ETV Bharat / state

ଗଞ୍ଜାମରେ କୋରୋନା ସ୍ଥିତି ସଙ୍ଗୀନ, ପୁଣି 40 ଆକ୍ରାନ୍ତ ଚିହ୍ନଟ

author img

By

Published : Jun 21, 2020, 1:00 PM IST

ରବିବାର ରାଜ୍ୟରେ ୩୦୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୪୦ ଜଣ ଆକ୍ରାନ୍ତ ରହିଥିବା ଜଣାପଡିଛି ।

corona
ଗଞ୍ଜାମରେ କୋରୋନା ସ୍ଥିତି ସଙ୍ଗୀନ

ବ୍ରହ୍ମପୁର: ପୁଣି ଗଞ୍ଜାମ ଜିଲ୍ଲାରେ 40 କୋରୋନା ଆକ୍ରାନ୍ତ ଚିହ୍ନଟ । ରବିବାର ରାଜ୍ୟରେ ୩୦୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୪୦ ଜଣ ଆକ୍ରାନ୍ତ ରହିଥିବା ଜଣାପଡିଛି ।

corona
ଗଞ୍ଜାମରେ କୋରୋନା ସ୍ଥିତି ସଙ୍ଗୀନ

ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ସଙ୍ଗୀନ ହେଉଛି କୋରୋନା ସ୍ଥିତି । ଜିଲ୍ଲାକୁ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ପ୍ରବାସୀ ଓଡିଆ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଏବେବି ସରକାରଙ୍କ କ୍ବାରେଣ୍ଟିନ ସେଣ୍ଟରରେ ରହିଛନ୍ତି । ଏଥିସହ ବହୁ ଲୋକ ହୋମ୍ କ୍ୱାରେଣ୍ଟିନରେ ରହିଛନ୍ତି । ଏଭଳି ସ୍ଥଳେ ନିୟମିତ ଭାବରେ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ ରବିବାର ଜିଲ୍ଲାରେ ୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯୩ରେ ପହଞ୍ଚିଛି ।

corona
ଗଞ୍ଜାମରେ କୋରୋନା ସ୍ଥିତି ସଙ୍ଗୀନ

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୨୮ ଜଣ ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଜିଲ୍ଲାରେ ୪୯ ବର୍ଷୀୟ ଜଣେ ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ କରି ଅବଗତ କରାଯାଇଛି । ଏହାକୁ ମିଶାଇ ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା 7 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

corona
ଗଞ୍ଜାମରେ କୋରୋନା ସ୍ଥିତି ସଙ୍ଗୀନ

ଏପଟେ ଜିଲ୍ଲାରେ ଗତ ଶନିବାର ୧୦ ଜଣ କୋରୋନା ଯୋଦ୍ଧା କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା , ଭଞ୍ଜନଗର ଓ କବିସୂର୍ଯ୍ୟନଗରରେ ଜଣେ ଲେଖାଏଁ କୋରୋନା ଯୋଦ୍ଧା ଥିବାବେଳେ ଚିକିଟି ବ୍ଲକରେ ଦୁଇ ଜଣ ଏବଂ ପୋଲସରା ବ୍ଲକର ତିନି ଜଣ କୋରୋନା ଯୋଦ୍ଧା ରହିଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ବିଟ୍ ଜରିଆରେ ସୂଚନା ଦେଇଛନ୍ତି ।

corona
ଗଞ୍ଜାମରେ କୋରୋନା ସ୍ଥିତି ସଙ୍ଗୀନ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.