ETV Bharat / state

ତେଜିଲା ବ୍ରହ୍ମପୁର-ସମ୍ବଲପୁର ରେଳଲାଇନ ସଂଯୋଗ ଦାବି - district bar association

ଅନେକ ଦିନର ଦାବି ପରେ ମଧ୍ୟ ବ୍ରହ୍ମପୁରକୁ ସମ୍ବଲପୁର ସହ ହୋଇପାରିଲା ନାହିଁ ରେଳ ଲାଇନ ସଂଯୋଗ । ଏନେଇ ଶନିବାର ବିଭିନ୍ନ ଜିଲ୍ଲାର ଓକିଲ ସଙ୍ଘକୁ ନେଇ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠିତ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Jul 27, 2019, 10:34 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଆଜି ସ୍ଥାନୀୟ ଓକିଲ ସଙ୍ଘର ଆହ୍ବାନ କ୍ରମେ ବ୍ରହ୍ମପୁର ଠାରୁ ସମ୍ବଲପୁର ରେଳଲାଇନ ସଂଯୋଗ ଦାବି ହୋଇଛି । ଏହି ଦାବି ନେଇ ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସମ୍ବଲପୁର ଜିଲ୍ଲାର ଓକିଲ ସଂଘଙ୍କୁ ନେଇ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି ।

ଦୀର୍ଘ ବର୍ଷହେଲା ବ୍ରହ୍ମପୁର ଠାରୁ ସମ୍ବଲପୁର ରେଳପଥର ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏହା ସମ୍ଭବ ହୋଇପାରି ନାହିଁ । ତେବେ ଗଠିତ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇ ପ୍ରସ୍ତାବିତ ବ୍ରହ୍ମପୁର ସମ୍ବଲପୁର ରେଳଲାଇନକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଅନ୍ୟପଟେ ଦୀର୍ଘ ବର୍ଷହେଲା ଏହି ରେଳପଥର ସର୍ଭେ କାମ ସରି ଯାଇଥିଲେ ମଧ୍ୟ ମାଟି ମୁଠାଏ ପଡ଼ି ପାରିନାହିଁ । ପ୍ରତିବର୍ଷ ରେଳ ବଜେଟ ଆସୁଛି କିନ୍ତୁ ବ୍ରହ୍ମପୁର ସମ୍ବଲପୁର ରେଳଲାଇନ ପାଇଁ କୌଣସି ଅର୍ଥ ବରାଦ ହେଉନାହିଁ । ଅନେକ ଦିନ ଧରି ଓକିଲ ଏନେଇ ଆନ୍ଦୋଳନ କରିଆସୁଛନ୍ତି କିନ୍ତୁ କୌଣସି ସୁଫଳ ମିଳିନାହିଁ।

ସେଥିଯୋଗୁଁ ଶନିବାର ସମସ୍ତ ଜିଲ୍ଲାର ଓକିଲ ଏକତ୍ରୀତ ହୋଇ ଆନ୍ଦୋଳନକୁ ଜୋରଦାର କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରିଛନ୍ତି । ସେମାନେ ନିର୍ବାଚିତ ଲୋକପ୍ରତିନିଧିଙ୍କ ପାଖରେ ଦାବି ଉପସ୍ଥାପନ କରିବେ। ସରକାର ଯଦି ଦାବି ନ ଶୁଣନ୍ତି ତାହେଲେ ଆଗମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ କୁହାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଆଜି ସ୍ଥାନୀୟ ଓକିଲ ସଙ୍ଘର ଆହ୍ୱାନ କ୍ରମେ ବ୍ରହ୍ମପୁର ଠାରୁ ସମ୍ବଲପୁର ରେଳଲାଇନ ସଂଯୋଗ ଦାବିରେ ଗଞ୍ଜାମ ,କନ୍ଧମାଳ ,ବୌଦ୍ଧ ,ସମ୍ବଲପୁର ଜିଲ୍ଲା ର ଓକିଲ ସଂଘ ମାନଂକୁ ନେଇ ଏକ ମିଳିତକ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି ଦିର୍ଘବର୍ଷହେଲା ବ୍ରହ୍ମପୁର ଠାରୁ ସମ୍ବଲପୁର ରେଳପଥର ପ୍ରସ୍ତାବ ଥିଲେମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଗଠନ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି କମିଟି ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ଚାପ ପକାଇ ପ୍ରସ୍ତାବିତ ବ୍ରହ୍ମପୁର ସମ୍ବଲପୁର ରେଳଲାଇନ କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତିହୋଇଛି Body:ଅନ୍ୟପଟେ ଦୀର୍ଘବର୍ଷହେଲା ଏହି ରେଳପଥର ସର୍ଭେକାମ ସରିଯାଇଥିଲେ ମଧ୍ୟ୍ୟ ମାଟି ମୁଠାଏ ପଡ଼ିନାହିଁ ପ୍ରତିବର୍ଷ ରେଳ ବଜେଟ ଆସୁଛି କିନ୍ତୁ ବ୍ରହ୍ମପୁର ସମ୍ବଲପୁର ରେଳଲାଇନ ପାଇଁ କୌଣସି ଅର୍ଥବରାଦ ହେଉନାହିଁ ଦିର୍ଘଦିନହେଲା ଓକିଲ ମାନେ ଆନ୍ଦୋଳନ କରିଆସୁଛନ୍ତି କୌଣସି ସୁଫଳ ମିଳିଲାନାହିଁ ସେଥିଯୋଗୁଁ ଆଜି ସବୁ ଜିଲ୍ଲା ର ଓକିଲ ମାନେ ଏକତ୍ରିତ ହୋଇ ଆନ୍ଦୋଳନ କୁ ଜୋରଦାର କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଗଲା ସେମାନେ ନିର୍ବାଚିତ ଲୋକପ୍ରତିନିଧି ମାନଙ୍କ ପାଖରେ ଦାବି ଉପସ୍ଥାପନ କରିବେ ସରକାର ଯଦି ନ ଶୁଣନ୍ତି ତାହେଲେ ଆଗମୀଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବବୋଲି ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ କୁହାଯାଇଛି
ବାଇଟ -ମିଳିତ କ୍ରିୟାନୁଷ୍ଠାନ କମିଟି Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.