ETV Bharat / state

ତୃତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୧୦୭ ବିଦ୍ୟାଳୟ ହେବ ରୂପାନ୍ତରୀତ

author img

By

Published : Oct 12, 2022, 11:57 AM IST

ତୃତୀୟ ପର୍ଯ୍ୟାୟରେ ୫-ଟି ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ୧୦୭ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାର ରୂପାନ୍ତରୀତ ହେବାକୁ ଥିବା ବିଦ୍ୟାଳୟ ସମ୍ପର୍କରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଅବଗତ କରାଇଛନ୍ତି । ଅଧିକ ପଢନ୍ତୁ

ତୃତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୧୦୭ ବିଦ୍ୟାଳୟ ହେବ ରୂପାନ୍ତରୀତ
ତୃତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୧୦୭ ବିଦ୍ୟାଳୟ ହେବ ରୂପାନ୍ତରୀତ

ବ୍ରହ୍ମପୁର: ତୃତୀୟ ପର୍ଯ୍ୟାୟରେ ଗଞ୍ଜାମର ୧୦୭ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାର ରୂପାନ୍ତରୀତ ହେବାକୁ ଥିବା ବିଦ୍ୟାଳୟ ସମ୍ପର୍କରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଅବଗତ କରାଇଛନ୍ତି । ଗଞ୍ଜାମ ଜିଲ୍ଲାରେ ୫-ଟି ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣରେ ପ୍ରଥମ ପର୍ଯ୍ୟାୟରେ ୧୩୩ ଗୋଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୨୩୩ ଗୋଟି ରୂପାନ୍ତରିତ ହୋଇଛି ।

ଏହି ରୂପାନ୍ତରିକରଣ ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଛନ୍ତି । ଏନେଇ ପାଠ ପଢାର ମାନ ମଧ୍ୟ ବୃଦ୍ଧି ଘଟୁଛି । ଏଣୁ ତୃତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ରୂପାନ୍ତରୀକରଣ ନିମନ୍ତେ ସାମୁହିକ ପ୍ରୟାସ ହେବା ଆବଶ୍ୟକ । ତେବେ ରୂପାନ୍ତରୀକରଣ ହେବାକୁ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ସରପଞ୍ଚ ରୂପାନ୍ତର ହୋଇଥିବା ବିଦ୍ୟାଳୟକୁ ପରିଭ୍ରମଣ କରି ଖୁସି ପ୍ରକଟ କରୁଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ସଶକ୍ତ ଓଡିଶାରେ ପରିବର୍ତ୍ତନ କରିବା ନେଇ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ପରିବର୍ତ୍ତନ କରି ସମସ୍ତ ଗ୍ରାମାଞ୍ଚଳରେ ସହରାଞ୍ଚଳର ଭିତ୍ତିଭୂମି ଗଢି ତୋଳିବାର ପ୍ରୟାସ ଜାରି ରଖିଛନ୍ତି । ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ଶିକ୍ଷା ବ୍ୟବସ୍ଥାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । କିନ୍ତୁ ଏହି ରୂପାନ୍ତରୀକରଣ କେବଳ ଜଣେ ବ୍ୟକ୍ତିଗତ ଭାବେ ଚାହିଁଲେ ହେବ ନାହିଁ । ସାମୁହିକ ଉଦ୍ୟମ ଦ୍ଵାରା ହିଁ ସମସ୍ତ କାର୍ଯ୍ୟ ଗୁଡିକ ସମ୍ଭବ ହୋଇପାରିବ । ଏଣୁ ସମସ୍ତଙ୍କ ସହଭାଗିତା ଏକାନ୍ତ ଜରୁରୀ ।

ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ଯେଉଁ ସବୁ ବିଦ୍ୟାଳୟ ଗୁଡିକ ରୂପାନ୍ତରୀକରଣ ହୋଇଛି ସେଗୁଡିକର ରକ୍ଷଣାବେକ୍ଷଣ ଓ ପରିଚାଳନା ସଠିକ କରିବା ନେଇ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଅବଗତ କରାଯାଇଛି । ଏତଦ୍ ବ୍ୟତୀତ ସମସ୍ତ ବିଦ୍ୟାଳୟ ଗୁଡିକୁ ପଟ୍ଟା ପ୍ରଦାନ କରି ଜମି ଅଧିକାର ପ୍ରଦାନ କରି ସମସ୍ତ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ, ଇଣ୍ଟରନେଟ ବ୍ୟବସ୍ଥା, ସୁନ୍ଦର ଖେଳ ପଡିଆ,ଉତ୍ତମ ଶ୍ରେଣୀ କକ୍ଷ, ପାଠାଗାର, ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ସହିତ ସମସ୍ତ ବିଦ୍ୟାଳୟକୁ ରାସ୍ତା ଯେପରି ସଂଯୋଗ ହେବ ସେଥି ପାଇଁ ଗୁରୁତ୍ଵ ଦେବାକୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଏଯାବତ୍ ୪୮୯୦ ସ୍କୁଲ ସହିତ ସିଧାସଳଖ କଥା ହେଉଥିବା ପ୍ରକାଶ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପ୍ରାରମ୍ଭରେ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହିତ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ,ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିଙ୍କୁ ବିଶ୍ଵସ୍ତରୀୟ କରିବା ଲକ୍ଷ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ଉନ୍ନତି ଆଣିବା ତଥା ଭିତ୍ତି ସଂରକ୍ଷଣ ସହ ଛାତ୍ରଛାତ୍ରୀ ମାନଙ୍କର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ହୋଇପାରିବ ଏନେଇ ଗ୍ରହଣ କରାଯାଉଥିବା ସରକାରଙ୍କ ପ୍ରୟାସକୁ ଜାରି ରଖିବା ଦିଗରେ ସରକାରୀ ଅଧିକାରୀ ମାନଙ୍କର କର୍ତ୍ତବ୍ୟ ଅପରିହାର୍ଯ୍ୟ । ଅନ୍ୟପଟେ ବେସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ରୂପାନ୍ତର ହୋଇଥିବା ବିଦ୍ୟାଳୟର ଭିତ୍ତିଭୂମି ଓ ସମସ୍ତ ସୁବିଧା ପ୍ରତି ଆକୃଷ୍ଟ ହୋଇ ସରକାରୀ ବିଦ୍ୟାଳୟରେ ପଢିବାକୁ ଆଗଭର ହେଉଛନ୍ତି ଓ ନିଜ ନାମ ସରକାରୀ ବିଦ୍ୟାଳୟରେ ଲେଖୁଛନ୍ତି ।

ଓସ୍ବାନ୍ ଦ୍ବାରା ୫-ଟି ସଚିବ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ବ୍ରହ୍ମପୁର ମହାନଗର ନିଗମ ସହିତ ଯୋଡି ହୋଇ ସ୍ଥାନୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ଥାନୀୟ ଲୋକ ପ୍ରତିନିଧି, ସରପଞ୍ଚ, ସମସ୍ତ ବିଦ୍ୟାଳୟର ଆଲୁମିନା, ବିଦ୍ୟାଳୟରେ ଉନ୍ନୟନ କମିଟିର ସଦସ୍ୟ, ସଦସ୍ୟା ଓ ଛାତ୍ରଛାତ୍ରୀ ମାନଙ୍କ ସହିତ କଥା ହୋଇଥିଲେ । ବିଦ୍ୟାଳୟର ରୂପାନ୍ତର ସକାଶେ ସେମାନେ ଖୁସି ପ୍ରକଟ କରି ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ ଯୋଗୁଁ କୃତଜ୍ଞତା ଜଣାଇବା ସହିତ ୫-ଟି ସଚିବଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କ ସହିତ ସଚିବ ପାଣ୍ଡିଆନ୍ କଥା ହୋଇ ସେମାନେ ବିଦ୍ୟାଳୟର ରୂପାନ୍ତର କିଭଳି ଚାହୁଁଛନ୍ତି ତାହା ପଚାରି ବୁଝିବା ସହିତ ଛାତ୍ରଛାତ୍ରୀଗଣ ଭବିଷ୍ୟତରେ କଣ କରିବେ ତାହା ପଚାରି ବୁଝିଥିଲେ । ରୂପାନ୍ତରୀକରଣ ହେବା ଫଳରେ ଛାତ୍ରଛାତ୍ରୀ ମାନଙ୍କ ଯାହା ସ୍ବପ୍ନ ରହିଛି ତାହା ପୂରଣ ହେବ ବୋଲି 5ଟି ସଚିବ ମତ ରଖିଥିଲେ ।

ବିଶେଷ କରି ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ହେଲେନ୍ କେଲର ବଧିର ବିଦ୍ୟାଳୟର ଛାତ୍ର ଦ୍ବୟ ସ୍କୁଲ ରୂପାନ୍ତରୀକରଣ ହେଲେ ଦୃଶ୍ୟ ଦେଖି ପଢିବା ସୁବିଧା ହେବ ବୋଲି ବ୍ୟକ୍ତ କରି ଖୁସି ଜାହିର କରିଥିଲେ । ସେହିପରି ରେଡକ୍ରସ୍ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରୀ ମଧ୍ୟ ଖୁସି ପ୍ରକାଶ କରିଥିଲେ । ତେବେ ଏହି ବୈଠକରେ ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍, ପ୍ରୋବେସନାରୀ ଅଧିକାରୀ ଧୀନା, ଛତ୍ରପୁର ଉପଜିଲ୍ଲାପାଳ ତଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତି, ଅତିରିକ୍ତ ଜିଲ୍ଲା ଅଧିକାରୀ ପବିତ୍ର ମୋହନ ସାହୁ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଯନ୍ତ୍ରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.