ETV Bharat / state

ବଜାର ସୁବିଧା ଉପଲବ୍ଧ ହେଲେ କୃଷକ ଅଣଧାନ ଚାଷ ପ୍ରତି ଆଗ୍ରହୀ ହେବେ: ଜିଲ୍ଲାପାଳ

author img

By

Published : Jul 20, 2022, 11:45 AM IST

ଗଞ୍ଜାମ ଜିଲ୍ଲାର କୃଷି ରଣ ନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଜାର ସୁବିଧା ଉପଲବ୍ଧ ହେଲେ କୃଷକ ଅଣଧାନ ଚାଷ ପ୍ରତି ଆଗ୍ରହୀ ହେବେ ବୋଲି ମତବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

ବଜାର ସୁବିଧା ଉପଲବ୍ଧ ହେଲେ କୃଷକ ଅଣଧାନ ଚାଷ ପ୍ରତି ଆଗ୍ରହୀ ହେବେ: ଜିଲ୍ଲାପାଳ
ବଜାର ସୁବିଧା ଉପଲବ୍ଧ ହେଲେ କୃଷକ ଅଣଧାନ ଚାଷ ପ୍ରତି ଆଗ୍ରହୀ ହେବେ: ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୃଷି ରଣ ନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅଣ ଧାନ ଚାଷ ସକାଶେ ସଚେତନତା ଓ ପ୍ରଶିକ୍ଷଣ ପ୍ରଦାନ ଉପରେ ଆଲୋଟନା କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ଯେ, "ଜିଲ୍ଲାରେ ଅଣ ଧାନ ଚାଷ ସକାଶେ ସଚେତନତା ଓ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଚାଷୀଗଣ ଅଧିକ ଲାଭବାନ ହୋଇ ପାରିବେ ।ଜିଲ୍ଲାରେ କେଉଁ ବ୍ଲକରେ କେଉଁ ଚାଷ ଭଲ ହେଉଛି ତାହାର ଆକଳନ କରାଯିବା ସହ ଏହି ତଥ୍ୟକୁ ଆଧାର କରି ଉକ୍ତ ବ୍ଲକରେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବ । ଏପରିକି ଜିଲ୍ଲାର କୃଷକଗଣ ଅଧିକ ଉପକୃତ ହେବା ସହିତ ଜିଲ୍ଲାର କୃଷି କ୍ଷେତ୍ରରେ ସୁନାମ ଆଣିବ ।"

ସଦଦ୍ଭାବନା ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାର କୃଷିଜାତ ଫସଲର ବିକାଶ ନିମନ୍ତେ ଗୁରୁତ୍ବ ଦିଆଯାଇଥିଲା । ଜିଲ୍ଲାରେ ରହିଥିବା କୃଷି ଭିତ୍ତିଭୂମିକୁ ଆଧାର କରି ଅନୁକୂଳ ପାଣିପାଗର ସ୍ଥିତି, ଚାଷ ଜମିରେ ଥିବା ମାଟିର ପରୀକ୍ଷା ନିରୀକ୍ଷା, ଉନ୍ନତମାନର ଚାରା, ସାରର ଉପଯୁକ୍ତ ବିନିଯୋଗ, ଜଳ ଯୋଗାଣ, କୃଷି ଋଣ, ଉନ୍ନତ ଧରଣର ଅତ୍ୟାଧୁନିକ କୃଷି ଭିତ୍ତିକ ପ୍ରଶିକ୍ଷଣ, ଯନ୍ତ୍ରାଂଶର ବ୍ୟବହାର ଓ ସଚେତନତା ଦିଗରେ ସୁବିସ୍ତୃତ ଆଲୋଚନା କରି ଆଗାମୀ ଖରିଫ୍ ଚାଷ ୨୦୨୨ ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା । ବିଗତ ବର୍ଷର କାର୍ଯ୍ୟ ଧାରାର ଅଭିଜ୍ଞତାକୁ ଭିତ୍ତି କରି ଆଗାମୀ ଖରିଫ୍ ଚାଷ ୨୦୨୨ର କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିବା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ ସମସ୍ତ ବିବରଣୀ ଉପସ୍ଥାପନ କରିଥିଲେ ।

