ETV Bharat / state

ସୁନା ମୁଦି ଚୋରି କରି ପାଟିରେ ଲୁଚାଇଲେ ମହିଳା - ଭୋକରେ ମୁଦି ଚୋରି କରି ଗିଳିଲେ ମହିଳା

ମାନସିକ ବିକୃତ ମହିଳାଙ୍କ ଅଜବ କାରନାମା । ସୁନା ମୁଦି ଚୋରି କରି ପାଟିଲେ ଲୁଚାଇଲେ । ଅଧିକ ପଢନ୍ତୁ...

ଲକଡାଉନରେ ଖାଇବାକୁ ନ ପାଇ ମାନସିକ ବିକୃତ ମହିଳାଙ୍କ ଚୋରି

author img

By

Published : Jul 18, 2020, 6:01 PM IST

Updated : Jul 18, 2020, 6:08 PM IST

ଭଞ୍ଜନଗର: ମାନସିକ ବିକୃତ ମହିଳାଙ୍କ ଅଜବ କାରନାମା । ସୁନା ମୁଦି ଚୋରି କରି ପାଟିଲେ ଲୁଚାଇଲେ । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ କାବୁ କରିବାକୁ ସରକାର 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଫଳରେ ସମସ୍ତ ଦୋକାନ ବଜାର, ହୋଟେଲ ସବୁ କିଛି ବନ୍ଦ ରହିଛି । ଖାଇବାକୁ ନ ପାଇ ଜଣେ ମାନସିକ ବିକୃତ ମହିଳା ଏଣେତେଣେ ଘୁରି ବୁଲିଥିଲେ । ଏହା ପରେ ସେ ଗାମୁଣ୍ଡି ଗାଁକୁ ଆସି ଧୂଆଁଛାଇର ଖଦାଳ ପ୍ରଧାନଙ୍କ ପାଖରେ ବସି ତାଙ୍କ ପାଖରୁ ସିଗାରେଟ ମାଗିବା ପରେ ତାଙ୍କ ଆଙ୍ଗୁଠିରୁ ମୁଦି ଚୋରାଇ ନେଇଯାଇଥିଲା ।

ସୁନା ମୁଦି ଚୋରି କରି ପାଟିରେ ଲୁଚାଇଲେ ମହିଳା

ଏହି ଖବର ପାଇ ଯୁବକମାନେ ମହିଳାଙ୍କୁ ଗୋଡାଇ ଗୋଡାଇ ଧରିଥିଲେ । ପରେ ସେ ଧରିଥିବା ବୁଜୁଳାକୁ ଯାଞ୍ଚ କରିଥିଲେ ସେଥିରୁ ସୁନା ମୁଦିଟି ମିଳିନଥିଲା । ପରେ ଉକ୍ତ ମହିଳାଙ୍କ ପାଟିରୁ ସୁନା ମୁଦିଟିକୁ ବାହାର କରିଥିଲେ ଯୁବକମାନେ । ଏହା ପରେ ଗ୍ରାମବାସୀ ଉକ୍ତ ମାନସିକ ବିକୃତ ମହିଳାକୁ ଗାଁରୁ ତଡିଥିବାର ଦେଖିବାକୁ ମିଳିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Jul 18, 2020, 6:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.