ETV Bharat / state

ପରିତ୍ୟକ୍ତ ସ୍ଥାନରୁ ନବଜାତକ ଉଦ୍ଧାର, ମେଡ଼ିକାଲରେ ଭର୍ତ୍ତି - newborn son rescued and hospitalized

ବାଡି ପଛପଟୁ ନବଜାତ ଶିଶୁ ପୁତ୍ର ଉଦ୍ଧାର। ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ଏହି ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି।

ପରିତ୍ୟକ୍ତ ସ୍ଥାନରୁ ନବଜାତକ ଉଦ୍ଧାର, ମେଡ଼ିକାଲରେ ଭର୍ତ୍ତି

author img

By

Published : Oct 9, 2020, 11:33 AM IST

ଭଞ୍ଜନଗର: ବାଡି ପଛପଟୁ ନବଜାତ ଶିଶୁ ପୁତ୍ର ଉଦ୍ଧାର। ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ଏହି ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି।

ପରିତ୍ୟକ୍ତ ସ୍ଥାନରୁ ନବଜାତକ ଉଦ୍ଧାର, ମେଡ଼ିକାଲରେ ଭର୍ତ୍ତି

ସୂଚନା ଅନୁସାରେ, ଆଜି ସକାଳେ ଗ୍ରାମର ପବିତ୍ର ନାୟକଙ୍କ ବାଡ଼ି ପଛପଟେ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁ ପୁତ୍ରଟି କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ଗ୍ରାମବାସୀଙ୍କ ସହାୟତାରେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇ ବୁଗୁଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପରେ ଚାଇଲ୍ଡ ଲାଇନ୍ କୁ ଏ ସଂପର୍କରେ ଖବର ଦିଆଯାଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ନବଜାତ ଶିଶୁ ପୁତ୍ରଟି ବୁଗୁଡା ମେଡ଼ିକାଲ ଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଅନ୍ୟପଟେ ଶିଶୁପୁତ୍ରଟି କାହାର ଓ କିଏ କେଉଁ ପରିସ୍ଥିତିରେ ଏଠାରେ ଫୋପାଡ଼ି ଦେଇଛି ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.