ETV Bharat / state

ଏମକେସିଜିରେ ହେବ ୬୦୦ ଶଯ୍ୟା ବିଶିଷ୍ଟ ଇନଡୋର ଚିକିତ୍ସା ସୁବିଧା, 5T ଅଧ୍ୟକ୍ଷଙ୍କ ଘୋଷଣା

V K Pandian visits MKCG hospital: ବ୍ରହ୍ମପୁରର ଏମକେସିଜି ହସ୍ପିଟାଲରେ ପ୍ରତିଷ୍ଠା ହେବ ୬୦୦ ଶଯ୍ୟା ବିଶିଷ୍ଟ ଇନଡୋର ଚିକିତ୍ସା ସୁବିଧା । 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏନେଇ ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ

V K Pandian visits MKCG hospita
5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ
author img

By ETV Bharat Odisha Team

Published : Dec 17, 2023, 10:43 AM IST

ବ୍ରହ୍ମପୁରର ଏମକେସିଜି ହସ୍ପିଟାଲରେ ପ୍ରତିଷ୍ଠା ହେବ ୬୦୦ ଶର୍ଯ୍ୟା ବିଶିଷ୍ଟ ଇନଡୋର ଚିକିତ୍ସା ସୁବିଧା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ପ୍ରତିଷ୍ଠା ହେବ ୬୦୦ ଶଯ୍ୟା ବିଶିଷ୍ଟ ଇନଡୋର ଚିକିତ୍ସା ସୁବିଧା । 2 ଦିନିଆ ଗଞ୍ଜାମ ଜିଲ୍ଲାରେ ଆସି 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏନେଇ ଘୋଷଣା କରିଛନ୍ତି । ଏଥିସହ ଏମକେସିଜିରେ ଛାତ୍ରାବାସ ଓ ଛାତ୍ରୀନିବାସ ନୂତନ କୋଠା ନିର୍ମାଣ ସହିତ ପୁରାତନ କୋଠାର ମରାମତି ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସିଧାସଳଖ ଆଲୋଚନା କରିଥିଲେ ।

ଦୁଇ ଦିନିଆ ଗଞ୍ଜାମ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ଏହି ସମୟରେ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଚିକିତ୍ସାଳୟ ଏମ୍.କେ.ସି.ଜି ମେଡିକାଲରେ ଖୁବଶୀଘ୍ର ୬୦୦ ଶଯ୍ୟା ବିଶିଷ୍ଟ ଇନଡୋର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ନେଇ ଘୋଷଣା କରିଛନ୍ତି । ତେବେ ଖୁବଶୀଘ୍ର ଏନେଇ କାର୍ଯ୍ୟ ଆରମ୍ଭ ହେବ । ଆଜି ଭୋର ସମୟରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଗସ୍ତ କରି ମେଡିକାଲର ଉନ୍ନୟନମୂଳକକୁ ଅନୁଧ୍ୟାନ କରିଥିଲେ ।

ଏଥିସହ ମେଡିକାଲ ଓ କଲେଜର ବିକାଶ ପାଇଁ କରାଯାଇଥିବା ମାଷ୍ଟର ପ୍ଲାନକୁ ସମୀକ୍ଷା କରି ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ପରେ ମେଡିକାଲର ଡାକ୍ତର ଏବଂ ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ କଲେଜର ସମସ୍ୟା ସମ୍ବନ୍ଧରେ ପଚାରିବୁଝିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ ଛାତ୍ରାବାସ ଓ ଛାତ୍ରୀନିବାସ ନୂତନ କୋଠା ନିର୍ମାଣ ସହିତ ପୁରାତନ କୋଠାର ମରାମତି ସହିତ ରହିଥିବା ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଜଣାଇଥିଲେ ।

ଏହାମଧ୍ୟ ପଢନ୍ତୁ.. ଗଞ୍ଜାମ ଗସ୍ତରେ 5T ଅଧ୍ୟକ୍ଷ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ତେବେ ଏମକେସିଜି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିିଳୁଥିବା ଷ୍ଟାଇପେଣ୍ଡ ୨୮ ହଜାରରୁ ୪୦ ହଜାର ଟଙ୍କାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବୃଦ୍ଧି ହୋଇଥିବା ଘୋଷଣା କରିଛନ୍ତି । ଆଉ ମଧ୍ୟ କଲେଜରେ କ୍ରୀଡା କ୍ଷେତ୍ରରେ ଆହୁରୀ ସୁଦୃଢ କରିବା ପାଇଁ କ୍ୟାମ୍ପସରେ କ୍ରିକେଟ, ଭଲିବଲ, ଫୁଟବଲ, ବାସ୍କେଟବଲ, ବ୍ୟାଟମିଣ୍ଟନ ଭଳି କ୍ରୀଡା ସାମଗ୍ରୀ ଓ ଭିତ୍ତିଭୂମୀ ଆଗାମୀ ଛଅ ମାସ ମଧ୍ୟରେ ପ୍ରସ୍ତୁତ କରାଯିବ ବୋଲି କହିଥିଲେ ପାଣ୍ଡିଆନ୍ ।

ସେପଟେ ରୋଗୀ ସେବାକୁ ପ୍ରାଧାନ୍ୟ ଦେବା ସହ ଯେପରି କୌଣସି ରୋଗୀ ଚିକିତ୍ସା ପାଇଁ ବାହରକୁ ଯିବେ ନାହଁ ସେ ନେଇ ଗୁରୁତ୍ଵ ଦେବାକୁ ଆହ୍ବାନ ଦେଇଥିଲେ ।ମେଡିକାଲ କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ ରାଜ୍ୟ 5 ଟି ଅଧ୍ୟକ୍ଷ । ୫ଟି ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ ରାଜ୍ୟର ଡିଏମ୍‌ଏଲ୍‌ଟି ସଚ୍ଚିଦାନନ୍ଦ ମହାନ୍ତି, ମେଡିକାଲରେ ଅଧ୍ୟକ୍ଷ ଡାକ୍ତର ସନ୍ତୋଷ ମିଶ୍ର, ମେଡିକାଲ ଅଧିକ୍ଷକ ଡାକ୍ତର ସୁଚିତ୍ରା ଦାଶ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.