ETV Bharat / state

ଛଅ ଦିନ ପରେ ଅନଶନ ପ୍ରତ୍ୟାହାର କଲେ ଗଞ୍ଜାମ ଦିବ୍ୟାଙ୍ଗ ମହାସଂଘ

ଦୀର୍ଘ ଛଅ ଦିନ ପରେ ଅନଶନ ପ୍ରତ୍ୟାହାର କଲେ ଗଞ୍ଜାମ ଜିଲ୍ଲା ଦିବ୍ୟାଙ୍ଗ ମହାସଂଘ । ସ୍ଥାନୀୟ ଦିବ୍ୟାଙ୍ଗ ଶିକ୍ଷାକେନ୍ଦ୍ରର ସମର୍ଥ ଆବାସିକ ବିଦ୍ୟାଳୟକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଅନଶନ ଜାରି ରହିଥିଲା । ଅଧିକ ପଢନ୍ତୁ...

After a long six days, Ganjam handicapped Federation called off hunger strike
ଦୀର୍ଘ ଛଅ ଦିନ ପରେ ଅନଶନ ପ୍ରତ୍ୟାହାର କଲେ ଗଞ୍ଜାମ ଦିବ୍ୟାଙ୍ଗ ମହାସଙ୍ଘ
author img

By

Published : Oct 11, 2020, 7:50 AM IST

ବ୍ରହ୍ମପୁର: ଦୀର୍ଘ ଛଅ ଦିନ ପରେ ଅନଶନ ପ୍ରତ୍ୟାହାର କଲେ ଗଞ୍ଜାମ ଜିଲ୍ଲା ଦିବ୍ୟାଙ୍ଗ ମହାସଂଘ । ଛଅ ଦିନ ଧରି ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଚାଲିଥିବା ଦିବ୍ୟାଙ୍ଗ ମହାସଂଘ ର ଅନଶନ ପ୍ରତ୍ୟାହାର ହୋଇଛି । ସ୍ଥାନୀୟ ଦିବ୍ୟାଙ୍ଗ ଶିକ୍ଷାକେନ୍ଦ୍ରର ସମର୍ଥ ଆବାସିକ ବିଦ୍ୟାଳୟକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଅନଶନ ଜାରି ରହିଥିଲା ।

ଦୀର୍ଘ ଛଅ ଦିନ ପରେ ଅନଶନ ପ୍ରତ୍ୟାହାର କଲେ ଗଞ୍ଜାମ ଦିବ୍ୟାଙ୍ଗ ମହାସଙ୍ଘ

ତେବେ ଏହି ଆନ୍ଦୋଳନ ସ୍ଥଳକୁ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲା ରାଜସ୍ବ ଅଧିକାରୀ ଡ଼ଃ. ବିଜୟାନନ୍ଦ ସେଠି, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ପ୍ରମୁଖ ଆସି ସଂଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରି ଛତ୍ରପୁର ସହରର ମୁଖ୍ୟ ବଜାର ନିକଟରେ ରହିଥିବା ଏସ୍.ସି ଓ ଏସ୍.ଟି ଆବାସିକ ବିଦ୍ୟାଳୟର ତିନୋଟି ରୁମରେ ବର୍ତ୍ତମାନ ଉଚ୍ଛେଦ ପରେ ରହିବାକୁ ସ୍ଥିର କରିଛନ୍ତି ।

ଏଥିସହ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଲକ କଲୋନୀ ବିଦ୍ୟାଳୟକୁ ଚିହ୍ନଟ କରାଯାଇଥିବା ବେଳେ ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ଏହି ସ୍କୁଲର ଆନୁସଙ୍ଗିକ ବ୍ୟବସ୍ଥା ଆସନ୍ତା ୧୦ ରୁ ୧୫ ଦିନ ଭିତରେ କରି ସେଠାରେ ନଅ ଜଣ ଦିବ୍ୟାଙ୍ଗଙ୍କୁ ଆଗାମୀ ଦୁଇ ବର୍ଷ ନିମନ୍ତେ ରହିବାକୁ ସ୍ଥିର କରାଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.