ETV Bharat / state

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ତିନି ଗିରଫ - 3 arrested in black magic case

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

black magic in berhampur
ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗରେ ତିନି ଗିରଫ
author img

By

Published : Dec 11, 2019, 11:35 PM IST

ବ୍ରହ୍ମପୁର: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏହାସହ ହତ୍ୟାରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର ଜବତ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗରେ ତିନି ଗିରଫ

ଗିରଫ ଅଭିଯୁକ୍ତମାନେ ପାଟପୁର ଥାନା ଅଞ୍ଚଳର ଜୟପୁର ଗ୍ରାମର ଟୁନା ନାୟକ, ପ୍ରତାପଗିରି ଗ୍ରାମର ମୁନା ନାଇକ ଏବଂ ଖାରିଗୁଡା ଗ୍ରାମର ଜିତୁ ବେହେରା ବୋଲି ଜଣାପଡିଛି । ଗତ ନଭେମ୍ବର ୩୦ ତାରିଖ ସନ୍ଧ୍ୟା ୫ ଟା ସମୟରୁ ପାଟପୁର ଥାନା ଅନ୍ତର୍ଗତ ବଗୁଆପଲ୍ଲୀ ଗ୍ରାମର ୬୦ ବର୍ଷୀୟ ଅଙ୍ଗଦ ମଲ୍ଲିକ ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ବାଙ୍କୀ ମଲ୍ଲିକ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ୨୬୧/୧୯ ଅନୁଯାୟୀ ତଦନ୍ତ ଚଳାଇଥିବା ବେଳେ ଗତ ଶୁକ୍ରବାର ଦିନ ନିକଟସ୍ଥ ଜଙ୍ଗଲରୁ ଅଙ୍ଗଦଙ୍କ ଗଳିତ ମୃତଦେହକୁ ଠାବ କରିଥିଲା । ମୁଖ୍ୟତଃ ଗୁଣିଗାରେଡିକୁ କେନ୍ଦ୍ର କରି ଏପରି ହୋଇଥିବା କୁହାଯାଇଛି ।

ହତ୍ୟାର ଶିକାର ହୋଇଥିବା ଅଙ୍ଗଦ ଗ୍ରାମରେ ଚେରମୂଳି ଔଷଧ ଦେବା ସହ ଝଡ଼ାଫୁଙ୍କା କରିଆସୁଥିଲେ । ଗିରଫ ଟୁନା ନାୟକଙ୍କ ସମ୍ପର୍କୀୟଙ୍କ ଭାଣିଜିର ମୃତ୍ୟୁ ଘଟିଥିବାରୁ ସେମାନେ ଅଙ୍ଗଦ ଗୁଣି କରିଥିବା ସନ୍ଦେହ କରି ଅନ୍ୟ ଦୁଇ ଜଣଙ୍କୁ ନେଇ ଏଭଳି ହତ୍ୟା କରି ବାଘୁଆପଲି ନିକଟସ୍ଥ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ପିକେ ଚୌଧୁରୀ, ଆସ୍କା ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ, ସ୍ଥାନୀୟ ଥାନା ଅଧିକାରୀ ଅଜୟ ବାରିକ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପାଟପୁର ଥାନା ଅନ୍ତର୍ଗତ ବଗୁଆପଲ୍ଲୀ ଗ୍ରାମର ୬୦ ବର୍ଷୀୟ ଅଙ୍ଗଦ ମଲ୍ଲିକ ଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରିବା ସହ ନିକଟସ୍ଥ ଜଙ୍ଗଲରେ ଫୋପାଡି ଦେବା ଘଟଣାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ହତ୍ୟାରେ ବ୍ୟବହୃତ କରାଯାଇଥିବା ମାରଣାସ୍ତ୍ର ଜବତ କରିଥିବା ଆୟୋଜିତ ସାମ୍ୱାଦିକ ସମିଳନୀରେ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପାଟପୁର ଥାନା ଅଞ୍ଚଳର ଜୟପୁର ଗ୍ରାମର ଟୁନା ନାୟକ , ପ୍ରତାପଗିରି ଗ୍ରାମର ମୁନା ନାଇକ ଏବଂ ଖାରିଗୁଡା ଗ୍ରାମର ଜିତୁ ବେହେରା ବୋଲି କୁହାଯାଇଛି । ଗତ ନଭେମ୍ୱର ୩୦ ତାରିଖ ସନ୍ଧ୍ୟା ୫ ଟା ସମୟରୁ ଅଙ୍ଗଦ ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ବାଙ୍କୀ ମଲ୍ଲିକ ପାଟପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ୨୬୧/୧୯ ଅନୁଯାୟୀ ତଦନ୍ତ ଚଳାଇଥିବା ବେଳେ ଗତ ଶୁକ୍ରବାର ଦିନ ନିକଟସ୍ଥ ଜଙ୍ଗଲରୁ ଅଙ୍ଗଦଙ୍କ ଗଳିତ ଶବକୁ ଠାବ କରାଯାଇଥିଲା । ମୁଖ୍ୟତଃ ଗୁଣିଗାରେଡି କୁ କେନ୍ଦ୍ର କରି ଏପରି ହୋଇଥିବା କୁହାଯାଇଛି ।ହତ୍ୟାର ଶିକାର ହୋଇଥିବା ଅଙ୍ଗଦ ଗ୍ରାମରେ ଚେର ମୁଳି ଔଷଧ ଦେବା ସହ ଝଡ଼ା ଫୁଙ୍କା କରିଆସୁଥିଲେ । ଗିରଫ ଟୁନା ନାୟକଙ୍କ ସମ୍ପର୍କୀୟଙ୍କ ଭାଣିଜିର ମୃତ୍ୟୁ ଘଟିଥିବାରୁ ସେମାନେ ଅଙ୍ଗଦ ଗୁଣି କରିଥିବା ସନ୍ଦେହ କରି ଅନ୍ୟ ଦୁଇ ଜଣଙ୍କୁ ନେଇ ଏଭଳି ହତ୍ୟା କରି ବାଘୁଆପଲି ନିକଟସ୍ଥ ଜଙ୍ଗଲରେ ଫୋଫଡ଼ି ଦେଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ହତ୍ୟାରେ ବ୍ୟବହୃତ ଭୁଜାଳି ଜବତ ହୋଇଛି । ପୋଲିସ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଳାଣ କରାଯାଇଛି । ଆୟୋଜିତ ସମ୍ମିଳନୀରେ ଅତିରିକ୍ତ ଏସ୍.ପି ପିକେ ଚୌଧୁରୀ, ଆସ୍କା ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ , ସ୍ଥାନୀୟ ଥାନା ଅଧିକାରୀ ଅଜୟ ବାରିକ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.