ETV Bharat / state

ଗଞ୍ଜେଇ ଧରିବା ପାଇଁ ଅପେକ୍ଷା କରିଥିଲେ, ମିଳିଲା ୧୮ଲକ୍ଷ ଟଙ୍କା - ଅବକାରୀ ବିଭାଗ ହାତରେ ନଗଦ ୧୮ ଲକ୍ଷ ଟଙ୍କା

ବ୍ରହ୍ମପୁରକୁ ଗଞ୍ଜେଇ ମୁକ୍ତ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଚାଲିଛି ଜୋରଦାର ପ୍ରୟାସ । ଗଞ୍ଜେଇ ଧରିବା ପାଇଁ ଅପେକ୍ଷାରେ ଥିବା ଅଧିକାରୀଙ୍କ ହାତରେ ଧରାପଡିଲା ୧୮ ଲକ୍ଷ ଟଙ୍କା । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By

Published : Feb 9, 2023, 9:05 PM IST

ଗଞ୍ଜେଇ ମୁକ୍ତ ହେବ ବ୍ରହ୍ମପୁର

ବ୍ରହ୍ମପୁର: ଗଞ୍ଜେଇ ଚୋରା ଚାଲଣ ରୋକିବା ପାଇଁ ବ୍ରହ୍ମପୁରରେ କାର୍ଯ୍ୟ କରୁଛି ସ୍ପେଶାଲ ଡ୍ରାଇଭ । ବ୍ରହ୍ମପୁରକୁ ଗଞ୍ଜେଇ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଅବକାରୀ ଗୁଇନ୍ଦା ବିଭାଗ । ତେବେ ଗଞ୍ଜେଇ ଧରିବା ପାଇଁ ଅପେକ୍ଷା କରି ରହିଥିବା ଅବକାରୀ ବିଭାଗ ହାତରେ ଧରାପଡିଛି ନଗଦ ୧୮ ଲକ୍ଷ ଟଙ୍କା । ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଚୋରା ମାଦକ ଦ୍ରବ୍ୟ କାରବାର ଉପରେ ନଜର ରଖିଥିବା ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କଡାକଡି ଯାଞ୍ଚ ଚାଲିଥିଲା । ଏହି ସମୟରେ ଅବକାରୀ ବିଭାଗ ହାତରେ ନଗଦ ୧୮ ଲକ୍ଷ ଟଙ୍କା ନେଇ ଯାଉଥିବା ଜଣେ ବ୍ୟକ୍ତି ଧରାପଡିଥିଲା ।

ଅଧିକ ପଢ଼ନ୍ତୁ : Lawyers protest: ହାଇକୋର୍ଟରେ ଓକିଲଙ୍କ ଜାମିନ ଆବେଦନ ଶୁଣାଣି, ରାୟ ସଂରକ୍ଷିତ ରଖିଲେ କୋର୍ଟ

ଅବକାରୀ ବିଭାଗ ହାତରେ ଧରାପଡିଥିବା ବ୍ୟକ୍ତି ଜଣଙ୍କ ହେଲେ ଯାଜପୁର ଜିଲ୍ଲାର ପୁରଷୋତ୍ତମପୁର ଅଞ୍ଚଳର ସଞ୍ଜୟ ସାହୁ । ଏତେ ପରିମାଣର ଟଙ୍କାକୁ ନେଇ ପକେଟ୍ କରି ସଞ୍ଜୟ ସରକାରୀ ଆଇ.ଆର୍.ସି.ଟି.ସି ବସ୍ ଯୋଗେ ଯାଉଥିବା ବେଳେ ଅବକାରୀ ବିଭାଗ ଯାଞ୍ଚ ସମୟରେ ଧରା ପଡିଥିଲେ । କୈଣସି ସ୍ପଷ୍ଟ ଉତ୍ତର ଦେଇ ପାରିନଥିବାରୁ ଯାଞ୍ଚ ଅଧିକାରୀ ଏନେଇ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଥିଲେ । ପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ପୋଲିସ ଷ୍ଟେସନ ନିଆଯାଇଥିଲା ।

ଅଧିକ ପଢ଼ନ୍ତୁ : ନବ ଦାସ ମୃତ୍ୟୁ ଘଟଣାର CBI ତଦନ୍ତ ଦାବି, ମାମଲାର ଶୁଣାଣି ପାଇଁ ମନାକଲେ ହାଇକୋର୍ଟ

ତେବେ ଏପରି ଟଙ୍କା ମିଳିବା ନୂଆ ଘଟଣା ନୁହେଁ । ପୂର୍ବରୁ ଅବକାରୀ ବିଭାଗ ପକ୍ଷରୁ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ଉପରେ ଗଞ୍ଜେଇ ଧରିବା ପାଇଁ ଯାଞ୍ଚ କରୁଥିବା ସମୟରେ ପୂର୍ବରୁ ଏକ କୋଟି ୨୨ ଲକ୍ଷ ୫୦ ହଜାର ଟଙ୍କା ଧରା ପଡିଥିଲା । ସେହିପରି ୩୩ ଲକ୍ଷ ୭୮ ହଜାର ଟଙ୍କା ଏବଂ ତିନି ଶହ ୨୯ ଗ୍ରାମ ସୁନା ଜବତ କରିଥିବା ନଜିର ରହିଛି । ଟିକସ ଫାଙ୍କୁ ଥିବା ସନ୍ଦେହରେ ସ°ପୃକ୍ତ ପୋଲିସ ବିଭାଗ ପୂର୍ବରୁ ଦୁଇ ଜଣ ବ୍ଯକ୍ତିଙ୍କୁ ଧରିଥିଲା । ଗତ କିଛି ମାସ ପରେ ପୁଣି ଏଭଳି ଟଙ୍କା ଜବତ ହୋଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.