ETV Bharat / state

ବାତ୍ୟା ଆଶ୍ରୟସ୍ଥଳୀର ଲୁହା ଗ୍ରୀଲ ପଡି ଚାଲିଗଲା ପଞ୍ଚମ ଶ୍ରେଣୀର ଛାତ୍ରର ଜୀବନ - ଲୁହା ଗ୍ରୀଲ ପଡି ଚାଲିଗଲା ପଞ୍ଚମ ଶ୍ରେଣୀର ଛାତ୍ରର ଜୀବନ

ବାତ୍ୟା ଆଶ୍ରୟସ୍ଥଳୀର ଲୁହା ଗ୍ରୀଲ ପଡି ଚାଲିଗଲା ପଞ୍ଚମ ଶ୍ରେଣୀର ଛାତ୍ରର ଜୀବନ । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ତୁଳସୀପୁର ଗ୍ରାମରେ ଘଟିଯାଇଛି ଏଭଳି ଅଘଟଣ । ଅଧିକ ପଢନ୍ତୁ

ଲୁହା ଗ୍ରୀଲ ପଡି ଛାତ୍ର ମୃତ
ଲୁହା ଗ୍ରୀଲ ପଡି ଛାତ୍ର ମୃତ
author img

By

Published : Feb 12, 2023, 11:42 AM IST

ଲୁହା ଗ୍ରୀଲ ପଡି ଛାତ୍ର ମୃତ

ବ୍ରହ୍ମପୁର: ଖଲ୍ଲିକୋଟ ତୁଳସୀପୁର ଗ୍ରାମରେ ଅଭାବନୀୟ ଘଟଣା । ବାତ୍ୟା ଆଶ୍ରୟସ୍ଥଳୀର ଲୁହା ଗ୍ରୀଲ ପଡି ଚାଲିଗଲା ପଞ୍ଚମ ଶ୍ରେଣୀର ଛାତ୍ରର ଜୀବନ । ଶନିବାର ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ତୁଳସୀପୁର ଗ୍ରାମରେ ଘଟିଯାଇଛି ଏଭଳି ଅଘଟଣ । ମୃତ ଛାତ୍ର ହେଲେ ତୁଳସୀପୁର ଗ୍ରାମର କରୁଣା ପାହନଙ୍କ ପୁତ୍ର ପବିତ୍ର ପାହନ । ପବିତ୍ରଙ୍କ ମୃତ୍ୟୁ ପରେ ଚାରିଆଡେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନାଅନୁସାରେ, ଗତକାଲି(ଶନିବାର) ଦିନ ଗ୍ରାମରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳୀର ଭଗ୍ନ ଅବସ୍ଥାରେ ରହିଥିବା ଗ୍ରୀଲ ନିକଟରେ ଖେଳୁଥିଲେ ପବିତ୍ର । ଏହି ସମୟରେ ହଠାତ ତାଙ୍କ ଉପରେ ପଡିଯାଇଥିଲା ଲୁହା ଗ୍ରୀଲ । ତେବେ ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେସଙ୍ଗେ ସ୍ଥାନୀୟ ସରକାରୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାପରେ ଡାକ୍ତରଖାନାରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିଲା ।

ପବିତ୍ରଙ୍କୁ ହରାଇ ପରିଜନଙ୍କ ସହ ସମ୍ପର୍କୀୟଙ୍କ କାନ୍ଦବେବାଳିରେ ଫାଟି ପଡିଥିଲା ପୁରା ପରିବେଶ । ସେପଟେ ବାତ୍ୟା ଆଶ୍ରୟସ୍ଥଳୀରେ କିପରି ଏବଂ କେଉଁ ପରିସ୍ଥିତିରେ ଏକ ଭଙ୍ଗା ଲୁହା ଗ୍ରୀଲକୁ ରଖାଯାଇଥିଲା ତାହାକୁ ଦାୟିତ୍ୱରେ ରହିଥିବା ବ୍ୟକ୍ତିବିଶେଷ ମାନେ କିପରି ଦୃଷ୍ଟି ଦେଲେ ନାହିଁ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ଏହା ମଧ୍ୟ ପଢନ୍ତୁ: DD college upgraded to university: କେନ୍ଦୁଝରକୁ ଭେଟି, ଡିଡି କଲେଜ ହେଲା ବିଶ୍ବବିଦ୍ୟାଳୟ

ଗତ କିଛିଦିନ ତଳେ ଭଞ୍ଜନଗରରୁ ଏକ ଖବର ସାମ୍ନାକୁ ଆସିଥିଲା । ଯୁବକଙ୍କୁ ପିଟିପିଟି ମାରିଦେବା ପରେ ପ୍ରମାଣ ନଷ୍ଟ କରିବାକୁ ପୋଡିଦେଇଥିଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସାନଗୋଛା ଗାଁ ନିକଟ ମୁକିଡ଼ାମ ଘାଟି ନିକଟରୁ ସାମ୍ନାକୁ ଆସିଥିଲା ଛାତିଥରା ଘଟଣା । ଗତ ମାସ 24 ତାରିଖରେ ସନ୍ତୋଷ ନିଜ ମାମୁଁ ଘର କନ୍ଧମାଳ ଜିଲ୍ଲା କାଟିଙ୍ଗାକୁ ଯାଇଥିଲେ । ସେଠି କିଛି ଦିନ ରହିବା ପରେ 29 ତାରିଖରେ ଗାଁକୁ ଯିବି କହି ଜଣେ ଯୁବକଙ୍କ ସହ ଆସିଥିଲେ । କିନ୍ତୁ ସେ ଘରକୁ ଫେରିନଥିଲେ ।

ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ କେଉଁଠି ନ ପାଇବାରୁ ପ୍ରଥମେ ବ୍ରାହ୍ମଣି ଗାଁ ଥାନା ପରେ ବଡ଼ଗଡ଼ ଥାନାରେ ନିଖୋଜ ଥିବା ଏତଲା ଦେଇଥିଲେ । ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହାପରେ ଫେବୃଆରୀ ୧ ତାରିଖରେ ଏକ ଜଙ୍ଗଲ ଘାଟି ସ୍ଥାନରେ ମୃତଦେହକୁ ପୋଡା ଯାଇଥିବା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଖପୁରି ଓ ହାଡ ଜବତ କରିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.