ETV Bharat / state

ପଥର ଖସି 3 ଶ୍ରମିକ ମୃତ

author img

By

Published : Apr 28, 2020, 9:35 PM IST

ମଙ୍ଗଳବାର ଅପରାହ୍ନରେ କାର୍ଯ୍ୟରତ ଥିବା ଶ୍ରମିକଙ୍କ ଉପରେ ହଠାତ ଖସିଥିଲା ପଥର ଓ ମୋରମ । ଫଳରେ ଘଟଣାସ୍ଥଳରେ ହିଁ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ଅଧିକ ପଢନ୍ତୁ...

ପଥର ଖସି 3 ଶ୍ରମିକ ମୃତ
ପଥର ଖସି 3 ଶ୍ରମିକ ମୃତ

ବ୍ରହ୍ମପୁର: ପଥର କୁଆଁରୀରେ କାର୍ଯ୍ୟ କରୁଥିବା ସମୟରେ ଅଘଟଣ । ପଥର ଖସି ଓ ମୋରମରେ ଚାପି ହୋଇ 3 ଶ୍ରମିକ ମୃତ । ଗଞ୍ଜାମ ପୁରଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡାଠାରେ ଥିବା ପଥର କୁଆଁରୀ ନିକଟରେ ଘଟିଛି ଘଟଣା ।

ପଥର ଖସି 3 ଶ୍ରମିକ ମୃତ

ମଙ୍ଗଳବାର ଅପରାହ୍ନରେ କାର୍ଯ୍ୟରତ ଥିବା ଶ୍ରମିକଙ୍କ ଉପରେ ହଠାତ ଖସିଥିଲା ପଥର ଓ ମୋରମ । ଫଳରେ ଘଟଣାସ୍ଥଳରେ ହିଁ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଛତ୍ରପୁର ବ୍ଲକ ଟାଙ୍ଗଣାପଲ୍ଲୀ ଅଞ୍ଚଳର ଦୁଇ ମହିଳା ନମିତା ନାୟକ ଓ ପଙ୍କଜ ଦାଶ ସମେତ ଖଲ୍ଲିକୋଟ ବିକ୍ରମପୁର ଅଞ୍ଚଳର ଭକ୍ତ ପରିଡା । ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ମାଟି ଦବି ରହିଥିଲା । ସେଥିପାଇଁ ଏଭଳି ଘଟିଥିବା ଅନୁମାନ କରାଯାଉଛି ।

ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିଭଳି ଏବଂ କେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହାର ଖୋଳତାଡ କରୁଛି ପୋଲିସ । ପଥର କୁଆଁରୀ ବେଆଇନ ନା ନାହିଁ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.