ETV Bharat / state

ମା' ବାହୁଡିବେ ମନ୍ଦିରକୁ, ଭାବବିହ୍ୱଳ ଭକ୍ତ

ସୋମବାର ଶେଷ ହେବାକୁ ଥିବା ମା' ବୁଢ଼ୀ ଠାକୁରାଣୀ ଯାତ୍ରାର ସମସ୍ତ କାର୍ଯ୍ୟକ୍ରମ କିପରି ରହିଛି ସେ ନେଇ ସୂଚନା ଦେଇଛନ୍ତି ଯାତ୍ରାର ମୁଖ୍ୟ ପରିଚାଳକ ଦେଶୀ ବେହେରା । ଯାତ୍ରା ବିଷୟରେ ସୂଚନା ଦେବା ସମୟରେ ସେ ଭାବବିହ୍ୱଳ ହୋଇ ଉଠିଥିଲେ ।

author img

By

Published : Apr 29, 2019, 8:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଦୀର୍ଘ 32 ଦିନ ପରେ ସୋମବାର ଉଦ୍‌ଯାପିତ ହେଉଛି ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ମା'ଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରାଙ୍କ ଘର ସମ୍ମୁଖ ଅସ୍ଥାୟୀ ମଣ୍ଡପରେ ପୁଜା ପାଇବା ପରେ ମାଆଙ୍କର ମୁଖ୍ୟ ଘଟ ସହ ସମସ୍ତ ପାର୍ଶ୍ୱଘଟ ବାହୁଡିବ ମୁଖ୍ୟମନ୍ଦିରକୁ । ଯାତ୍ରା ଶେଷ ହେଉଥିବାରୁ ଗତଦୁଇ ଦିନ ହେଲା ମା' ଙ୍କର ଘଟ ପରିକ୍ରମା ବନ୍ଦ ରହିଥିବା ବେଳେ ମାଆଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରରୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଯାତ୍ରାର ଶେଷ ଦିନ ହୋଇଥିବାରୁ ସକାଳୁ ଭକ୍ତଙ୍କ ସମାଗମ ଘଟିଛି । ଯାତ୍ରାର ଉଦଯାପନୀ ଦିବସରେ ପାରମ୍ପରିକ ରୀତିନୀତିରେ ମାଆଙ୍କ ମୁଖ୍ୟ ପୀଠରୁ ସହତ୍ସାକ୍ଷୀ ଘଟ ଆସି ନିମନ୍ତ୍ରଣ କରିବା ପରେ ମାଆଙ୍କ ଫେରିବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ପ୍ରତ୍ୟେକ ଝିଅ ନିଜ ବାପଘରୁ ଫେରିବା ସମୟରେ ଯେପରି ସମସ୍ତ ପ୍ରକାର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଯାନିଯୌତୁକ ନେଇ ଯାଇଥାଏ ସେହିପରି ମାଆଙ୍କୁ ବିଦାୟ ଦିଆଯିବାର ପରମ୍ପରା ରହିଛି । ତେବେ ସୋମବାର ଶେଷ ହେବାକୁ ଥିବା ଏହି ଯାତ୍ରାର ସମସ୍ତ କାର୍ଯ୍ୟକ୍ରମ କିପରି ରହିଛି ସେନେଇ ସୂଚନା ଦେଇଛନ୍ତି ଯାତ୍ରାର ମୁଖ୍ୟ ପରିଚାଳକ ଦେଶୀ ବେହେରା । ଯାତ୍ରା ବିଷୟରେ ସୂଚନା ଦେବା ସମୟରେ ଭାବ ବିହ୍ୱଳ ହୋଇ ଉଠିଥିଲେ ସେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.