ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମହିଳା ବିକାଶ ବିଭାଗର ସାତ ଜଣିଆ ଗୃହ କମିଟି ଟିମ୍ । ବରିଷ୍ଠ ବିଧାୟିକା ଉଷା ଦେବୀଙ୍କ ନେତୃତ୍ୟରେ ଏହି ଟିମ୍ ଜିଲ୍ଲାର ସମସ୍ତ ବ୍ଲକ ପରିଦର୍ଶନ କରିଥିଲେ । ଛତୁଆ ଉତ୍ପାଦନ କେନ୍ଦ୍ର, ଅଙ୍ଗନୱାଡି କେନ୍ଦ୍ର ଓ ଆଶ୍ରମ ସ୍କୁଲ ବୁଲି ଦେଖିବା ସହ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ ।
ଏହାପରେ ଜିଲ୍ଲାପାଳଙ୍କ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ କବିସୂର୍ଯ୍ୟନଗର ବିଧାୟକା ଲତିକା ପ୍ରଧାନ ବେଗୁନିଆପଡା ଛତୁଆ ଉତ୍ପାଦନ କେନ୍ଦ୍ରରେ ନିମ୍ନ ମାନର ଛତୁଆ ପ୍ରସ୍ତୁତ ହେଉଥିବା ଅଭିଯୋଗ କରିଥିଲେ । ତେବେ ସେହି ଛତୁଆ ଉତ୍ପାଦନ କେନ୍ଦ୍ର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏଥିସହ ଖଲ୍ଲିକୋଟ ଏବଂ ପୁରୁଷୋତ୍ତମପୁର ଅଞ୍ଚଳରେ କାଜୁ ଉତ୍ପାଦନ କ୍ଷେତ୍ରରେ ଅଧିକ ଗୁରୁତ୍ଵ ଏବଂ ପୁରୁଷୋତ୍ତମପୁରରେ ବେଆଇନ ମଦ ଦୋକାନ ବନ୍ଦ କରିବାକୁ କମିଟି ଦାବି କରିଥିଲା ।
ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଉପଜିଲ୍ଲାପାଳ, ଗଞ୍ଜାମ ଏସ୍ପି ଓ କମିଟି ସଦସ୍ୟା ମାନେ ଉପସ୍ଥିତ ଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