ETV Bharat / state

କୋରୋନା ଭୟ: ରୋଗୀଙ୍କୁ ନେଲାନି ଆମ୍ବୁଲାନ୍ସ , ଘର ବାରଣ୍ଡାରେ ଚାଲିଗଲା ଜୀବନ - ambulance not take patient to hospital

ଘର ବାରଣ୍ଡାରେ ପଡି ରହି ମରିଗଲା ରୋଗୀ । ବ୍ରହ୍ମପୁର ସହରରୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା । ସହରର ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗର ୨ୟ ସାହିରେ ସୋମବାର ଏଭଳି ଏକ ଘଟଣା ସମସ୍ତଙ୍କୁ କିଛି ସମୟ ପାଇଁ ଏକପ୍ରକାର ସ୍ତବ୍ଧ କରିଦେଇଛି । ଆମ୍ବୁଲାନ୍ସର ଅବହେଳା ଘଟଣାକୁ ନେଇ ମୃତ ବ୍ୟକ୍ତିଙ୍କ ନାବାଳକ ପୁଅର ଭିଡିଓ ଭାଇରାଲ ହେବାରେ ଲାଗିଛି ।

କୋରୋନା ଭୟ
କୋରୋନା ଭୟ
author img

By

Published : Jul 27, 2020, 6:36 PM IST

Updated : Jul 27, 2020, 7:11 PM IST

ବ୍ରହ୍ମପୁର: ରୋଗୀଙ୍କୁ ମେଡିକାଲ ନେବାକୁ ଭୟ କଲା ୧୦୮ ଆମ୍ବୁଲାନ୍ସ । ଘର ବାରଣ୍ଡାରେ ପଡି ରହି ମରିଗଲା ରୋଗୀ । ବ୍ରହ୍ମପୁର ସହରରୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା । ସହରର ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗର ୨ୟ ସାହିରେ ସୋମବାର ଏଭଳି ଏକ ଘଟଣା ସମସ୍ତଙ୍କୁ କିଛି ସମୟ ପାଇଁ ଏକପ୍ରକାର ସ୍ତବ୍ଧ କରିଦେଇଛି । ଆମ୍ବୁଲାନ୍ସର ଅବହେଳା ଘଟଣାକୁ ନେଇ ମୃତ ବ୍ୟକ୍ତିଙ୍କ ନାବାଳକ ପୁଅର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଗୁରୁତର ଅବସ୍ଥାରେ ଘର ବାରଣ୍ଡାରେ ପଡି ରହିଥିବା ଅସୁସ୍ଥ ରୋଗୀଙ୍କୁ ପରିବାର ବର୍ଗ ରୋଗୀଙ୍କୁ ମେଡିକାଲକୁ ନେବା ପାଇଁ ଅପେକ୍ଷା କରିଥିଲେ । ଗୁରୁତର ରହିଥିବାରୁ ୧୦୮କୁ ମଧ୍ୟ ଫୋନ କରିଥିଲେ ପରିବାର ବର୍ଗ । କିଛି ସମୟ ପରେ ଘର ସମ୍ମୁଖକୁ ଆସିଲା ଆମ୍ବୁଲାନ୍ସ । ହେଲେ କୋରୋନା ଭୟରେ ମଧୁମେହ ରୋଗୀ ଜଣଙ୍କ ନିକଟରେ କୋରୋନା ଲକ୍ଷଣ ରହିଥିବା ସନ୍ଦେହରେ ରୋଗୀକୁ ନେବା ପାଇଁ ଅରାଜି ହେଲା ଆମ୍ବୁଲାନ୍ସର ଡ୍ରାଇଭର ଜଣଙ୍କ । ଶେଷରେ ଗୁରୁତର ରୋଗୀର ନାବାଳକ ପୁଅଟି ମଧ୍ୟ ଆମ୍ବୁଲାନ୍ସ ନିକଟକୁ ଆସି ନେହୁରା ହେଲା । ହେଲେ ଏଥିରେ ମଧ୍ୟ ନିଜ ଜିଦରେ ଅଟଳ ଆମ୍ବୁଲାନ୍ସ ଚାଳକ ନେବା ପାଇଁ କହିବା ସହ ସାହିବାସିନ୍ଦା ବାରମ୍ବାର ନେହୁରା ହୋଇଥିଲେ ମଧ୍ୟ କେହି ନଶୁଣିବାରୁ ଶେଷରେ କିଛି ସମୟ ପାଇଁ ଦେଖିବାକୁ ମିଳିଥିଲା ଉତ୍ତେଜନା ।

