ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ଗ୍ରାମର ରାଜୁ ବିଷୋୟୀ ହତ୍ୟାକାଣ୍ଡ ଘଟଣାରେ ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ମେ ମାସର ୧୮ ତାରିଖରେ ବାହାଲପଲ୍ଲୀ ରାସ୍ତାରେ ରାଜୁ ବିଷୋୟୀଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ ପୁଅ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତମାନେ ଖଜାପଲ୍ଲୀ ଗ୍ରାମର ସଂଗ୍ରାମ ସ୍ୱାଇଁ, ବୁଦ୍ଧିଆ ସ୍ୱାଇଁ, ପିଣ୍ଟୁ ବିଷୋୟୀ ଓ ଭଗବାନ ସ୍ୱାଇଁଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଭୁଜାଲି ଚାରୋଟି ମୋବାଇଲ ଫୋନ ସହିତ ଗୋଟିଏ ବୋଲେରୋ ଜବତ ହୋଇଛି । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।
ଇଟିଭି ଭାରତ, ବ୍ରହ୍ମପୁର