ETV Bharat / state

ବିଦ୍ୟାଳୟ ଶୌଚାଳୟରେ ବିଦ୍ୟାର୍ଥୀଙ୍କୁ ତାଲା ପକାଇ ଚାଲିଗଲେ କର୍ତ୍ତୃପକ୍ଷ, ଉଦ୍ଧାର କଲେ ଗ୍ରାମବାସୀ - ବିଦ୍ୟାଳୟ ଶୌଚାଳୟରୁ ଛାତ୍ରଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

ଶୌଚାଳୟ ଭିତରେ ଛାତ୍ରଙ୍କୁ ତାଲା ପକାଇ ଚାଲିଗଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ବହୁ ସମୟ ପରେ ଭୟଭୀତ ହୋଇ ପାଟି କରିବାରୁ ଶେଷରେ ଶିଶୁଙ୍କୁ ଉଦ୍ଧାର କଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଶୌଚାଳୟରେ ବିଦ୍ୟାର୍ଥୀଙ୍କୁ ତାଲା ପକାଇ ଚାଲିଗଲେ କର୍ତ୍ତୃପକ୍ଷ

author img

By

Published : Jan 25, 2023, 10:45 PM IST

ଶୌଚାଳୟରେ ବିଦ୍ୟାର୍ଥୀଙ୍କୁ ତାଲା ପକାଇ ଚାଲିଗଲେ କର୍ତ୍ତୃପକ୍ଷ

ବ୍ରହ୍ମପୁର: ବିଦ୍ୟାଳୟ ଶୌଚାଳୟ ଭିତରେ ବିଦ୍ୟାର୍ଥୀଙ୍କୁ ତାଲା ପକାଇ ଚାଲିଗଲେ ସ୍କୁଲ କର୍ତ୍ତୃପକ୍ଷ । ଭିତରେ ଭୟଭୀତ ହୋଇ ପାଟି କରିବାରୁ ଶେଷରେ ଶିଶୁଙ୍କୁ ଉଦ୍ଧାର କଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ । ଏନେଇ ଖବର ପାଇବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ସୂଚନା ଅନୁସାରେ ହିଞ୍ଜିଳି ବ୍ଲକ ପଳାସୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀର ଛାତ୍ର ଓମ ସେଠୀ ଶୌଚ ହେବା ପାଇଁ ବିଦ୍ୟାଳୟ ଶୌଚାଳୟକୁ ଯାଇଥିଲେ । ହେଲେ କେହିନଥିବା ଭାବି କର୍ତ୍ତୃପକ୍ଷ ବାହାରୁ ତାଲା ପକାଇ ଚାଲିଯାଇଥିଲେ । ବିଦ୍ୟାର୍ଥୀ ଜଣକ ଶୌଚାଳୟ ପରିସରରେ ଏକାକୀ ରହି ଭୟଭୀତ ହୋଇଯାଇଥିଲେ । କିପରି ଉଦ୍ଧାର ହେବେ ସେନେଇ ବିଦ୍ୟାର୍ଥୀଙ୍କ ଚିନ୍ତା ବଢି ଯାଇଥିଲା । ଯାହାକୁ ନେଇ ସେ ଶୌଚାଳୟ ଭିତରେ ରହି ଚିତ୍କାର କରିଥିଲେ । ଶିଶୁର ପାଟି ଶୁଣି ଗ୍ରାମବାସୀ ତାଙ୍କୁ ସନ୍ଧ୍ୟା ସମୟରେ ଉଦ୍ଧାର କରିଥିଲେ । ଓମଙ୍କ କହିବା ଅନୁସାରେ ସେ ଦିନ ଗୋଟାଏରୁ ଶୌଚାଳୟ ଯାଇଥିଲେ । କିନ୍ତୁ ବାହାରକୁ ଆସିପାରି ନଥିଲେ । ବହୁତ ଯୋରରେ ପାଟି କରି ଡାକିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ । ସେଠାରେ ସେ ସମ୍ପୂର୍ଣ୍ଣ ଡରିଯାଇଥିଲେ ବୋଲି କହିଛନ୍ତି ।

ଏ ସମ୍ପର୍କରେ ଓମର ସାଙ୍ଗସାଥିଙ୍କ କହିବା ଅନୁସାରେ ବିଦ୍ୟାଳୟ ଛୁଟି ବେଲ ବାଜିଲା ପରେ ତାର ବହି ବସ୍ତାନୀ ଶ୍ରେଣୀ ଗୃହରୁ ବାହାର କରି ଦେଇଥିଲେ ଶିକ୍ଷକ । ଏଠାରେ ସବୁଠୁ ବଡ ପ୍ରଶ୍ନ ଯଦି ଶ୍ରେଣୀ ଗୃହରେ ବିଦ୍ୟାର୍ଥୀ ନାହିଁ, ତାକୁ ଖୋଜା ନଯାଇ ତାଲା ପକାଗଲା କାହିଁକି । ବିଦ୍ୟାଳୟର ଜଣେ ଛାତ୍ର ଶ୍ରେଣୀ ଗୃହରେ ନଥିବାବେଳେ ତାହାକୁ କିଛି ତର୍ଜମା ନକରି ଚାବି ପକାଇବା କେତେ ଦୂର ଠିକ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ସେପଟେ ଘଟଣା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ ମାଗିଥିବାବେଳେ ଏନେଇ କଣ କାର୍ଯ୍ୟନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.