ETV Bharat / state

ସମସ୍ତ ଦୋକାନରେ ସଂପର୍କ ଖାତା ରଖିବା ବାଧ୍ୟତାମୂଳକ: ଗଞ୍ଜାମ ଜିଲ୍ଲାପାଳ

ସମସ୍ତ ଦୋକାନରେ ସଂପର୍କ ଖାତା ରଖିବା ବାଧ୍ୟତା ମୂଳକ । ନିୟମ ଖିଲାପ କଲେ ପୁଣି ହୋଇପାରେ ସଟଡାଉନ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

author img

By

Published : Jul 2, 2020, 12:31 PM IST

ସମସ୍ତ ଦୋକାନରେ ସଂପର୍କ ଖାତା ରଖିବା ବାଧ୍ୟତାମୂଳକ :ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: କୋରୋନା ରୂପକ ମହାମାରୀକୁ ରୋକିବା ପାଇଁ ଜୁଲାଇ ମାସକୁ ଅଧିକ ଗୁରୁତ୍ବପୂର୍ଣ୍ଣ ଭାବରେ ବିବେଚନା କରାଯାଉଥିବା ବେଳେ ଏହି ସମୟରେ ଗଞ୍ଜାମ ଜିଲ୍ଲାବାସୀ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଥିବା କୁହାଯାଇଛି । ଏହି କ୍ରମରେ ଜିଲ୍ଲାରେ ଏହି ଏକ ମାସ ଧରି ସକାଳ ୬ଟା ସମୟରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲାଯିବ । ପରେ ଅପରାହ୍ନ ୪ଟା ଠାରୁ ତା' ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଥିବାରୁ ଏଭଳି ସମୟରେ ସମସ୍ତ ଦୋକାନୀମାନଙ୍କର ଭୂମିକା ରହିଛି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେଣୁ ଦୋକାନ ଖୋଲିବା ସମୟରେ ସାମାଜିକ ଦୂରତ୍ବ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଦୋକାନ ସମ୍ମୁଖରେ ବ୍ୟାରିକେଡ ସହିତ ଦୋକାନୀ ନିଜେ ମାସ୍କ ଓ ଗ୍ଲୋବସ୍ ପରିଧାନ କରିବେ ।

ଏଥିସହ ଗ୍ରାହକ ଆସିଲେ କେଉଁ ସ୍ଥାନରେ ଠିଆ ହୋଇ ରହିବେ ତାହାର ସର୍କଲ ସହିତ ନୋ ମାସ୍କ ଓ ନୋ ଗୁଡସ୍ ଫଳକ ଲଗାଯିବ । ସାନିଟାଇଜର୍ ଏବଂ ହେଣ୍ଡୱାସ୍ ରଖିବା ସହ ଏ ସମସ୍ତ ବ୍ୟବସ୍ଥାକୁ ଅଧିକ କଡାକଡି ପାଳନ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେଇଛନ୍ତି । ସମସ୍ତ ଦୋକାନରେ ସଂପର୍କ ଖାତା ରଖିବା ବାଧ୍ୟତା ମୂଳକ । ଯଦି ଏହି ନିୟମ କେହି ଉଲ୍ଲଂଘନ କରେ, ପ୍ରଥମେ ଏକ ହଜାର ଟଙ୍କାର ଜୋରିମାନା ସହିତ ଏକ ସପ୍ତାହ ପାଇଁ ଦୋକାନକୁ ବନ୍ଦ କରାଯିବ । ପୁଣି ଥରେ ନିୟମକୁ ଉଲ୍ଲଂଘନ କଲେ ତାଙ୍କ ବିରୁଦ୍ଧରେ ଏତଲା ଦିଆଯିବା ସହ ଏକ ମାସ ପାଇଁ ଦୋକାନକୁ ବନ୍ଦ କରାଯିବ ବୋଲି କୁହାଯାଇଛି ।

ଆହୁରି ମଧ୍ୟ ବିନା ଅନୁମତିରେ ବାହାଘର କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଏତଲା ଦିଆଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଥିବାବେଳେ ଗହଳିକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହ ଜିଲ୍ଲାରେ କୌଣସି ବ୍ୟକ୍ତିବିଶେଷଙ୍କର ସ୍ବାସ୍ଥ୍ୟରେ କୋରୋନା ସଂପର୍କିତ ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ମଡିଟର ଅଥବା ଆଶା, ଅଙ୍ଗନୱାଡି କିମ୍ବା ଏ.ଏନ୍.ଏମଙ୍କୁ ସାକ୍ଷାତ କରିବା ପାଇଁ କୁହାଯାଇଛି । ଏହାପରେ ତୁରନ୍ତ ସେମାନଙ୍କୁ ନିକଟସ୍ଥ କୋଭିଡ୍ କେୟାର ହୋମରେ ରଖାଯାଇ ସ୍ବାସ୍ଥ୍ୟର ଯାଞ୍ଚ ସହିତ ଚିକିତ୍ସା କରାଯିବ । ସେଭଳି କୌଣସି ଜରୁରୀ କାର୍ଯ୍ୟ ନଥିଲେ ଘର କିମ୍ବା ନିଜର ସାହିକୁ ଛାଡି ଅନ୍ୟ କେଉଁ ଆଡେ ନଯିବା ପାଇଁ କୁହାଯାଇଛି । ଜିଲ୍ଲାରେ ସମସ୍ତ ପ୍ରକାର ବସ୍ ଚଳାଚଳ ଉପରେ ବାରଣ କରାଯାଇଥିବାବେଳେ ଏହା ୩୧ ଜୁଲାଇ ପର୍ଯ୍ୟନ୍ତ କଡାକଡି ରହିବ ବୋଲି କୁହାଯାଇଛି ।

ଏପରିକି ଅଟୋ ରିକ୍ସା ଏବଂ ମୋଟର ସାଇକେଲ ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏହି ସମସ୍ତ ନିୟମ ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏବଂ କୋରୋନାର ଚେନକୁ ଭାଙ୍ଗିବା ପାଇଁ ପଦକ୍ଷେପ ନିଆଯାଇଛି । ଯଦି ଏହାକୁ ସହଯୋଗ କରିବେ ନାହିଁ କିମ୍ବା ସାମାଜିକ ଦୂରତ୍ବକୁ ମାନିବେ ନାହିଁ ତାହା ହେଲେ ପୁଣି ସର୍ଟଡାଉନ୍ ହୋଇପାରେ ବୋଲି ଭିଡିଓ ବାର୍ତ୍ତା ମାଧ୍ୟମରେ ଅବଗତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.