ଭଞ୍ଜନଗର: ସୋମବାର ଅପରାହ୍ନରେ ବଜ୍ରପାତ ଘଟି ପୃଥକ ପୃଥକ ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ତାକରଡ଼ା ଗ୍ରାମର ନୀଳାଞ୍ଚଳ ଆଲଟିଆ, ସନ୍ତୋଷ ଗୌଡ଼ ଓ ବଳରାମ ଗୌଡ଼ କାମ କରିବାବୁ ଯାଇଥିଲେ । ଅପରାହ୍ନରେ ବର୍ଷା ହେବା ଯୋଗୁଁ ଡେଙ୍ଗାବାଡି ଗ୍ରାମର ଏକ ଦୋକାନ ବାରଣ୍ଡାରେ ବସିଥିବା ବେଳେ ବଜ୍ରଘାତରେ ତିନିଜଣ ଗୁରୁତର ହୋଇଥିଲେ ।
ଘଟଣାସ୍ଥଳରୁ ତିନି ଜଣଙ୍କୁ ଉଦ୍ଧାର କରି ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ନିଳାଞ୍ଚଳ ଆଲଟିଆ (୩୦) ଓ ସନ୍ତୋଷ ଗୌଡ଼ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବଳରାମ ଗୌଡ଼ଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସେହିପରି ଅନ୍ୟ ଏକ ଘଟଣାରେ ବୁଗୁଡା ବ୍ଲକ ବୁରୁଝୋଳା ଗ୍ରାମର ସୀମାଞ୍ଚଳ ପ୍ରଧାନ (୬୭)ଙ୍କୁ ମଧ୍ୟ ବଜ୍ରାଘାତ ଯୋଗୁଁ ବୁଗୁଡା ମେଡ଼ିକାଲକୁ ଅଣାଯାଇଥିଲେ ମଧ୍ୟ ସ୍ଵାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