ରୋଗୀଙ୍କ ଅବସ୍ଥା ଗୁରୁତର ହୋଇ ପଡିବାରୁ ଶେଷରେ ସ୍ଥାନୀୟ ବାସିନ୍ଦା ମଧ୍ୟ ଆମ୍ବୁଲାନ୍ସ ଗାଡି ଚାଳକକୁ ମାଡ ମାରିଥିବା ଖବର ମଧ୍ୟ ରହିଛି । ଆଉ ଶେଷରେ ଆମ୍ବୁଲାନ୍ସରେ ଏମ୍.କେ.ସି.ଜି କୁ ରୋଗୀକୁ ନେଲା ବେଳକୁ ମୃତ୍ୟୁ ଘଟିଥିଲା । । ନିଜ ବାପାର ମୃତ୍ୟୁ ପରେ କଣ କହୁଛି ବାପ ଛେଉଣ୍ଡ ଶିଶୁ ଜଣଙ୍କ ଶୁଣନ୍ତୁ .....

ରୋଗୀଙ୍କୁ ନେଲାନି ଆମ୍ବୁଲାନ୍ସ , ଘର ବାରଣ୍ଡାରେ ଚାଲି ଗଲା ଜୀବନ

ଗତ କିଛି ଦିନ ମଧ୍ୟରେ ଏଭଳି ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ସଭ୍ୟ ସମାଜ ପ୍ରତି କରୁଛି ଅଙ୍ଗୁଳି ନିର୍ଦ୍ଦେଶ । ସତେଯେପରି କୋରୋନା ଭୟ ସମସ୍ତଙ୍କୁ ଏକପ୍ରକାର କରିଦେଉଛି ଅମାନବିକତା । ପୂର୍ବରୁ ମଧ୍ୟ ସହରରେ ଜଣେ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନନେବାରୁ ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ୧୦୮ ଆମ୍ବୁଲାନ୍ସର ଦାୟିତ୍ଵହୀନତାରୁ ଯାଇଛି ଆଉ ଏକ ଜୀବନ ।

ଆମ୍ବୁଲାନ୍ସ ଅଭାବରୁ ଯେପରି କୌଣସି ବ୍ୟକ୍ତିବିଶେଷ ମୃତ୍ୟୁବରଣ କରିବେ ନାହିଁ ସେଭଳି ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ସରକାରଙ୍କ ୧୦୮ ଆମ୍ବୁଲାନ୍ସ ସେବା ଦିନକୁ ଦିନ ଦିଗହରା ହୋଇପଡୁଥିବାବେଳେ ବର୍ତ୍ତମାନର କୋରୋନା ରୂପକ ମହାମାରୀ ଆଣିଦେଇଛି ଏହି ବ୍ୟବସ୍ଥା ଉପରେ ବିଭିନ୍ନ ନୀତିନିୟମ ଓ ସରକାରୀ ନିର୍ଦ୍ଦେଶନାମା ନାମରେ ଚାବୁକ ମାଡ । ଯେଉଁଥିରେ ଚାଲିଯାଉଛି ଅନେକ ନୀରିହଙ୍କ ଜୀବନ ।

ଆମ୍ବୁଲାନ୍ସ ସେବା ନେଇ ଜିଲ୍ଲା ପ୍ରଶାସନର ନୋଟିସ

ଏବେ ଏହି ଘଟଣା ପରେ ଚେତିଛି ଜିଲ୍ଲା ପ୍ରଶାସନ । ନିର୍ଦ୍ଦେଶ ମୁତାବକ ଏଣିକି କୋରୋନା ସନ୍ଦିଗ୍ଧ ହେଲେ ମଧ୍ୟ 108 ଆମ୍ବୁଲାନ୍ସ ଗୁରୁତର ଅସୁସ୍ଥ ରୋଗୀଙ୍କୁ ସମସ୍ତ ସେବା ପ୍ରଦାନ କରିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 27, 2020, 7:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.