ETV Bharat / state

କାଦୁଅ ରାସ୍ତାରେ 5କି.ମି ବୁହାହେଲେ ରୋଗୀ - ପୁଣି ଭାରରେ ବୋହିଲେ ରୋଗୀ

ଗଞ୍ଜାମ ଜିଲ୍ଲା ସୋରଡା ଗଛଗୁଡା ଗାଁରେ ରୋଗୀଙ୍କୁ ଭାରରେ ବୋହିଲେ ଗ୍ରାମବାସୀ । ଗାଁକୁ ପକ୍କା ରାସ୍ତା ନଥିବାରୁ ବାଧ୍ୟ ହୋଇ 5କିମି କାଦୁଅ ଓ ନାଳ ରାସ୍ତାରେ ବୋହି ରୋଗୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Sep 28, 2019, 1:25 PM IST

ଗଞ୍ଜାମ: ପୁଣି ଭାରରେ ବୁହା ହେଲେ ରୋଗୀ । ଗଞ୍ଜାମ ଜିଲ୍ଲା ସୋରଡା ଗଛଗୁଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁକୁ ପକ୍କା ରାସ୍ତା ନଥିବାରୁ ପ୍ରାୟ 5 କିମି କାଦୁଅ ଓ ନାଳ ରାସ୍ତା ଦେଇ ଚିକିତ୍ସା ପାଇଁ ବଡଗଡ ଚିକିତ୍ସାଳୟକୁ ରୋଗୀଙ୍କୁ ଅଣାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନାଯୋଗ୍ୟ, ଦଶମ ଶ୍ରେଣୀ ଛାତ୍ରୀ ସୁବାନ୍ତି ଶବର ଗତ କିଛି ଦିନ ଧରି ଜ୍ବରରେ ପୀଡିତ ଥିଲେ । ତେବେ ଗାଁକୁ ପକ୍କା ରାସ୍ତା ନଥିବାରୁ କୌଣସି ଗାଡିଟିଏ ପହଞ୍ଚି ପାରିନଥିଲା । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ଭାରରେ ବୋହି ଆଣିଥିଲେ । କାଦୁଅ ଓ ନାଳ ରାସ୍ତା ପାର ହେବା ପରେ ରେଣ୍ଡିଗୁଡି ଛକକୁ ଆଣିଥିଲେ । ଏହାପରେ ସେଠାରୁ ଅଟୋ ରିକ୍ସା ସାହାଯ୍ୟରେ ବଡଗଡ ମେଡିକାଲକୁ ଅଣାଯାଇଥିଲା ।

ତେବେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଗାଁକୁ ସଂଯୋଗ ହୋଇପାରିଲା ନାହିଁ ପକ୍କା ରାସ୍ତା । ଫଳରେ ରୋଗୀଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ ସମସ୍ତେ ଭାରରେ ବୁହା ହେଲେ ଯାଇ ହସ୍ପିଟାଲରେ ପହଞ୍ଚି ପାରୁଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ପୁଣି ଭାରରେ ବୁହାହେଲେ ରୋଗୀ ଯାହାର ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗଛଗୁଡା ଗାଁର ସୁବାନ୍ତି ଶବର ନାମକ ଦଶମ ଶ୍ରେଣୀ ଛାତ୍ରୀ ଜ୍ଵର ରୋଗରେ ପୀଡିତ ହୋଇଥିଲେ ହେଲେ ଗାଁ କୁ ପକ୍କା ରାସ୍ତା ନଥିବାରୁ ଗାଡ଼ିଟିଏ ପହଂଚିପାରିନଥିଲା ଶେଷରେ ଗ୍ରାମବାସୀ ମାନେ ଏକ ଦୋଳା ମାଧ୍ୟମରେ ପ୍ରାୟ ପାଞ୍ଚ କିଲୋମିଟର କାଦୁଅ ରାସ୍ତା ଓ ନାଳ ପାର ହୋଇ ରେଣ୍ଡିଗୁଡ଼ି ଛକରେ ପହଂଚିଥିଲେ ସେଠାରୁ ଅଟୋରିକ୍ସା ସାହାଯ୍ୟରେ ବଡ଼ଗଡ଼ ମେଡିକାଲ କୁ ଆଣି ଚିକିତ୍ସା କରାଯାଇଥିବା ଜଣାପଡିଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.