ETV Bharat / state

ଘୁମୁସର ଜିଲ୍ଲା ମାନ୍ୟତା ଦାବି, ଭଞ୍ଜନଗର ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଶେଷ

author img

By

Published : Mar 28, 2023, 7:59 AM IST

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ସଫଳ ହୋଇଛି । ଅଧିକ ପଢନ୍ତୁ

12 hours bandh
12 hours bandh
12 hours bandh

ବ୍ରହ୍ମପୁର: ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ସଫଳ ହୋଇଛି । ଗତକାଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭଞ୍ଜନଗରରେ ଶାନ୍ତିପୁର୍ଣ୍ଣ ବନ୍ଦ ପାଳନ କରାଯାଇଥିଲା । ଜରୁରୀ ସେବାକୁ ବାଦ ଦେଇ ଦୋକାନ ବଜାରରୁ ନେଇ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ଏହି ବନ୍ଦରେ ବହୁ ସଙ୍ଗଠନ ମଧ୍ୟ ସାମିଲ ହୋଇଥିଲେ ।

ତେବେ ଦୀର୍ଘ ବର୍ଷର ଦାବି କୁହାଯାଉଥିବା ଘୁମୁସର ଜିଲ୍ଲା ଗଠନ ଆନ୍ଦୋଳନର ସ୍ବର ଧିରେ ଧିରେ ଶାଣିତ ଏବଂ ଲୋକାଦୃତ୍ୟ ହେବାକୁ ଲାଗିଲାଣି । ମୁଖ୍ୟତଃ ଉପଖଣ୍ଡର ୮ଟି ବ୍ଳକ୍ ଓ ପାଞ୍ଚଟି ଏନ୍ଏସିକୁ ନେଇ ସ୍ବତନ୍ତ୍ର ଘୁମୁସର ଜିଲ୍ଲା ଗଠନ କରିବା ନେଇ ଭଞ୍ଜନଗର ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି । ଏନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ବହୁ ସଦସ୍ୟ ଏହି ବନ୍ଦରେ ସାମିଲ ହୋଇଥିଲେ । ଘୁମୁସର ଜିଲ୍ଲା ଗଠନ ପାଇଁ ବିଭିନ୍ନ ନାରା ଦେବା ସହ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ହେଲେ ଘୁମୁସର ଅଞ୍ଚଳର କିଛି ଗ୍ରାମବାସୀଙ୍କୁ ୧୫୦ କି.ମିରୁ ଅଧିକ ରାସ୍ତା ଯିବାକୁ ପଡୁଛି । ଏଠାରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଘୁମୁସର ଜିଲ୍ଲା ମାନ୍ୟତା ପାଇବାରୁ ବଞ୍ଚିତ ହେବା ପରିତାପର ବିଷୟ ବୋଲି ବିଭିନ୍ନ ସଙ୍ଗଠନର ନେତୃବୃନ୍ଦ ଦୁଃଖ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ - Lingaraj Rukuna Rath Yatra: ୬ ଦିନଧରି ଚାଲିବ ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ

ଏହା ମଧ୍ୟ ପଢନ୍ତୁ-US School Shooting: ସ୍କୁଲରେ ଆଖିବୁଜା ଗୁଳିମାଡ, ସୁଟର ସମେତ 7 ମୃତ

୧୯୯୧ ମସିହାରୁ ଏହି ଜିଲ୍ଲା ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ବି ବିଭିନ୍ନ ସମୟରେ ଠିକ୍ କରାଯାଇଥିଲେ ମଧ୍ୟ ସରକାରଙ୍କ ଇଛା ଅଭାବରୁ ଏହି ଅଞ୍ଚଳ ଅବହେଳିତ ହୋଇଛି । ବାରମ୍ବାର ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ମଧ୍ୟ ତାହା ସଫଳ ହୋଇପାରିନି । ଏନେଇ ବିଶେଷ କରି ଘୁମୁସର ଜିଲ୍ଲା ଗଠନ ସଂପର୍କରେ ଚିଠି ଲେଖିଥିବା ବେଳେ ଘୁମୁସର ଭିତ୍ତିଭୂମି ଓ ଭୌଗୋଳିକ କ୍ଷେତ୍ର ସଂର୍ପକରେ ଅନେକ ପ୍ରଶାସନିକ ଅଧିକାରୀ ରାଜ୍ୟ ସରକାରଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ତେବେ ଏହି ଆନ୍ଦୋଳନ ପରେ ମଧ୍ୟ ଘୁମୁସର ଜିଲ୍ଲା ଗଠନ ଦାବିକୁ ଗୁରୁତ୍ବ ଦିଆନଗଲେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନ୍ଦୋଳନ କରିବା ନେଇ ଦେଇଛନ୍ତି ଚେତାବନୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.