ETV Bharat / state

ଗଞ୍ଜାମର 3ଟି ପଞ୍ଚାୟତକୁ ଜାତୀୟ ଆୱାର୍ଡ

ଜାତୀୟ ପଞ୍ଚାୟତିରାଜ ଦିବସରେ ୩ଟି ବିଭାଗରେ ଗଞ୍ଜାମ ଜିଲ୍ଲାର 3ଟି ପଞ୍ଚାୟତକୁ ଜାତୀୟ ପୁରସ୍କାର । ଏନେଇ ଜିଲ୍ଲାପାଳ ଟ୍ବିଟ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ..

author img

By

Published : Apr 24, 2020, 6:53 PM IST

3 Gram Panchayats in Ganjam get National Award
ଗଞ୍ଜାମର 3ଟି ପଞ୍ଚାୟତକୁ ଜାତୀୟ ଆୱାର୍ଡ

ବ୍ରହ୍ମପୁର: ଓଡିଶାର 3ଟି ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି ଗଞ୍ଜାମର 3ଟି ପଞ୍ଚାୟତ । ଜାତୀୟ ପଞ୍ଚାୟତିରାଜ ଦିବସର ତିନୋଟି ପୃଥକ ପୃଥକ ବିଭାଗରେ କାଇଞ୍ଚପୁର, ବଡବୋରାସିଙ୍ଗି ଓ ପୋଡାମାରି ପଞ୍ଚାୟତକୁ ମିଳିଛି ଜାତୀୟ ପଞ୍ଚାୟତ ଆୱାର୍ଡ ।

ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୁସିବ୍ୟକ୍ତ କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଟ୍ବିଟ କରି ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଟିମ୍ ସମସ୍ତ ସରପଞ୍ଚଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ଡିଆରଡିଏ ପକ୍ଷରୁ ମଧ୍ୟ ବ୍ଳକର ବିଡିଓ ଏବଂ ସରପଞ୍ଚ ଙ୍କୁ ଶୁଭେଚ୍ଛା ଜଣାଯାଇଛି ।

ରାଜ୍ୟରେ ଶ୍ରେଷ୍ଠ ବିକାଶ ପ୍ଲାନ କରିବା ପାଇଁ ଜିଲ୍ଲାର କାଇଞ୍ଚପୁର ପଞ୍ଚାୟତ, ଶ୍ରେଷ୍ଠ ଚାଇଲ୍ଡ ଫ୍ରେଣ୍ଡ୍‌ଲି ପଞ୍ଚାୟତ ଭାବରେ ବେଲଗୁଣ୍ଠା ବ୍ଲକର ବଡ଼ବରସିଙ୍ଗି ପଞ୍ଚାୟତ ଏବଂ ନାନାଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମ ସଭା ପୁରସ୍କାର ଭାବରେ ସାନଖେମୁଣ୍ଡି ବ୍ଲକ ପୋଡାମାରି ପଞ୍ଚାୟତକୁ ଏହି ଆୱାର୍ଡ ମିଳିଛି। ରାଜ୍ୟରେ ଗଞ୍ଜାମରେ ଏଭଳି ସଫଳତାକୁ ନେଇ ଖୁସିର ଲହରୀ ଖେଳିଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.