ETV Bharat / state

ଗଜପତିରୁ ୯୫ ଲକ୍ଷ ମୂଲ୍ୟର ଗଞ୍ଜେଇ ଯାଉଥିଲା ମହାରାଷ୍ଟ୍ର, ଜଣେ ଗିରଫ - ଗଜପତିରୁ ୯୦ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ

ରାଜ୍ୟରେ ବଢୁଛି ଗଞ୍ଜେଇ(ganja ) କାରବାର । ଓଡିଶାରୁ ମହାରାଷ୍ଟ୍ରକୁ ଟ୍ରକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ୬୦ ବସ୍ତା ଗଞ୍ଜେଇ ଜବତ କରିଛି ପାରଳାଖେମୁଣ୍ଡି ଅବକାରୀ ବିଭାଗ । ଅଧିକ ପଢନ୍ତୁ

ଗଜପତିରୁ ୯୫ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ: ଜଣେ ଗିରଫ, ଦୁଇ ଅଟକ

author img

By

Published : Dec 29, 2021, 11:24 AM IST

ଗଜପତି: ଗଞ୍ଜେଇ(ganja) ଉତ୍ପାଦନର ପେଣ୍ଠସ୍ଥଳୀ ପାଲଟିଛି ଓଡିଶା । ରାଜ୍ୟ ବାହାରେ ବଢୁଛି ଓଡିଶା ଗଞ୍ଜେଇ ଡିମାଣ୍ଡ । ଆଜି(ବୁଧବାର) ଗଜପତି ଜିଲ୍ଲା ରାୟଗଡା ବ୍ଲକ ମାର୍ଲବା ଘାଟି ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପାରଳାଖେମୁଣ୍ଡି ଅବକାରୀ ବିଭାଗ । ଏକ ଟ୍ରକ ମଧ୍ୟରୁ ପ୍ରାୟ ୧୯ କ୍ବିଣ୍ଟାଲର ୬୦ ବସ୍ତା ଗଞ୍ଜେଇ ଜବତ ହୋଇଛି । ଏହାର ମୂଲ୍ୟ ୯୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଜବତ ଗଞ୍ଜେଇକୁ ଟ୍ରକ ଯୋଗେ ମହାରାଷ୍ଟ୍ରକୁ ଚାଲାଣ କରାଯାଉଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ।

ଗଜପତିରୁ ୯୫ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ: ଜଣେ ଗିରଫ, ଦୁଇ ଅଟକ

ଜବତ ଟ୍ରକଟି ଗଜପତି ଜିଲ୍ଲା ଚାନ୍ଦୀପୁଟରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଗାଡି ଉପରେ ପରିବା ଟୋକେଇ ବା ପ୍ଲାଷ୍ଟିକ ଟ୍ରେ ସବୁ ରଖାଯାଇ ଭିତରେ ଗଞ୍ଜେଇ ଲୁଚା ଯାଇଥିଲା । ପାଟ୍ରୋଲିଂ ସମୟରେ ଟ୍ରକଟି ଉପରେ ଅବକାରୀ ବିଭାଗର ସନ୍ଦେହ ହୋଇଥିଲା । ମାର୍ଲବା ଘାଟି ନିକଟରେ ଟ୍ରକଟିକୁ ଅଟକ ରଖି ତନଖି କରିବା ପରେ ସେଥିରେ ୬୦ ବସ୍ତା ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା ବିଭାଗ । ଏହାପରେ ଟ୍ରକ ସହ ଗଞ୍ଜେଇକୁ ଜବତ କରାଯାଇଥିଲା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.