ETV Bharat / state

ବ୍ରହ୍ମପୁରରେ ବନ୍ଦ ହେବ 2 କୋଭିଡ ହସ୍ପିଟାଲ, ନଗର ଚିକିତ୍ସାଳୟରେ ସୁବିଧା ପାଇବେ ରୋଗୀ - ନଗର ଚିକିତ୍ସାଳୟ

ବ୍ରହ୍ମପୁରରେ ସଂକ୍ରମଣ କମୁଥିବାରୁ କୋଭିଡ ହସ୍ପିଟାଲ ବନ୍ଦ କରାଯାଇ ନଗର ଚିକିତ୍ସାଳୟରେ ଯୋଗାଇ ଦିଆଯିବ ସେବା । ଅଧିକ ପଢନ୍ତୁ...

ବ୍ରହ୍ମପୁରରେ ବନ୍ଦ ହେବ 2 କୋଭିଡ ହସ୍ପିଟାଲ, ନଗର ଚିକିତ୍ସାଳୟରେ ସୁବିଧା ପାଇବେ ରୋଗୀ

author img

By

Published : Jun 4, 2021, 7:16 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏଥିଲାଗି ଜିଲ୍ଲା ପ୍ରଶାସନ ଡେଡିକେଟ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରକୁ ବନ୍ଦ କରି ପୁଣି ନଗର ଚିକିତ୍ସାଳୟରେ ଚିକିତ୍ସା ଯୋଗାଇ ଦେବା ପାଇଁ ସ୍ଥିର କରିଛି ।

ବ୍ରହ୍ମପୁରରେ ବନ୍ଦ ହେବ 2 କୋଭିଡ ହସ୍ପିଟାଲ, ନଗର ଚିକିତ୍ସାଳୟରେ ସୁବିଧା ପାଇବେ ରୋଗୀ
ବ୍ରହ୍ମପୁରରେ ବନ୍ଦ ହେବ 2 କୋଭିଡ ହସ୍ପିଟାଲ, ନଗର ଚିକିତ୍ସାଳୟରେ ସୁବିଧା ପାଇବେ ରୋଗୀ

ମେତ ଉପକଣ୍ଠ ଏବଂ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଡେଡିକେଟ କୋଭିଡ ହସ୍ପିଟାଲଠାରୁ ଆରମ୍ଭ କରି କୋଭିଡ କେୟାର ସେଣ୍ଟର ଭଳି ବିଭିନ୍ନ ପ୍ରକାର କୋଭିଡ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଇତିମଧ୍ୟରେ ସହରରେ ଦିନକୁ ଦିନ ସଂକ୍ରମଣ ହାର କମୁଥିବାରୁ ବେଳେ ଏହା ନିୟନ୍ତ୍ରଣରେ ରହିଥିବାରୁ ରୋଗୀ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଏଣୁ ସହରର ନଗର ଚିକିତ୍ସାଳୟ ପରିସରରେ କେବଳ କୋଭିଡ ରୋଗୀଙ୍କ ପାଇଁ ରହିଥିବା ଡେଡିକେଡେଟ କୋଭିଡ ହସ୍ପିଟାଲ (ଡିସିଏଚ ୫) କୁ ବନ୍ଦ କରି ସେଥିରେ ସାଧାରଣ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି ।

ଏନେଇ ଜିଲ୍ଲାପାଳ ଏକ ପତ୍ର ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରିବା ସହିତ ସଂପୂର୍ଣ୍ଣ ନଗର ଚିକିତ୍ସାଳୟକୁ ସାନିଟାଇଜ କରିବା ପରେ ଆସନ୍ତା ୭ତାରିଖ ଠାରୁ ସାଧାରଣ ରୋଗୀଙ୍କ ପାଇଁ ଖୋଲା ରହିବ ବୋଲି କୁହାଯାଇଛି । ସେହିପରି ସହରର ମୀନାକ୍ଷୀ ନଗରଠାରେ ରହିଥିବା କୋଭିଡ ହେଲଥ କେୟାର ଡି.ସି.ଏଚ.ସି-୩ ସେଣ୍ଟରକୁ ମଧ୍ୟ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.