ETV Bharat / state

ବେଡ୍ ସଙ୍କଟ ନେଇ ସୋନୁ-ଜିଲ୍ଲାପାଳଙ୍କ ଟ୍ବିଟର ୱାର, ପ୍ରମାଣ ପରେ ବଦଳିଲା ଆଭିମୁଖ୍ୟ - ବ୍ରହ୍ମପୁରରେ ବେଡ୍ ସଙ୍କଟ

ଟ୍ବିଟରରେ ସୋନୁ ସୁଦ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଲଢେଇ । ସୋନୁ ସୁଦ ପ୍ରମାଣ ଦେବା ପରେ ପ୍ରଶଂସା କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ବ୍ରହ୍ମପୁରରେ ବେଡ୍ ସଙ୍କଟ ନେଇ ଟ୍ବିଟର୍ ୱାର
ବ୍ରହ୍ମପୁରରେ ବେଡ୍ ସଙ୍କଟ ନେଇ ଟ୍ବିଟର୍ ୱାର
author img

By

Published : May 18, 2021, 8:19 AM IST

Updated : May 18, 2021, 6:50 PM IST

ବ୍ରହ୍ମପୁର: ହସ୍ପିଟାଲ ବେଡ ନେଇ ଟ୍ବିଟରରେ ସୋନୁ ସୁଦ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଲଢେଇ । ଗଞ୍ଜାମ ଡାକ୍ତରଖାନାରେ ଶଯ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ଟ୍ବିଟର ୱାର୍ ପ୍ରମାଣ ଦେବା ପରେ ଅନ୍ତ ହୋଇଛି । ପ୍ରଥମେ ସୋନୁଙ୍କ ଟ୍ବିଟ୍ ପରେ ସୋନୁଙ୍କ କଥାକୁ ଜିଲ୍ଲାପାଳଙ୍କ ଖଣ୍ଡନ ଆଉ ଏହାପରେ ସୋନୁଙ୍କ ପ୍ରମାଣ ଓ ଜିଲ୍ଲାପାଳଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ । ଏସବୁ ମଧ୍ୟରେ ବେଶ୍ କିଛି ସମୟ ଟ୍ବିଟରରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଥିଲା ।

ବ୍ରହ୍ମପୁରରେ ବେଡ୍ ସଙ୍କଟ ନେଇ ଟ୍ବିଟର୍ ୱାର
ବ୍ରହ୍ମପୁରରେ ବେଡ୍ ସଙ୍କଟ ନେଇ ଟ୍ବିଟର୍ ୱାର

ପ୍ରଥମେ ସୋନୁଙ୍କ ଟ୍ବିଟକୁ ଗଞ୍ଜାମ ଜିଲ୍ଲାପାଳ ଖଣ୍ଡନ କରିବା ପରେ ପ୍ରମାଣ ସ୍ବରୂପ ହ୍ବାଟ୍ସଆପ୍ ସ୍କ୍ରିନସଟ ପକାଇବା ସହ ଜିଲ୍ଲାପାଳଙ୍କୁ ପୂର୍ବ ଟ୍ବିଟର ଜବାବ ଦେଇଥିଲେ । ଯାହାପରେ ଟ୍ବିଟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଲା ଓ ଗଞ୍ଜାମରେ 24*7 ଶଯ୍ୟା ଉପଲବ୍ଧ ବୋଲି କହିଥିଲେ ଜିଲ୍ଲାପାଳ । ଏହାସହ ସୋନୁଙ୍କ ପ୍ରକ୍ରିୟାକୁ ସମାଲୋଚନା କରିବା ଉଦ୍ଦେଶ୍ୟ ନଥିବା ସେ କହିଛନ୍ତି । ସେପଟେ ସୋନୁ ସୁଦ୍ ମଧ୍ୟ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ସମ୍ମାନ ଦେଉଥିବା ପ୍ରକାଶ କରିଥିଲେ ।

