ETV Bharat / state

ୱାର୍ଡର ସୀମା ନିର୍ଦ୍ଧାରଣ ବେଳେ କର୍ପୋରେଟରଙ୍କୁ ଆକ୍ରମଣ, ଥାନାରେ ଏତଲା - ୱାର୍ଡର ସୀମା ନିର୍ଦ୍ଧାରଣ ସମୟରେ କର୍ପୋରେଟରଙ୍କୁ ଆକ୍ରମଣ

ବିଜେପି କର୍ପୋରେଟର ବନିତା ସାହୁଙ୍କୁ ଆକ୍ରମଣ ପରେ ଠିକାଦାର କିରଣ ସାହୁଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଏତଲା । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 18, 2023, 7:57 AM IST

ବ୍ରହ୍ମପୁର: ସୀମା ନିର୍ଦ୍ଧାରଣ କରିବାକୁ ଯାଇଥିବା ସମୟରେ ବ୍ରହ୍ମପୁର ମହାନଗର ନିଗମର ୩୭ ନମ୍ବର ୱାର୍ଡର କର୍ପୋରେଟର ବନିତା ସାହୁଙ୍କୁ ଠିକାଦାର ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଏନେଇ ବିଜେପି କର୍ପୋରେଟର ବନିତା ସାହୁ ଆକ୍ରମଣ ପରେ ଠିକାଦାର କିରଣ ସାହୁଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି । ବ୍ରହ୍ମପୁର ମହାନଗର ନିଗମର ୩୭ ନମ୍ବର ଏବଂ ୩୮ ନମ୍ବର ୱାର୍ଡ ମଧ୍ୟରେ ଗତ କିଛି ମାସ ଧରି ଲାଗିରହିଥିବା ବିବାଦକୁ ଲାଗିରହିଥିଲା । ଯାହାକୁ ନେଇ ଗତ ଶୁକ୍ରବାର ଦିନ ନିଗମର ଆୟୋଜିତ ବୈଠକରେ କର୍ପୋରେଟର ବନିତା ସାହୁ ନିଗମର ଦୃଷ୍ଟି ଆକର୍ଷଣ କରିବା ସହିତ ସମ୍ମିଳନୀ କକ୍ଷରେ ପ୍ରତିବାଦ କରି ଧାରଣାରେ ବସିଥିଲେ ।

ବିବାଦକୁ ନେଇ ଆଜି କର୍ପୋରେଟର ବନିତା ସାହୁ, ବିଧାୟକ ଓ ସାଂସଦ ଘଟଣାସ୍ଥଳରେ ପହଞ୍ଚି ଆଜି ବିବାଦୀୟ ଅଞ୍ଚଳର ଜନସାଧାରଣଙ୍କୁ ଭୋଟିଥିଲେ । ଏହିସମୟରେ ଠିକାଦାର କିରଣ ସାହୁ ହଠାତ୍ ଉତ୍ତେଜିତ ହୋଇ ମହିଳା କର୍ପୋରେଟରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ତେବେ କରିଣ ଆକ୍ରମମ କରୁଥିବା ବେଳେ ମହାନଗର ନିଗମର କମିଶନର, ନିଗମର ଷ୍ଟାଣ୍ଡିଂ କମିଟି, ମେୟର ମହିଳା କର୍ପୋରେଟରଙ୍କୁ ଉଦ୍ଧାର କରୁଥିବାର ଭିଡିଓ ଦେଖିବାକୁ ମିଳିଛି । ୩୭ ନମ୍ବର ୱାର୍ଡ ଏବଂ ୩୮ ନମ୍ବର ୱାର୍ଡ ମଧ୍ୟରେ ବିବାଦ ଲାଗିଥିବା ବେଳେ ଏହି ଠିକାଦାର କିରଣ ସାହୁ କାହା ପ୍ରୋତ୍ସାହନରେ ଏଭଳି ଆକ୍ରମଣ କରିଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ମହିଳା କର୍ପୋରେଟର ।

ଏହା ମଧ୍ୟ ପଢନ୍ତୁ....ବିଜେପିକୁ ଆସିବାକୁ ଚେଷ୍ଟା ବିଧାୟକ ରୋହିତ ପୂଜାରୀ, ପ୍ରତିକ୍ରିୟା ରଖିଲେ ଜୟ ନାରାୟଣ

ସେପଟେ ଏହି ଘଟଣା ପରେ ଘଟଣାସ୍ଥଳରେ ଏପରି ନିର୍ବାଚିତ ପ୍ରତିନିଧି ଓ ସରକାରୀ ଅଧିକାରୀମାନଙ୍କ ଉପସ୍ଥିତରେ ଜଣେ ବିଜେପି ଦଳର କର୍ପୋରେଟରଙ୍କୁ ଆକ୍ରମଣ କରାଯିବା ଘଟଣାକୁ ନେଇ ନିନ୍ଦା କରିଛି ଭାରତୀୟ ଜନତା ପାର୍ଟୀ। ଦଳ ପକ୍ଷରୁ ଆକ୍ରମଣର ଶିକାର ହୋଇଥିବା ମହିଳା କର୍ପୋରେଟରଙ୍କୁ ନେଇ ସହରର ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଛି । ଅତିରିକ୍ତ ଏସ୍ପିଙ୍କୁ ସାକ୍ଷାତ କରି ଦଳର ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, କର୍ପୋରେଟର ତଥା ବିଜେପି ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦିକା ବନିତା ସାହୁ, ପ୍ରମୁଖ ଉପସ୍ଥିତ ରହିଥିଲେ । ସେପଟେ ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ....ଛାତ୍ରବୃତ୍ତି ଦୁର୍ନୀତି ଅଭିଯୋଗ, ବ୍ୟାପକ ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା

ଇଟିଭି ଭାରତ ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.