ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ - women dead

ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ହେବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ମୃତ ମହିଳାଙ୍କ ନାମ ରେୟା ସରସ୍ବତୀ (୪୦) ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

author img

By

Published : Sep 3, 2020, 9:19 PM IST

ଗଜପତି: ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ହେବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ମୃତ ମହିଳାଙ୍କ ନାମ ରେୟା ସରସ୍ବତୀ (୪୦) ବୋଲି ଜଣାପଡିଛି । ଏନେଇ ସଂପୃକ୍ତ ମହିଳାଙ୍କ ସ୍ବାମୀ ଗୁରାଣ୍ଡି ଥାନାରେ ଅଭିଯୋଗ କରିବା ପରେ ଗୁରାଣ୍ଡି ଥାନା ପୁଲିସ ଏକ ମାମଲା (୬୦/୨୦୨୦) ରୁଜୁ କରିବା ସହ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ନେଇ ଏଏସଆଇ ଜୟ ପ୍ରକାଶ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ପ୍ରତିଦିନ ଭଳି ସରସ୍ବତୀ ଗୁହାଳ ସଫା କରି ଗୋବର ଫିଙ୍ଗିବା ପାଇଁ ଯାଉଥିବା ବେଳେ ପମ୍ପ ହାଉସ୍ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟ ତାରରେ ଲାଗି ଯାଇଥିଲେ । ତେବେ ଏହା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବାରୁ ମହିଳା ଗୁରୁତର ହୋଇପଡ଼ିଥିଲେ । ତେବେ ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ସଂପୃକ୍ତ ମହିଳାଙ୍କ ସ୍ବାମୀ ରେୟା ଭାସ୍କର ପୁଲିସକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୁରୁବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତା ନନ୍ଦ ଜାନି ତାଟିପିଟି ଗାଁରେ ପହଂଚି ଲୋକଙ୍କ ସହ ଆଲୋଚନା କରିବା ସହ ରେଡକ୍ରସ ପାଣ୍ଠିରୁ ଭାସ୍କରକଙ୍କ ପରିବାରକୁ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ତେବେ ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ବିଭିନ୍ନ ସମୟରେ ଏଭଳି ଅନେକଙ୍କ ଜୀବନ ଯାଉଥିବାରୁ ତୁରନ୍ତ ବିଭାଗ ପକ୍ଷରୁ କ୍ଷତିପୁରଣ ଦିଆଯାଉ ବୋଲି ସାଧାରଣ ଲୋକେ ଦାବି କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.