ବ୍ରହ୍ମପୁରରେ ବେଡ୍ ସଙ୍କଟ ନେଇ ଟ୍ବିଟର୍ ୱାର
ବ୍ରହ୍ମପୁରରେ ବେଡ୍ ସଙ୍କଟ ନେଇ ଟ୍ବିଟର୍ ୱାର
ବ୍ରହ୍ମପୁରରେ ବେଡ୍ ସଙ୍କଟ ନେଇ ଟ୍ବିଟର୍ ୱାର
ବ୍ରହ୍ମପୁରରେ ବେଡ୍ ସଙ୍କଟ ନେଇ ଟ୍ବିଟର୍ ୱାର

ଘଟଣା ଅନୁସାରେ, ପ୍ରଦୀପ ବେହେରା ନାମକ ଜଣେ ବ୍ୟକ୍ତି କୋରୋନା ଆକ୍ରାନ୍ତ ସ୍ତ୍ରୀଙ୍କ ପାଇଁ ଶଯ୍ୟା ନଥିବା ନେଇ ସୋନୁ ସୁଦଙ୍କୁ ଟ୍ୟାଗ କରି ଟ୍ବିଟରରେ ପୋଷ୍ଟ କରିଥିଲେ । ସେ କହିଥିଲେ କି, ମୋ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେଉଥିବା ବେଳେ ବହୁ ପ୍ରଚେଷ୍ଟା ପରେ ବି ବ୍ରହ୍ମପୁର କିମ୍ବା ଭୁବନେଶ୍ବରରେ ଶଯ୍ୟା ବ୍ୟବସ୍ଥା କରିପାରୁନାହାନ୍ତି । ସୋନୁ ସୁଦ ଆମକୁ ସହଯୋଗ କରନ୍ତୁ ବୋଲି ଲେଖି ଅନୁରୋଧ କରିଥିଲେ ବ୍ୟକ୍ତି ଜଣଙ୍କ । ଆଉ ଏହି ଟ୍ବିଟର ଗୋଟିଏ ଦିନ ପରେ ସୋନୁ ସୁଦ ନିଜ ଟ୍ବିଟରରେ ଏକ ପୋଷ୍ଟ କରି ଉକ୍ତ ବ୍ୟକ୍ତିଙ୍କୁ ଆଉ ଚିନ୍ତା ନ କରିବା ପାଇଁ କହିବା ସହ ଗଞ୍ଜାମ ସିଟି ହସ୍ପିଟାଲ , ବ୍ରହ୍ମପୁରରେ ବେଡ ବ୍ୟବସ୍ଥା ହୋଇଥିବା ନେଇ କହିଥିଲେ ।

ବ୍ରହ୍ମପୁରରେ ବେଡ୍ ସଙ୍କଟ ନେଇ ଟ୍ବିଟର୍ ୱାର
ବ୍ରହ୍ମପୁରରେ ବେଡ୍ ସଙ୍କଟ ନେଇ ଟ୍ବିଟର୍ ୱାର

ଏହାପରେ ଗଞ୍ଜାମ ଜିଲ୍ଲାପାଳଙ୍କର ଆସିଥିଲା ପ୍ରତିକ୍ରିୟା । ସେ କହିଥିଲେ, ଆମେ ଏ ସମ୍ବନ୍ଧରେ ଅର୍ଥାତ ବେଡ ବ୍ୟବସ୍ଥା ନେଇ ସୋନୁ ସୁଦ ଫାଉଣ୍ଡେସନ କିମ୍ବା ସୋନୁ ସୁଦଙ୍କ ଠାରୁ କୌଣସି ସୂଚନା ପାଇନାହୁଁ । ଏପରିକି ବେଡ ପାଇଁ ଅନୁରୋଧ କରିଥିବା ରୋଗୀଙ୍କ ବର୍ତ୍ତମାନ ହୋମ ଆଇସୋଲେସନରେ ସୁସ୍ଥ ଅଛନ୍ତି । କୌଣସି ବେଡ ଜାରି ହୋଇନଥିବା ବେଳେ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ଏହି ମାମଲାକୁ ମନିଟରିଂ କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 18, 2021, 6:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.