ETV Bharat / state

ହରିପୁରବୁରୁଡ଼ିରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର

ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକର ହରିପୁରବୁରୁଡ଼ି ଠାରେ ନିର୍ମାଣ ହୋଇଥିବା ମାର୍କେଟିଙ୍ଗ ୟାର୍ଡ଼ ଗୋଦାମ ଗୃହରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ରହିଛି ବୋଲି ରାଜ୍ୟ କୃଷି ବିପଣନ ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।

ହରିପୁରବୁରୁଡ଼ି ଠାରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାରହରିପୁରବୁରୁଡ଼ି ଠାରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର
ହରିପୁରବୁରୁଡ଼ି ଠାରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର
author img

By

Published : Sep 22, 2020, 2:36 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକର ହରିପୁରବୁରୁଡ଼ି ଠାରେ ନିର୍ମାଣ ହୋଇଥିବା ମାର୍କେଟିଙ୍ଗ ୟାର୍ଡ଼ ଗୋଦାମ ଗୃହରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ରହିଛି ବୋଲି ରାଜ୍ୟ କୃଷି ବିପଣନ ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲା ଗ୍ରସ୍ତ ସମୟରେ ସେ ୧୬ ନମ୍ବର ଜାତୀୟ ରାଜ୍ୟ ରାଜପଥ ପାର୍ଶ୍ବରେ ରହିଥିବା ଏଚ. ବୁରୁଡ଼ି ସ୍ଥିତ ମାର୍କେଟିଙ୍ଗ ଆଡରେ ଓହ୍ଲାଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ପରେ ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବିନାୟକ ବିଶ୍ବାଳ କିଛି ଅଧିକାରୀଙ୍କ ସହ ଆଲୋଚନା କରି ଏଠାରେ ଏକ ପୂର୍ଣାଙ୍ଗ ଶୀତଳ ଭଣ୍ଡାର କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରହିଥିବା ଆଲୋଚନା ବେଳେ ପ୍ରକାଶ କରିଥିଲେ ।

ହରିପୁରବୁରୁଡ଼ି ଠାରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର

ଅନ୍ୟପଟେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାଜପଥ କଡରେ ପନିପରିବା ବିକ୍ରି କରୁଥିବା ଚାଷୀମାନେ ରାସ୍ତା ଦୁର୍ଘଟଣାରୁ ବଞ୍ଚିବା ପାଇଁ ପିଣ୍ଡିରେ ବିକ୍ରି କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେବା ସହ ସେମାନଙ୍କୁ ପାଣି ଓ ବିଜୁଳି ଯୋଗାଇଦେବାକୁ ହିଞ୍ଜିଳିକାଟୁ ନିୟନ୍ତ୍ରଣ ବଜାର କମିଟିର ସମ୍ପାଦକ ବିନାୟକ ଦାଶଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଉତ୍ପାଦିତ ହେଉଥିବା ଆର୍ଥିକ ପନିପରିବା, ଗଛିତ ରଖିବା ସହ କିଛି ଯୁବ ଚାଷୀ ଏହାକୁ ଭଡା ସୁତ୍ରରେ ନେବାକୁ ଚାହୁଁଥିବାରୁ ତାହା ଉପରେ ଆଲୋଚନା କରିଥିଲେ ।

ପ୍ରକାଶଥାଉ କି, ୨୦୦୪ ମସିହାରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏଠାରେ ଶୀତଳ ଭଣ୍ଡାର ପାଇଁ ଭୂମିପୂଜା କରିଥିଲେ । ଏହାର କିଛି ଦିନ ପରେ ଏହାର ନିର୍ମାଣ ହୋଇଥିଲେ ମଧ୍ୟ ଏହା ଗୋଦାମ ଗୃହ ମାର୍କେଟିଙ୍ଗ ୟାର୍ଡ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ୨୦୦୯ ମହସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଦୀର୍ଘଦିନ ଧରି ଶୀତଳ ଭଣ୍ଡାର ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଶୀତଳ ଭଣ୍ଡାର କାର୍ଯ୍ୟକାରୀ ହୋଇପାରିନଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପାଣ୍ଡଙ୍କୁ ଉକ୍ତ ବିଭଗର ଉପଦେଷ୍ଟା ରୂପେ ଦାୟିତ୍ବ ଦେବା ପରେ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ପ୍ରକ୍ରିୟା ଆରମ୍ଭ ହେଉଥିବା ଦେଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.