହତ୍ୟା କଲେ ବୋଲି ମୃତକଙ୍କ ଭାଇ ସନ୍ଦେହ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.