ETV Bharat / state

ଓଡ଼ିଶାର ଯୁବ ଉଦ୍ୟୋଗୀଙ୍କୁ ମିଳିବ ସମସ୍ତ ସରକାରୀ ସୁବିଧା: ଅସିତ୍ ତ୍ରିପାଠୀ

author img

By

Published : Aug 11, 2021, 10:18 PM IST

ଗତ ଦୁଇ ଦିନ ଧରି ଚାରୋଟି ଜିଲ୍ଲାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକର ଅଭିବୃଦ୍ଧି ସକାଶେ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଆୟୋଜିତ ହୋଇଥିବା ଶିଳ୍ପର ଯନ୍ତ୍ର ସମ୍ପର୍କିତ ବୈଠକ ଉଦଯାପିତ ହୋଇଯାଇଛି । ଅଧିକ ପଢନ୍ତୁ...

ଓଡ଼ିଶାର ଯୁବ ଉଦ୍ୟୋଗୀଙ୍କୁ ଯୋଗାଇ ଦିଆଯିବ ସମସ୍ତ ସରକାରୀ ସୁବିଧା: ଅସିତ୍ ତ୍ରିପାଠୀ

ବ୍ରହ୍ମପୁର: ଗତ ଦୁଇ ଦିନ ଧରି ଚାରୋଟି ଜିଲ୍ଲାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକର ଅଭିବୃଦ୍ଧି ସକାଶେ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଆୟୋଜିତ ହୋଇଥିବା ଶିଳ୍ପର ଯନ୍ତ୍ର ସମ୍ପର୍କିତ ବୈଠକ ଉଦଯାପିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମାଞ୍ଚଳ ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ଯୋଗ ଦାନ କରି ଜଣାଇଥିଲେ ଯେ, ଗଞ୍ଜାମ, ଗଜପତି, ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କୁ ସଫଳ ଉଦ୍ୟୋଗୀ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ।

ଏହି ଦିଗରେ ଦେଖାଯାଉଥିବା ପ୍ରତିବନ୍ଧକ ଗୁଡିକର ଆଶୁ ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପନ କରିବା ପାଇଁ କହିଥିଲେ । ଏପରିକି ଉଦ୍ୟୋଗ ଗୁଡିକର ସମସ୍ୟା ଗୁଡିକ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ବିଶେଷ ଉଚ୍ଚ ଗୁଣବତ୍ତା ସହିତ ନିରବଚ୍ଛିନ୍ନ ବିଦ୍ୟୁତ ଶକ୍ତି ଯୋଗାଇବା, ରାସ୍ତା ଘାଟ, ବ୍ୟାଙ୍କ ଗୁଡିକରୁ ସୁବିଧାରେ ଋଣ ଯୋଗାଣ, ଜଳ ଯୋଗାଣ ଓ ନିଷ୍କାସନ, ଆଲୁଆ ବ୍ୟବସ୍ଥା ଇତ୍ୟାଦି ବିଷୟ ନେଇ ଆଲୋଚନା କରାଯାଇଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ତହସିଲ୍ ଗୁଡିକରେ 1041.228 ଏକର ପରିମିତ ସ୍ଥାନରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡକୋ ଦ୍ୱାରା ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସକାଶେ ଆବେଦନ କରିଥିବା ବ୍ୟକ୍ତିବିଶେଷ କିଭଳି ସୁବିଧାରେ ଏବଂ ସମୟସୀମା ମଧ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସୁଯୋଗ ପାଇବେ ସେଦିଗରେ ଡି.ଆଇ.ସି ତରଫରୁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଶିଳ୍ପ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଉପସ୍ଥିତ ଥିବା ସମସ୍ତ ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କ ଠାରୁ ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କର ସମସ୍ୟା ସମାଧାନ ଦିଗରେ ପରାମର୍ଶ ଦେଇ ଦୁଇ ଦିନର ବୈଠକ ସୁଚାରୁ ରୂପେ ସମ୍ପାଦିତ ହୋଇ ଅନେକ ଗୁଡିଏ ସମସ୍ୟାର ସମାଧାନ ଦିଗରେ ପଥ ପରିଷ୍କାର ହୋଇଥିବା ହେତୁ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଦେଇଥିଲେ । ବୈଠକରେ ଇଡକୋ ପରିଚଳନା ନିର୍ଦ୍ଦେଶକ ବି.ଏସ୍.ପୁନିଆ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି. ଆପାଙ୍ଗ ଆଓ, ଜିଲ୍ଲା ଗ୍ରାମ୍ୟ ଉନ୍ନଯନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳୀରାମ ବୋନ୍ଦର, ବ୍ରହ୍ମପୁର ଉପଜିଲ୍ଲାପାଳ ୱି. କିର୍ତ୍ତି ୱାସନ ଏବଂ ଚାରିଗୋଟି ଜିଲ୍ଲାର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.