ବିଗତ ୨୦୨୧-୨୨ ରବି ଚାଷରେ ୨,୨୧,୬୨୫ ହେକ୍ଟର ଚାଷ ଜମିରେ ଚାଷ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ ୨,୨୧,୫୦୩ ହେକ୍ଟର ଜମିରେ ଚାଷ କରାଯାଇଥିଲା । ଏହି ଚାଷ ନିମନ୍ତେ ୨୦,୬୪୦ ମେଟ୍ରିକ୍ ଟନ୍ ରାସାୟନିକ ସାର ବ୍ୟବହାର ସକାଶେ ଲକ୍ଷ୍ୟ ରଖାଯାଇଥିବା ସ୍ଥଳେ ୨୪,୧୬୩ ମେଟ୍ରିକ୍ ଟନ୍ ରାସାୟନିକ ସାର ବିନିଯୋଗ ହୋଇଥିଲା । ରାଜ୍ୟ ମୃତ୍ତିକା ପରୀକ୍ଷଣ ଲାବରେଟୋରୀ ମାଧ୍ୟମରେ ୩୫,୦୦୦ ଗୋଟି ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଜିଲ୍ଲାରେ ଆବଣ୍ଟନ କରି ଦୁର୍ଗର ସନ୍ତୁଳିତ ବ୍ୟବହାର ମାଧ୍ୟମରେ ମୃତ୍ତିକାର ସ୍ବାସ୍ଥ୍ୟ ଉର୍ବରତା ବଜାୟ ରଖିବା ପାଇଁ ଜିପିଏସ୍ ତଥ୍ୟ ବ୍ୟବହାର କରି ସଂଗୃହୀତ ମୃତ୍ତିକା ନମୂନା ଗୁଡିକର ବିଶ୍ଳେଷଣ ହୋଇଥିବା ବୈଠକରେ ଜଣାପଡିଛି ।

ଜିଲ୍ଲାରେ ମୃତ୍ତିକା ପରୀକ୍ଷଣ କରିବା ନିମନ୍ତେ ଦୁଇ ଗୋଟି ମୋବାଇଲ୍ ଭ୍ୟାନ୍ ରହିଛି । ଜିଲ୍ଲାକୁ ଉତ୍ତମ ମାନର ଚାରା ଆସୁଛି ସେହି ଚାରା ସମ୍ପର୍କରେ ଚାଷୀଗଣଙ୍କ ଧାରଣା ନଥିବା ହେତୁ ସେହି ଚାରା ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଯାହାଫଳରେ ଉତ୍ତମ ଚାରା ବଳକା ରହିଯାଉଛି । ଏଣୁ ଚାଷୀଙ୍କୁ ଉତ୍ତମ ଚାରା ସମ୍ପର୍କରେ ସଚେତନ କରାଇବାକୁ କୁହାଯାଇଛି ।

ତୈଳବୀଜ ଚାଷର ଅଭିବୃଦ୍ଧି କରାଗଲେ ଚାଷୀ ଅଧିକ ଲାଭବାନ ହୋଇ ପାରିବ ବୋଲି ଜିଲ୍ଲାପାଳ ଗୁରୁତ୍ବ ଦେଇ ସେଥି ସକାଶେ ଚାଷୀଙ୍କୁ ସଚେତନ କରାନ୍ତୁ । ଜିଲ୍ଲାରେ ଯାହାବି ଚାଷ ହୁଏ ତାର ବିକ୍ରିବଟାର ସୁବିଧା କରାଇବା, ଉନ୍ନତମାନର ଚାରା ଯୋଗାଇବା, କୃଷିଋଣର ସଂଖ୍ୟା ବୃଦ୍ଧି କରାଇବା, କ୍ଷେତକୁ ଜଳସେଚନର ବ୍ୟବସ୍ଥା ଇତ୍ୟାଦି ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ହୋଇପାରିଲେ କୃଷି ଓ କୃଷକର ଉନ୍ନତି ହେବା ସହିତ ଜିଲ୍ଲା କୃଷିକ୍ଷେତ୍ରରେ ନିଜର ସୁନାମ ବଜାୟ ରଖିବେ ବୋଲି ଜିଲ୍ଲାପାଳ ମତ ଦେଇଥିଲେ ।

ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭି.କିର୍ତ୍ତୀ ଭାସନ୍, କେବିକେ ଗଞ୍ଜାମ-୧ ଭଞ୍ଜନଗରର ବରିଷ୍ଠ ବୈଜ୍ଞାନିକ ଡ. ସୁତନୁ କୁମାର ଶତପଥୀ, କୃଷି ସଂପ୍ରସାରଣ ବୈଜ୍ଞାନିକ ଡ. ସନ୍ତୋଷ କୁମାର ସାମନ୍ତରାୟ, ଖଲ୍ଲିକୋଟ ଅତିରିକ୍ତ କୃଷି ଉନ୍ନୟନ ଅଧିକାରୀ ଜେ ନଳନୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.