ETV Bharat / state

ବ୍ରହ୍ମପୁରରେ ଉଦଘାଟିତ ହେଲା ସ୍ୱତନ୍ତ୍ର ଟିକାଦାନ ଗାଡି - inaugurated vaccination vehicle

ବ୍ରହ୍ମପୁର ସହରରେ ଶୁଭାରମ୍ଭ ହୋଇଯାଇଛି ବରିଷ୍ଠ ନାଗରିକଙ୍କ ଘରକୁ ଘର ବୁଲି ଟିକାଦାନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଗାଡି । ଅଧିକ ପଢନ୍ତୁ...

ବ୍ରହ୍ମପୁରରେ ଉଦଘାଟିତ ହେଲା ସ୍ୱତନ୍ତ୍ର ଟିକାଦାନ ଗାଡି

author img

By

Published : May 17, 2021, 4:53 PM IST

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଶୁଭାରମ୍ଭ ହୋଇଯାଇଛି ବରିଷ୍ଠ ନାଗରିକଙ୍କ ଘରକୁ ଘର ବୁଲି ଟିକାଦାନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଗାଡି । ଏଥିରେ ଟିକାଦାନ କରିବାକୁ ରହିଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଫୋନ ମାଧ୍ଯମରେ ବୁକିଙ୍ଗ୍ କରିଥିବା ବରିଷ୍ଠ ନାଗରିକଙ୍କ ସମେତ ଭିନ୍ନକ୍ଷମ ଓ ଶଯ୍ୟାଶାୟୀ ବ୍ଯକ୍ତି ବିଶେଷଙ୍କ ଘରେ ପହଞ୍ଚି ଏହି ଟିକାଦାନ କରିବ ।

ବ୍ରହ୍ମପୁରରେ ଉଦଘାଟିତ ହେଲା ସ୍ୱତନ୍ତ୍ର ଟିକାଦାନ ଗାଡି

ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ମହାନଗର ନିଗମର କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦୋରଙ୍କ ଉପସ୍ଥିତିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେପଟେ ଲୋକଙ୍କ ପାଖକୁ ଯାଇ ଏଭଳି ଟିକା ଦାନ କରାଯିବା ଅତ୍ୟନ୍ତ ସ୍ୱାଗତ ଯୋଗ୍ଯ ପଦକ୍ଷେପ ବୋଲି କୁହାଯାଇଥିବା ବେଳେ ବ୍ରହ୍ମପୁର ମହାନଗର ନିମଗ ପକ୍ଷରୁ ପ୍ରତ୍ୟେକ ଦିନ ସକାଳ 8ଟାରୁ ଦିନ 12ଟା ପର୍ଯ୍ୟନ୍ତ ସମୟରେ ଏଥିପାଇଁ ଏକ ସ୍ୱତନ୍ତ୍ର ମୋବାଇଲ ନମ୍ୱର 7328099324 ଜାରି କରାଯାଇଛି ।

ଆସୁଥିବା ସୂଚନାକୁ ନେଇ ରୁଟ ପ୍ରସ୍ତୁତ କରାଯାଇ ଟିକାଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଓ ନିଗମର କମିଶନର । ପ୍ରଥମ ପର୍ଯ୍ୟାୟରେ ଏହା ଗୋଟିଏ ଭ୍ୟାନ କରାଯାଇଥିବାବେଳେ ଆଗାମୀ ଦିନରେ ଆବଶ୍ୟକ ପଡିଲେ ଏହି ସଂଖ୍ୟାକୁ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ପୂର୍ବରୁ ବ୍ରହ୍ମପୁର ସହରରେ ଘରକୁ ଘର ବୁଲି ବରିଷ୍ଠ ନାଗରିକଙ୍କ ସମେତ ଭିନ୍ନକ୍ଷମ ଏବଂ ବହୁଳ ମାତ୍ରାରେ ସଂକ୍ରମିତ ଅଞ୍ଚଳରେ କୋଭିଡ ପରୀକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର ଭ୍ୟାନର ବ୍ଯବସ୍ଥା କରାଯାଇଥିଲା । ସେହିପରି ମହାନଗର ନିଗମ ପକ୍ଷରୁ ସୋମବାର ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ସ୍ୱତନ୍ତ୍ର କୋଭିଡ ଆକୃତି ବିଶିଷ୍ଟ ଏକ ଗାଡିକୁ ମଧ୍ଯ ଉଦଘାଟନ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.