ETV Bharat / state

ସୁରତ ଅଗ୍ନିକାଣ୍ଡ ପରେ ବ୍ରହ୍ମପୁରରେ ସୁରକ୍ଷା ଚିନ୍ତା

ସୁରତ ତକ୍ଷଶୀଳା କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ତତ୍ପରତା ଦେଖାଇଛି ବ୍ରହ୍ମପୁର ପ୍ରଶାସନ । ଫାୟାର କ୍ଲିଅରାନ୍ସ ପ୍ରମାଣପତ୍ର ହାସଲ କରିବା ପାଇଁ ନୋଟିସ ଦେଇଛି ମହାନଗର ନିଗମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : May 29, 2019, 2:13 PM IST

ବ୍ରହ୍ମପୁର: ସୁରତ ତକ୍ଷଶୀଳା କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଏହି ଅଘଟଣରେ 23 ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ତତ୍ପରତା ଦେଖାଇଛି ବ୍ରହ୍ମପୁର ପ୍ରଶାସନ । ସହରର ବଡବଡ କୋଠା ଓ କୋଚିଂ ସେଣ୍ଟର ଗୁଡିକ ଫାୟାର କ୍ଲିୟରାନ୍ସ ପ୍ରମାଣପତ୍ର ହାସଲ କରିବା ପାଇଁ ନୋଟିସ ଦେଇଛି ମହାନଗର ନିଗମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଅନ୍ୟପଟେ ଆଗାମୀ ଦିନରେ ପ୍ରତ୍ୟେକ ବିଲ୍ଡିଂର ସୁରକ୍ଷା ଯାଞ୍ଚ କରାଯିବା ନେଇ ରୋକଠୋକ କହି ଦେଇଛନ୍ତି ମହାନଗର ନିଗମ କମିଶନର । ଯଦି ସେହି ବିଲ୍ଡିଂର ମାଲିକଙ୍କ ନିକଟରେ ଫାୟାର କ୍ଲିୟରାନ୍ସ ପ୍ରମାଣପତ୍ର ନଥାଏ ଆବଶ୍ୟକ ପଡିଲେ ତାହା ସିଲ କରିବ ପ୍ରଶାସନ । ଗତବର୍ଷ ସହରର ୧୫୦ଟି କୋଠାର ମାଲିକ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଏ ନେଇ ନୋଟିସ ଦିଆ ଯାଇଥିଲା ।

ବ୍ରହ୍ମପୁରରେ ଗତ କିଛି ବର୍ଷ ମଧ୍ୟରେ ଗଢି ଉଠିଛି ଅନେକ ବଡବଡ କୋଠା । ସେପଟେ ଫାୟାର ସେଫ୍ଟି ବ୍ୟବସ୍ଥା ନଥାଇ ବର୍ଷ ବର୍ଷ ଧରି କିପରି ଏହି କୋଠାଗୁଡିକୁ ଅନୁମତି ମିଳିଲା ସେ ନେଇ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.