ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରସିଙ୍ଗ ଥାନା ଅଧିନସ୍ଥ କାଦଲୁଣ୍ଡି ଗାଁରେ ବିଷାକ୍ତ ଛତୁ ଖାଇ 4 ଅସୁସ୍ଥ । ସେମାନେ ହେଲେ ସେହି ଗ୍ରାମର କାଳୁ ନାୟକ, ଝରଣା ନାୟକ, ପୂଜା ନାୟକ ଓ ରିତୁ ନାୟକ । ସମସ୍ତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, କାଳୁ ନାୟକଙ୍କ ଘର ପଛପଟେ ଫୁଟିଥିଲା ଛତୁ । କାଳୁଙ୍କ ପରିବାର ଓ ତାଙ୍କ ପଡୋଶୀ ସେହି ଛତୁକୁ ନେଇ ରୋଷେଇ କରି ଖାଇଥିଲେ । ପରେ ଘରର 4ଜଣଙ୍କ ପେଟ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ସେମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ମଧ୍ୟରୁ ରିତୁ ନାୟକଙ୍କ ଅବସ୍ଥା ଗୁରୁତର ରହିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